ଚତୁର୍ଥ ଦିନରେ ବ୍ଲକ ଗ୍ରାଣ୍ଟ୍ ଶିକ୍ଷକଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ଭୁବନେଶ୍ୱର: ଚତୁର୍ଥ ଦିନରେ ପହଞ୍ଚିଛି ବ୍ଲକ୍ ଗ୍ରାଣ୍ଟ ଶିକ୍ଷକଙ୍କ ଆନ୍ଦୋଳନ। ସଂପୂର୍ଣ୍ଣ ସରକାରୀ ଅନୁଦାନ ଦାବିରେ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି ପ୍ରାୟ ଚାରି ହଜାର ବ୍ଳକ୍ ଗ୍ରାଣ୍ଟ ସ୍କୁଲର ଶିକ୍ଷକ। ଚାରିଦିନ ଧରି ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଧାରଣାରେ ବସିଛନ୍ତି। ଶିକ୍ଷକମାନେ ଶ୍ରେଣୀ ବର୍ଜନ କରିଥିବାରୁ ଲକ୍ଷ ଲକ୍ଷ ପିଲାଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହୋଇଛି। ରାଜ୍ୟର ୪ ହଜାର ବ୍ଲକ୍ ଗ୍ରାଣ୍ଟ୍ ସ୍କୁଲରେ ତାଲା ପଡ଼ିଯାଇଛି। […]

sikhyaka

sikhyaka

Rakesh Mallick
  • Published: Thursday, 13 August 2015
  • Updated: 13 August 2015, 06:37 AM IST

Sports

Latest News

ଭୁବନେଶ୍ୱର: ଚତୁର୍ଥ ଦିନରେ ପହଞ୍ଚିଛି ବ୍ଲକ୍ ଗ୍ରାଣ୍ଟ ଶିକ୍ଷକଙ୍କ ଆନ୍ଦୋଳନ। ସଂପୂର୍ଣ୍ଣ ସରକାରୀ ଅନୁଦାନ ଦାବିରେ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି ପ୍ରାୟ ଚାରି ହଜାର ବ୍ଳକ୍ ଗ୍ରାଣ୍ଟ ସ୍କୁଲର ଶିକ୍ଷକ। ଚାରିଦିନ ଧରି ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଧାରଣାରେ ବସିଛନ୍ତି। ଶିକ୍ଷକମାନେ ଶ୍ରେଣୀ ବର୍ଜନ କରିଥିବାରୁ ଲକ୍ଷ ଲକ୍ଷ ପିଲାଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହୋଇଛି। ରାଜ୍ୟର ୪ ହଜାର ବ୍ଲକ୍ ଗ୍ରାଣ୍ଟ୍ ସ୍କୁଲରେ ତାଲା ପଡ଼ିଯାଇଛି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଶିକ୍ଷକମାନେ ଆନ୍ଦୋଳନ ଜାରି ରଖିବା ଜିଦରେ ଅଟଳ ରହିଛନ୍ତି।

ଅନ୍ୟପକ୍ଷରେ ଗତକାଲି ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ର କହିଥିଲେ ଏନେଇ ବିଭାଗୀୟ ସଚିବ ଆଲୋଚନା କରୁଛନ୍ତି। ଆନ୍ଦୋଳନ ଉପରେ ନଜର ରଖାଯାଇଛି। ସ୍ଥିତି ଉପରେ ନଜର ରଖିବାକୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷକମାନେ ଆନ୍ଦୋଳନରୁ ଓହରି ଆଲୋଚନାକୁ ଆସିବା ଉଚିତ୍। ସେ ଆହୁରି ମଧ୍ୟ କହିଥିଲେ ଯେ ସରକାର ତାଙ୍କର ଆର୍ଥିକ ପରିଧିକୁ ବିଚାର କରି ଶିକ୍ଷକଙ୍କ ଦାବି ଉପରେ ନିଷ୍ପତ୍ତି ନେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos