ଓଡ଼ିଶା ଚାଷୀଙ୍କ ଧାନ ବସ୍ତା ଉଠାଇନେଲା ଛତିଶଗଡ଼ ପୁଲିସ, ତେଜୁଛି ଅସନ୍ତୋଷ

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର):ଓଡ଼ିଶାକୁ ଆସି ଛତିଶଗଡ଼ ପୁଲିସ ଚାଷୀଙ୍କ ଧାନ ଜବତ ଘଟଣାରେ ତେଜୁଛି ଅସନ୍ତୋଷ। ରାସ୍ତା ଅବରୋଧ ସହ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଝାରସୁଗୁଡ଼ାର ଚାଷୀ।   ପ୍ରତିବାଦ କରି କନକତୋରା-ଏକତାଲ ରାସ୍ତାରେ ଗଛ ପକାଇ ରାସ୍ତା ଅବରୋଧ କରିଥିଲେ ଚାଷୀ। ବିବାଦର ଖୁବଶୀଘ୍ର ସମାଧାନ ଲାଗି ଚାଷୀମାନେ ଦାବି କରିଛନ୍ତି । ସେପଟେ ଘଟଣାକୁ ନେଇ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଛନ୍ତି ସ୍ଥାନୀୟ ବିଧାୟକ କିଶୋର ମହାନ୍ତି। ଛତିଶଗଡ଼ର ରାୟଗଡ଼ ଜିଲ୍ଲାପାଳଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା […]

4nm

Tapas Behera
  • Published: Wednesday, 11 December 2019
  • , Updated: 11 December 2019, 03:45 PM IST

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର):ଓଡ଼ିଶାକୁ ଆସି ଛତିଶଗଡ଼ ପୁଲିସ ଚାଷୀଙ୍କ ଧାନ ଜବତ ଘଟଣାରେ ତେଜୁଛି ଅସନ୍ତୋଷ। ରାସ୍ତା ଅବରୋଧ ସହ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଝାରସୁଗୁଡ଼ାର ଚାଷୀ।   ପ୍ରତିବାଦ କରି କନକତୋରା-ଏକତାଲ ରାସ୍ତାରେ ଗଛ ପକାଇ ରାସ୍ତା ଅବରୋଧ କରିଥିଲେ ଚାଷୀ। ବିବାଦର ଖୁବଶୀଘ୍ର ସମାଧାନ ଲାଗି ଚାଷୀମାନେ ଦାବି କରିଛନ୍ତି । ସେପଟେ ଘଟଣାକୁ ନେଇ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଛନ୍ତି ସ୍ଥାନୀୟ ବିଧାୟକ କିଶୋର ମହାନ୍ତି।

ଛତିଶଗଡ଼ର ରାୟଗଡ଼ ଜିଲ୍ଲାପାଳଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରି ବିବାଦର ସମାଧାନ କରାଯାଉ ବୋଲି  ବିଧାୟକ କହିଛନ୍ତି। କିଛି ଦିନ ତଳେ ଜଣେ କନକତୋରା ଗାଁର ମନୋଜ ମେହେର ନାମକ ଚାଷୀଙ୍କ ୩୮ ବସ୍ତା ଧାନ ଜବତ କରିଥିଲା ଛତିଶଗଡ଼ ପୁଲିସ। ତେବେ ବର୍ତ୍ତମାନ ସୁଦ୍ଧା ଚାଷୀଙ୍କୁ ଜବତ ଧାନ ଫେରସ୍ତ କରିନାହିଁ ଛତିଶଗଡ଼ ପୁଲିସ।  ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳର ଅସନ୍ତୋଷ ତେଜିବାରେ ଲାଗିଛି।

Related story