କୋଭିଡ୍ ନିୟମ ଉଲ୍ଲଙ୍ଘନ କଲେ କୁଳପତି ଓ କୁଳସଚିବ

ବାରିପଦା (ଓଡ଼ିଶା ରିପୋର୍ଟର): ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତି ଏବଂ କୁଳସଚିବ କୋଭିଡ୍‌ ନିୟମ ଉଲ୍ଲଙ୍ଘନ କରିଛନ୍ତି। ଏହି କାରଣରୁ କୁଳପତି ଓ କୁଳସଚିବଙ୍କ ନାଁରେ ବାରିପଦା ଟାଉନ ଥାନାରେ ମାମଲା ରୁଜୁ ହୋଇଛି। କୋଭିଡ ଆଇନ୍ ଉଲଂଘନ ଅଭିଯୋଗରେ ଜଣେ ଛାତ୍ର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଗତ ୪ ଦିନ ଧରି ଛାତ୍ରମାନେ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ସାମ୍ନାରେ ରିଆଡମିଶନ୍ ଫି ଛାଡ ଦାବିରେ ଅନଶନ କରିଥିଲେ। ଭିସି ଏବଂ ରେଜିଷ୍ଟ୍ରାର ଛାତ୍ରମାନଙ୍କ ପାଖକୁ […]

baripada

baripada

Ranjit Kumar Jena
  • Published: Sunday, 11 October 2020
  • Updated: 11 October 2020, 10:10 AM IST

Sports

Latest News

ବାରିପଦା (ଓଡ଼ିଶା ରିପୋର୍ଟର): ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତି ଏବଂ କୁଳସଚିବ କୋଭିଡ୍‌ ନିୟମ ଉଲ୍ଲଙ୍ଘନ କରିଛନ୍ତି। ଏହି କାରଣରୁ କୁଳପତି ଓ କୁଳସଚିବଙ୍କ ନାଁରେ ବାରିପଦା ଟାଉନ ଥାନାରେ ମାମଲା ରୁଜୁ ହୋଇଛି। କୋଭିଡ ଆଇନ୍ ଉଲଂଘନ ଅଭିଯୋଗରେ ଜଣେ ଛାତ୍ର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଗତ ୪ ଦିନ ଧରି ଛାତ୍ରମାନେ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ସାମ୍ନାରେ ରିଆଡମିଶନ୍ ଫି ଛାଡ ଦାବିରେ ଅନଶନ କରିଥିଲେ। ଭିସି ଏବଂ ରେଜିଷ୍ଟ୍ରାର ଛାତ୍ରମାନଙ୍କ ପାଖକୁ ଯାଇ ବୁଝାସୁଝା କରିଥିଲେ। ତେବେ ଏହି ସମୟରେ ଉଭୟ ଭିସି ଓ ରେଜିଷ୍ଟ୍ରାର ମାସ୍କ ପିନ୍ଧି ନ ଥିଲେ ଏବଂ ସାମାଜିକ ଦୂରତା ବଜାୟ ରଖିନଥିଲେ ବୋଲି ଅଭିଯୋଗ କରି ବିଶ୍ୱବିଦ୍ୟାଳୟର ପ୍ରଥମ ବର୍ଷର ଛାତ୍ର ଚିତେଶ୍ୱର ବେହେରା ଥାନାରେ ଏତଲା କରିଛନ୍ତି।

କୁଳପତି ପ୍ରଫେସର ପ୍ରଦୀପ ଚାନ୍ଦ ଏବଂ ରେଜିଷ୍ଟ୍ରାର ପ୍ରଫେସର ପ୍ରମୋଦ ଶତପଥୀଙ୍କ ନାଁରେ ବାରିପଦା ଟାଉନ ଥାନାରେ ଏପିଡେମିକ୍ ଆକ୍ଟରେ ମାମଲା ରୁଜୁ ହୋଇଛି। ଅନ୍ୟପଟେ ଛାତ୍ରମାନେ ମଧ୍ୟ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ଯୋଗୁଁ କର୍ତ୍ତୃପକ୍ଷ ଛାତ୍ରମାନଙ୍କ ନାଁରେ ଥାନା ରେ ପାଲଟା ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos