ଯାଜପୁର ଜିଲ୍ଲାରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଟିମ୍

ଯାଜପୁର(ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦ ଅତିକ୍ରମ କରି ସାରିଥିବା ବେଳେ ଅଧିକାଂଶଙ୍କର ରହିଛି କୋଲକତା ଲିଙ୍କ୍‌। ଦିନକୁ ଦିନ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ତିନି ଜଣିଆ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଟିମ୍ ଗତକାଲି ଯାଜପୁରରେ ପହଞ୍ଚି  ସ୍ଥିତିର ସମୀକ୍ଷା କରିଥିଲେ । ଡାକ୍ତର ମହେଶ ୱାଘାମାରେଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନଙ୍କ ସହ  ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲାରେ କରୋନା ସ୍ଥିତି, […]

jajpur-2--1

jajpur-2--1

Niharika Rout
  • Published: Thursday, 14 May 2020
  • Updated: 14 May 2020, 08:00 AM IST

ଯାଜପୁର(ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦ ଅତିକ୍ରମ କରି ସାରିଥିବା ବେଳେ ଅଧିକାଂଶଙ୍କର ରହିଛି କୋଲକତା ଲିଙ୍କ୍‌। ଦିନକୁ ଦିନ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ତିନି ଜଣିଆ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଟିମ୍ ଗତକାଲି ଯାଜପୁରରେ ପହଞ୍ଚି  ସ୍ଥିତିର ସମୀକ୍ଷା କରିଥିଲେ । ଡାକ୍ତର ମହେଶ ୱାଘାମାରେଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନଙ୍କ ସହ  ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ ।

ଜିଲ୍ଲାରେ କରୋନା ସ୍ଥିତି, କରୋନା ଆକ୍ରାନ୍ତଙ୍କୁ ମିଳୁଥିବା ସୁବିଧା ସୁଯୋଗ, ଚିକିତ୍ସା ବ୍ୟବସ୍ଥା ଓ କଣ୍ଟେନମେଣ୍ଟ ଜୋନରେ ସ୍ୱାବ୍ ନମୁନା ସଂଗ୍ରହ ସମ୍ପର୍କରେ ଆଲୋଚନା ହୋଇଥିଲା । ଜିଲ୍ଲାରେ ଖୋଲାଯାଇଥିବା ଅସ୍ଥାୟୀ ମେଡିକାଲ କେନ୍ଦ୍ର ସମ୍ପର୍କରେ ମଧ୍ୟ କେନ୍ଦ୍ରୀୟ ଟିମ୍ ପଚାରି ବୁଝିଥିଲେ । ଏହି ଟିମ୍ କିଛି ଦିନ ଜିଲ୍ଲାରେ ରହି ବିଭିନ୍ନ କୋଭିଡ ହସ୍ପିଟାଲ ଓ କଣ୍ଟେନମେଣ୍ଟ ଜୋନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି  । ଜିଲ୍ଲାରେ କରୋନା ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିବା ପରେ କେନ୍ଦ୍ରୀୟ ଟିମ୍ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos