ବୁଲବୁଲ୍ ବାତ୍ୟା ପାଇଁ କ୍ଷତିପୂରଣ ଦିଆଯାଇନି: କେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ବୁଲବୁଲ’ କ୍ଷୟକ୍ଷତି ପାଇଁ କେନ୍ଦ୍ର ସରକାର କୌଣସି ସହାୟତା ଜାରି କରିନାହାନ୍ତି ବୋଲି ଆଜି କେନ୍ଦ୍ର ଗୃହ ମନ୍ତଣାଳୟ ସ୍ପଷ୍ଟ କରିଛି। ମନ୍ତ୍ରଣାଳୟ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ଅନ୍ତର୍ଗତ ବୁଲବୁଲ୍ ପ୍ରଭାବିତ ଓଡ଼ିଶାକୁ ୫୫୨ କୋଟି ଓ ପଶ୍ଚିମବଙ୍ଗ ୪୧୪.୯୦କୋଟି ଟଙ୍କା କେନ୍ଦ୍ର ସରକାର ଦେଇଛନ୍ତି। ତେବେ ଏହା ଭୁଲବଶତଃ ବୁଲବୁଲ୍ ବାତ୍ୟା ସହାୟତା ସହ ଲିଙ୍କ୍ କରାଯାଇଛି। ତେବେ ମନ୍ତ୍ରଣାଳୟ ସ୍ପଷ୍ଟ […]

bulbul

bulbul

Manoranjan Sial
  • Published: Wednesday, 04 December 2019
  • Updated: 04 December 2019, 06:59 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ବୁଲବୁଲ’ କ୍ଷୟକ୍ଷତି ପାଇଁ କେନ୍ଦ୍ର ସରକାର କୌଣସି ସହାୟତା ଜାରି କରିନାହାନ୍ତି ବୋଲି ଆଜି କେନ୍ଦ୍ର ଗୃହ ମନ୍ତଣାଳୟ ସ୍ପଷ୍ଟ କରିଛି।

ମନ୍ତ୍ରଣାଳୟ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ଅନ୍ତର୍ଗତ ବୁଲବୁଲ୍ ପ୍ରଭାବିତ ଓଡ଼ିଶାକୁ ୫୫୨ କୋଟି ଓ ପଶ୍ଚିମବଙ୍ଗ ୪୧୪.୯୦କୋଟି ଟଙ୍କା କେନ୍ଦ୍ର ସରକାର ଦେଇଛନ୍ତି। ତେବେ ଏହା ଭୁଲବଶତଃ ବୁଲବୁଲ୍ ବାତ୍ୟା ସହାୟତା ସହ ଲିଙ୍କ୍ କରାଯାଇଛି। ତେବେ ମନ୍ତ୍ରଣାଳୟ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ବାତ୍ୟା ସମେତ ପ୍ରାକୃତିକ ବିପର୍ଯ୍ୟୟ ନିମନ୍ତେ ରିଲିଫ୍ ବ୍ୟୟକୁ ପୁରା କରିବା ପାଇଁ ଅଗ୍ରୀମ ଭାବେ ରାଜ୍ୟଗୁଡିକର ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି(ଏସଡିଆରଏଫ)କୁ ପାଣ୍ଠି ପ୍ରଦାନ କରାଯାଇଥାଏ। ୨୦୧୯-୨୦ ଆର୍ଥିକ ବର୍ଷରେ ଏସଡିଆରଏଫ ଅନ୍ତର୍ଗତ ଓଡ଼ିଶାକୁ ୫୫୨ କୋଟି ଓ ପଶ୍ଚିମବଙ୍ଗକୁ ୪୧୪.୯୦କୋଟି ଟଙ୍କା ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ, ଗତକାଲି ରାଜ୍ୟର ପ୍ରମୁଖ ସମ୍ବାଦପତ୍ର ଓ ଟିଭି ଚ୍ୟାନେଲ ବୁଲବୁଲ୍ ସହାୟତା ବାବଦରେ ଓଡ଼ିଶାକୁ ୫୫୨କୋଟି ଟଙ୍କା କେନ୍ଦ୍ରରୁ ମିଳିଥିବା ଖବର ପ୍ରକାଶିତ ହୋଇଥିଲା। ଏପରିକି ବିଜେପି ମଧ୍ୟ ଏନେଇ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେବାକୁ ପଛାଇ ନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos