ଚାଉଳ ବଦଳରେ ଗହମ କୋଟା ପ୍ରସଙ୍ଗ: ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କଲା ବିଜେଡି  

ଭୁବନେଶ୍ୱର: କେନ୍ଦ୍ର ସରକାର ‘ଚାଉଳ ବଦଳରେ ଗହମ’ କୋଟା ଓଡ଼ିଶା ଉପରେ ଲଦି ଦେଉଛନ୍ତି ବୋଲି ଅଭିଯୋଗ କରି ଆଜି ବିଜେଡି ବିଧାୟକମାନେ  ବିଧାନସଭା ପରିସରରୁ  ଏକ ରାଲି କରି ରାଜ୍ୟପାଳ ଏସସି ଜମିରଙ୍କ ନିକଟରେ ଫେରାଦ୍ ହୋଇଥିଲେ। ତେବେ ରାଜ୍ୟପାଳ ଅନୁପସ୍ଥିତ ଥିବାରୁ ତାଙ୍କର ଜଣେ ପ୍ରତିନିଧିଙ୍କୁ ବିଜେଡି ବିଧାୟକମାନେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଗହମ ବଦଳରେ ଓଡ଼ିଶାକୁ ଅଧିକ ଚାଉଳ ଦିଆଯାଉ ବୋଲି ଦଳ ଦାବି କରିଛି। ଏହି ବିଷୟରେ […]

bjd

Rakesh Mallick
  • Published: Tuesday, 03 May 2016
  • , Updated: 03 May 2016, 02:50 PM IST

ଭୁବନେଶ୍ୱର: କେନ୍ଦ୍ର ସରକାର ‘ଚାଉଳ ବଦଳରେ ଗହମ’ କୋଟା ଓଡ଼ିଶା ଉପରେ ଲଦି ଦେଉଛନ୍ତି ବୋଲି ଅଭିଯୋଗ କରି ଆଜି ବିଜେଡି ବିଧାୟକମାନେ  ବିଧାନସଭା ପରିସରରୁ  ଏକ ରାଲି କରି ରାଜ୍ୟପାଳ ଏସସି ଜମିରଙ୍କ ନିକଟରେ ଫେରାଦ୍ ହୋଇଥିଲେ। ତେବେ ରାଜ୍ୟପାଳ ଅନୁପସ୍ଥିତ ଥିବାରୁ ତାଙ୍କର ଜଣେ ପ୍ରତିନିଧିଙ୍କୁ ବିଜେଡି ବିଧାୟକମାନେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଗହମ ବଦଳରେ ଓଡ଼ିଶାକୁ ଅଧିକ ଚାଉଳ ଦିଆଯାଉ ବୋଲି ଦଳ ଦାବି କରିଛି। ଏହି ବିଷୟରେ ପୂର୍ବରୁ ବିଧାନସଭାରେ ଆଲୋଚନା ହୋଇଥିଲା।

ବିରୋଧୀ ଦଳକୁ ମୁକାବିଲା କରିବା ପାଇଁ ବିଧାନସଭା ୫୪ ନମ୍ବର ରୁମରେ ସରକାରୀ ଦଳର ବୈଠକ ବସିଥିଲା। ଏହି ବୈଠକରେ  ବିଧାୟକ ଓ ମନ୍ତ୍ରୀମାନେ ଯୋଗଦେଇଥିଲେ।

ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି, “ଆମ ରାଜ୍ୟ ହେଉଛି ଚାଉଳ ପ୍ରଧାନ ରାଜ୍ୟ। ଆମ ରାଜ୍ୟରେ ଅଧିକ ପରିମାଣରେ ଚାଉଳ ଉତ୍ପାଦନ କରାଯାଇଥାଏ। ଆଦିବାସୀ ଓ ଅନୁସୂଚିତ ଜାତି ଲୋକମାନଙ୍କର ଗହମର ଆବଶ୍ୟକତା ନାହିଁ। କିନ୍ତୁ କେନ୍ଦ୍ର ସରକାର ଜାଣି ଶୁଣି ରାଜ୍ୟକୁ ଚାଉଳ ବଦଳରେ ଗହମ ଦେଉଛି। ବର୍ତ୍ତମାନ ରାଜ୍ୟ ସରକାର ଚାଉଳ କିଣି ଲୋକଙ୍କ ଦେଉଥିବାରୁ ଦୈନିକ  ୪୦ କୋଟି ଟଙ୍କା ରାଜ୍ୟ ଉପରେ ବୋଝ ପଡ଼ୁଛି। ଏହି କଥା ମୁଖ୍ୟମନ୍ତ୍ରୀ  କେନ୍ଦ୍ରକୁ ବହୁବାର  ଜଣାଇଛନ୍ତି।”

ବିଜେଡି ମୁଖପାତ୍ର ସମୀର ଦାସ କହିଛନ୍ତି, “ଚାଉଳର ଆବଶ୍ୟକତା ଗହମଠାରୁ ଅଧିକ ଥିବା ବେଳେ କେନ୍ଦ୍ର ସରକାର ଆମକୁ ଗହମ ନେବାକୁ ବାଧ୍ୟ କରୁଛି। ସେଥିପାଇଁ ରାଜ୍ୟର ମୁଖ୍ୟ ସଚିବ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି।  ଓଡ଼ିଶାରେ ଚାଉଳର ଚାହିଦା ଅଧିକ । ରାଜ୍ୟର ୨୪ ପ୍ରତିଶତ ଆଦିବାସୀ  ହରିଜନଙ୍କର ଗହମ ସହିତ କୌଣସି ସମ୍ପର୍କ ନାହିଁ। ଆଜି କେନ୍ଦ୍ର ସରକାର ତାଙ୍କ ପଖାଳ କଂସାରେ  ଲାତ ମାରିଛନ୍ତି। ତାହାକୁ ପ୍ରତିବାଦ କରି ଆଜି ବିଧାନସଭାରୁ ଏକ ରାଲି କରି ଆମେ ରାଜ୍ୟପାଳଙ୍କୁ ଦାବି ପତ୍ର ଦେଉଛୁ।”

ବିରୋଧୀ ଦଳ ମୁଖ୍ୟ ସଚେତକ କହିଛନ୍ତି, “ଚିଟ୍‌ଫଣ୍ଡ ପ୍ରସଙ୍ଗରେ ସରକାର ଆଲୋଚନା କରିବାକୁ ପ୍ରସ୍ତୁତ ନୁହନ୍ତି। ଆଲୋଚନା ହେଲେ ଶାସକ ଦଳର ଚିଟ୍‌ଫଣ୍ଡ ଲିଙ୍କ୍‌ ପର୍ଦ୍ଦାଫାସ ହୋଇଯିବ। ସବୁ ଚିଟଫଣ୍ଡ କମ୍ପାନୀରୁ ଶାସକ ଦଳର ଲୋକେ ଲକ୍ଷ ଲକ୍ଷ ଟଙ୍କା ଖାଇଛନ୍ତି। ଚିଟ୍‌ଫଣ୍ଡ କେଳେଙ୍କାରୀରୁ ନଜର ହଟାଇବାକୁ ଏପରି ଚାଉଳ, ଗହମ କଥା ଉଠାଉଛନ୍ତି।”

Related story