ଚକଡ଼ା ମାଡିବା ପାଇଁ ଦାୟୀ କିଏ ? କିଏ ମୁଣ୍ଡାଇବ ଦୋଷ ?
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ ପରି ଚାଷ ଜମିରେ ବ୍ୟାପିଛି ଚକଡ଼ା ପୋକ। ଫସଲ ନଷ୍ଟ ହେଉଛି, ଜମି ଜଳୁଛି ଓ ଚାଷୀ ମରୁଛି। ହେଲେ ଏଥିପାଇଁ ଦାୟୀ କିଏ ? କିଏ ଏହି ଦୋଷ ମୁଣ୍ଡାବ ତାହା ଏବେ ବିଚାରଯୋଗ୍ୟ। ତଥ୍ୟ ଅନୁସାରେ ଏପରି ସମସ୍ୟା ନେଇ କୃଷି ବିଭାଗ ପାଖରେ ଆଗରୁ ସୂଚନା ଥିଲା। ଯଦି ଏହା ସତ୍ୟ ହୋଇଥାଏ ତେବେ କାହିଁକି ପଦକ୍ଷେପ ନିଆଗଲା ନାହିଁ ତାକୁ ନେଇ ଆରମ୍ଭ ହୋଇଛି ବିବାଦ। ଯାହା କୃଷି ବିଭାଗକୁ ଏବେ କାଠଗଡ଼ାରେ ଛିଡା କରିଛି।
ଚକଡ଼ା ଚଡ଼କ ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଛି। ଚକଡ଼ା ପୋକ ଉପଦ୍ରବ ନେଇ ବହୁ ପୂର୍ବରୁ ଜିଲ୍ଲା ପ୍ରଶାସନ ପାଖରେ ଚାଷୀମାନେ ଅଭିଯୋଗ କରିଥିଲେ। ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟ (ଓୟୁଏଟି) କର୍ତ୍ତୃପକ୍ଷ ମଧ୍ୟ ରାଜ୍ୟ ସରକାରଙ୍କୁ ଏ ନେଇ ଅବଗତ କରାଇଥିଲେ। ହେଲେ ପ୍ରତିଷେଧ ମୂଳକ ପଦକ୍ଷେପ ନିଆଯାଇ ନଥିଲା। ଯେଉଁଥି ପାଇଁ ହଜାର ହଜାର ହେକ୍ଟର ଫସଲରେ ଚରି ଯାଇଥିଲେ ଚକଡ଼ା ପୋକ। ନେଡିଗୁଡ଼ କହୁଣିକୁ ବୋହିଯିବା ପରେ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି ସରକାର। ଆଉ ଏବେ ଦୋଷ ଛଡାଇବା ପାଇଁ ଭିନ୍ନ ଭିନ୍ନ ବାହାନା କରୁଛନ୍ତି।
ବରଗଡ଼ ଜିଲ୍ଲାରେ ଚକଡ଼ା ପୋକ ଫସଲ ନଷ୍ଟ କରୁଥିବା ନେଇ ଚାଷୀ ପ୍ରଶାସନକୁ ଜଣାଇଛନ୍ତି। ମୃତ ବୃନ୍ଦାବନ ସାହୁଙ୍କ ଗାଁ କଳାପାଣି, ବରହାଗୁଡ଼ା, ତୋରା ଅଞ୍ଚଳର ଶତାଧିକ ଚାଷୀ ଅକ୍ଟୋବର ୬ ତାରିଖରେ ଉପଜିଲ୍ଲପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ ଜିଲ୍ଲା କୃଷି ନିର୍ଦ୍ଦେଶକ କୌଣସି ପଦକ୍ଷେପ ନେଲେ ନାହିଁ। ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଞ୍ଚଳରେ ମଧ୍ୟ ସମାନ ଅବସ୍ଥା। ଚାଷୀ ଚକଡ଼ା ପୋକ ନେଇ ଅଭିଯୋଗ କରିବା ପରେ ମଧ୍ୟ କେହି ଶୁଣିଲେ ନାହିଁ। ଦୁଃଖ ଏତିକିରେ ସରି ନଥିଲା କୀଟନାଶକ ବିଲରେ ସିଞ୍ଚନ ପରେ ମଧ୍ୟ କାମ କଲା ନାହିଁ। ଶେଷରେ ହତାଶ ଚାଷୀ ପୋକର ପ୍ରାର୍ଦୁଭାବ ରୋକିବାକୁ ଫସଲରେ ନିଆଁ ଲଗାଇବାକୁ ବାଧ୍ୟ ହେଲେ।
ଓୟୁଏଟି କର୍ତ୍ତୃପକ୍ଷ ମଧ୍ୟ ଅକ୍ଟୋବର ପ୍ରଥମ ସପ୍ତାହରେ ଚକଡ଼ା ପୋକ ଆକ୍ରମଣ ନେଇ କୃଷି ବିଭାଗକୁ ରିପୋର୍ଟ ଦେଇଥିଲା। ଥରେ ନୁହେଁ ତିନି ତିନି ଥର ସରକାରଙ୍କୁ ଅବଗତ କରାଇଥିଲା ଓୟୁଏଟି। ଚାଷୀ କେଉଁ ପ୍ରକାର ଓ କିଭଳି କୀଟନାଶକ ବ୍ୟବହାର କରିବେ ସେନେଇ ମଧ୍ୟ ଓୟୁଏଟି ଜଣାଇଥିଲା। ହେଲେ ରାଜ୍ୟ ସରକାର କୁମ୍ଭକର୍ର୍ଣ ନିଦ୍ରାରେ ଶୋଇଗଲେ। ବହୁ ବିଳମ୍ବରେ ନଭେମ୍ବର ୫ ତାରିଖରେ ଧାନ ଫସଲରେ ଚକଡ଼ା ବା ମାଟିଆଗୁଣ୍ଡି ପୋକର ପରିଚାଳନା ନେଇ ସୂଚନା ଜାରି କଲା କୃଷି ବିଭାଗ।
ଓଞୁଏଟି କୁଳପତି ରିପୋର୍ଟ ଦିଆଯାଉଥିବା କହୁଛନ୍ତି। ହେଲେ ବିଭାଗୀୟ ମନ୍ତ୍ରୀ କହୁଛନ୍ତି ସେ କୌଣସି ରିପୋର୍ଟ ପାଇନାହାଁନ୍ତି। ଏବେ କିଏ ସତ କହୁଛି, ଆଉ କିଏ ଦୋଷ ଲୁଚାଉଛି ତାକୁ ତଦନ୍ତ ସାପେକ୍ଷ।
Ordigital Desk
• Published: Wednesday, 08 November 2017
• Updated: 08 November 2017, 10:18 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos