ଚଳିତ ବର୍ଷ ଓଡ଼ିଶା ଆଇଆଇଏମରେ ପାଠପଢ଼ା ହୋଇପାରେ: ଶୈଳେନ୍ଦ୍ର କୁମାର

ଭୁବନେଶ୍ୱର: ଚଳିତ ବର୍ଷ ଓଡ଼ିଶା ଆଇଆଇଏମରେ ପାଠପଢା ହୋଇପାରେ। କ୍ଷେତ୍ର ପରିଦର୍ଶନ ଲାଗି ସମ୍ୱଲପୁର  ଆସିଥିବା କେନ୍ଦ୍ରୀୟ ଟିମର ସଦସ୍ୟ ତଥା କେନ୍ଦ୍ର ମାନବ ସମ୍ୱଳ ବିକାଶ ମନ୍ତ୍ରାଳୟର ନିର୍ଦ୍ଦେଶକ ଶୈଳେନ୍ଦ୍ର କୁମାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ତାଙ୍କ ଟିମ୍ ଦେବାକୁ ଥିବା ପ୍ରସ୍ତାବକୁ ଯଦି କେନ୍ଦ୍ର ସରକାର ଗ୍ରହଣ କରି ନିଅନ୍ତି ତା’ହେଲେ ଚଳିତ ବର୍ଷ ଓଡ଼ିଶା ଆଇଆଇଏମରେ ପାଠପଢା ଆରମ୍ଭ କରିବା ନେଇ ସବୁପ୍ରକାର ଉଦ୍ୟମ କରାଯିବ। ତେବେ ଓଡ଼ିଶା ଆଇଆଇଏମ୍ […]

director

Rakesh Mallick
  • Published: Sunday, 21 June 2015
  • , Updated: 21 June 2015, 02:24 PM IST

ଭୁବନେଶ୍ୱର: ଚଳିତ ବର୍ଷ ଓଡ଼ିଶା ଆଇଆଇଏମରେ ପାଠପଢା ହୋଇପାରେ। କ୍ଷେତ୍ର ପରିଦର୍ଶନ ଲାଗି ସମ୍ୱଲପୁର  ଆସିଥିବା କେନ୍ଦ୍ରୀୟ ଟିମର ସଦସ୍ୟ ତଥା କେନ୍ଦ୍ର ମାନବ ସମ୍ୱଳ ବିକାଶ ମନ୍ତ୍ରାଳୟର ନିର୍ଦ୍ଦେଶକ ଶୈଳେନ୍ଦ୍ର କୁମାର ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ତାଙ୍କ ଟିମ୍ ଦେବାକୁ ଥିବା ପ୍ରସ୍ତାବକୁ ଯଦି କେନ୍ଦ୍ର ସରକାର ଗ୍ରହଣ କରି ନିଅନ୍ତି ତା’ହେଲେ ଚଳିତ ବର୍ଷ ଓଡ଼ିଶା ଆଇଆଇଏମରେ ପାଠପଢା ଆରମ୍ଭ କରିବା ନେଇ ସବୁପ୍ରକାର ଉଦ୍ୟମ କରାଯିବ। ତେବେ ଓଡ଼ିଶା ଆଇଆଇଏମ୍ ପାଇଁ ୧୪୦ ସିଟର ପ୍ରସ୍ତାବ ରହିଥିବା ବେଳେ ଚଳିତ ବର୍ଷ ୭୦ରୁ ଅଧିକ ସିଟରେ ହିଁ ନାମଲେଖା ହୋଇପାରେ।

ଆସନ୍ତା ଗୁରୁବାର ସୁଦ୍ଧା କେନ୍ଦ୍ରୀୟ ଟିମ୍ ରିପୋର୍ଟ ଦାଖଲ କରିବ। ଶୈଳେନ୍ଦ୍ର କୁମାର ଓ ଆଇଆଇଏମ୍ ଇନ୍ଦୋରର ପ୍ରଫେସର ପୱନ କୁମାର ସିଂଙ୍କୁ ନେଇ ଗଠିତ ଏହି ଟିମ୍ ଆଜି ଗସ୍ତର ଦ୍ୱିତୀୟ ଦିନରେ ଯୁଯୁମୁରା ବ୍ଲକ ନିଲଡୁଙ୍ଗୁରୀ କୁଟ୍ରାଜୋରୀରେ ପ୍ରସ୍ତାବିତ ସ୍ଥାୟୀ କ୍ୟାମ୍ପସ ଓ ଅସ୍ଥାୟୀ କ୍ୟାମ୍ପସ ପାଇଁ ମାନେଶ୍ୱରର ରାସନପୁରଠାରେ ସରକାରୀ ଆଇଟିଆଇ ବିଲଡିଂ ପରିସର ବୁଲି ଦେଖିଥିଲେ। ରାଜ୍ୟ ସିପିଡବ୍ଲୁଡି ମୁଖ୍ୟଯନ୍ତ୍ରୀ ଉମେଶ ମିଶ୍ର ଏବଂ ବୈଷୟିକ ଶିକ୍ଷା ଓ ତାଲିମ୍ ସଚିବ ଅସିତ୍ ତ୍ରିପାଠୀ ପ୍ରମୁଖ କେନ୍ଦ୍ରୀୟ ଟିମ୍ ସହ ଉପସ୍ଥିତି ରହିଥିଲେ।

Related story