ଚଳିତବର୍ଷ ବଢ଼ିବନି ବିଦ୍ୟୁତ୍‌ ଶୁଳ୍କ

ଭୁବନେଶ୍ୱର: ୨୦୧୬-୧୭ ଆର୍ଥିକବର୍ଷରେ କୌଣସି ବର୍ଗର ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ୍‌ ଶୁଳ୍କ ବଢିବ ନାହିଁ। ଏ ନେଇ ଓଇଆର୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଥମ ଥର ଲାଗି ବିଦ୍ୟୁତ୍‌ ଅଡିଟ୍‌ କରିବାକୁ ୧୦୦ କୋଟି ଟଙ୍କା ଗ୍ରୀଡକୋକୁ ଦିଆଯାଇଛି। ଏଣିକି ଓଡ଼ିଆ ଭାଷାରେ ବିଦ୍ୟୁତ୍‌ ବିଲ୍‌ ମିଳିବ ବୋଲି ଜଣାପଡିଛି। ଚଳିତବର୍ଷ ଟ୍ରାନ୍ସମିସନ ଚାର୍ଜ ଦରରେ ମଧ୍ୟ କୌଣସି ପରିବର୍ତ୍ତନ କରାଯାଇନାହିଁ। ବିଦ୍ୟୁତ୍‌ ବିତରଣକାରୀ କମ୍ପାନୀଙ୍କ ବିତରଣଜନିତ କ୍ଷତିକୁ ଆୟୋଗ ୩୦.୬୪ ପ୍ରତିଶତ ବଦଳରେ ୨୧.୩୪ […]

bidut

Rakesh Mallick
  • Published: Tuesday, 22 March 2016
  • , Updated: 22 March 2016, 03:16 PM IST

ଭୁବନେଶ୍ୱର: ୨୦୧୬-୧୭ ଆର୍ଥିକବର୍ଷରେ କୌଣସି ବର୍ଗର ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ୍‌ ଶୁଳ୍କ ବଢିବ ନାହିଁ। ଏ ନେଇ ଓଇଆର୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଥମ ଥର ଲାଗି ବିଦ୍ୟୁତ୍‌ ଅଡିଟ୍‌ କରିବାକୁ ୧୦୦ କୋଟି ଟଙ୍କା ଗ୍ରୀଡକୋକୁ ଦିଆଯାଇଛି। ଏଣିକି ଓଡ଼ିଆ ଭାଷାରେ ବିଦ୍ୟୁତ୍‌ ବିଲ୍‌ ମିଳିବ ବୋଲି ଜଣାପଡିଛି।

ଚଳିତବର୍ଷ ଟ୍ରାନ୍ସମିସନ ଚାର୍ଜ ଦରରେ ମଧ୍ୟ କୌଣସି ପରିବର୍ତ୍ତନ କରାଯାଇନାହିଁ। ବିଦ୍ୟୁତ୍‌ ବିତରଣକାରୀ କମ୍ପାନୀଙ୍କ ବିତରଣଜନିତ କ୍ଷତିକୁ ଆୟୋଗ ୩୦.୬୪ ପ୍ରତିଶତ ବଦଳରେ ୨୧.୩୪ ପ୍ରତିଶତ ଭାବେ ଗ୍ରହଣ କରିଛନ୍ତି। ବିଦ୍ୟୁତ୍‌ ଉତ୍ପାଦନକାରୀ କମ୍ପାନୀମାନେ ଆମଦାନୀ କୋଇଲା ପରିବର୍ତ୍ତେ ଦେଶରେ ଉତ୍ପାଦିତ ହେଉଥିବା କୋଇଲା ବ୍ୟବହାର କରିବେ। ଏହାଦ୍ୱାରା ପରିବହନ ଭଡ଼ା କମିବ। ରାଜ୍ୟର କିଛି ଶିଳ୍ପ ସଂସ୍ଥା ନିଜସ୍ୱ ପ୍ଲାଣ୍ଟରୁ ୧୦୦୦ ମେଗା ୟୁନିଟ୍‌ ପର୍ଯ୍ୟନ୍ତ ବିଦ୍ୟୁତ୍‌ ଉତ୍ପାଦନ କରୁଥିବାରୁ ଏବେ ଦେୟ ବୃଦ୍ଧି କରା ନ ଯିବାକୁ ନିଷ୍ପତ୍ତି ନିଆଯାଇଛି।

ଶକ୍ତି ଅପଚୟ ଓ ଚୋରି ରୋକିବାକୁ ବିଦ୍ୟୁତ୍‌ ଅଡିଟ୍‌ କରାଯିବ। ଏଥିପାଇଁ ୧୦୦ କୋଟି ଟଙ୍କା ଗ୍ରୀଡକୋକୁ ଦିଆଯାଇଛି। ସେହିପରି ଅକ୍ଷୟ ଶକ୍ତି କିଣିବା ପାଇଁ ଆୟୋଗ ଗ୍ରୀଡକୋକୁ ୩୦ କୋଟି ଟଙ୍କା ଦେଇଛି। ଭବିଷ୍ୟତରେ କୋଇଲା ଦର ବୃଦ୍ଧି ଘଟିଲେ ଯେଉଁ କ୍ଷତି ହେବ ତାହାର ଭରଣା ପାଇଁ ଗ୍ରୀଡକୋକୁ ୪୨ କୋଟି ଟଙ୍କା ଦିଆଯାଇଛି।

ଓଡ଼ିଆ ଭାଷାରେ ଗ୍ରାହକଙ୍କୁ ବିଲ୍‌ ଦେବା ପାଇଁ ବିତରଣକାରୀ କମ୍ପାନୀଙ୍କୁ କୁହାଯାଇଛି।

ବିଦ୍ୟୁତ୍‌ ଦେୟ ବୃଦ୍ଧି କରା ନ ଯିବାକୁ ଉପଭୋକ୍ତା ମହାସଂଘ ସ୍ୱାଗତ କରିଛି। ବିଦ୍ୟୁତ୍‌ ଉପଭୋକ୍ତା ମହାସଂଘ ସଭାପତି ପଞ୍ଚାନନ କାନୁନଗୋ କହିଛନ୍ତି, “କମ୍ପାନୀମାନେ ନିଜେ ନିଜେ ତାଙ୍କ ଅଡିଟ୍‌ ରିପୋର୍ଟ ଦେଉଥିଲେ। ଯାହାକୁ ଆମେ ବିରୋଧ କରି ଆସୁଥିଲୁ। ଏବେ ଅଡିଟ୍‌ କରାଗଲେ କୌଣସି କମ୍ପାନୀ ମନମୁଖୀ ଭାବେ ନିଜ ଦାବି ଉପସ୍ଥାପନ କରିପାରିବେ ନାହିଁ।

ବିଦ୍ୟୁତ୍‌ ଦର ନିର୍ଦ୍ଧାରଣ ନେଇ ଗତ ଫେବୃୟାରରେ ଓଇଆରସି ଜନ ଶୁଣାଣି କରିଥିଲା। ପରେ ଉପଦେଷ୍ଟା କମିଟି ବୈଠକରେ ମଧ୍ୟ ଆଲୋଚନା ହୋଇଥିଲା। ଏଥିରେ ବିଦ୍ୟୁତ୍‌ ଉତ୍ପାଦନ, ବିତରଣ, ଟ୍ରେଡିଂ ଓ ଟ୍ରାନ୍ସମିସନ କମ୍ପାନୀ ଭାଗ ନେଇ ଦେୟ ବୃଦ୍ଧି ଲାଗି ଦାବି ରଖିଥିଲେ।

Related story