ଶିକ୍ଷକଙ୍କୁ ପାଠପଢ଼ାଇଲେ ଠକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଠପଢ଼ୁଆ ଶିକ୍ଷକଙ୍କୁ ପାଠପଢ଼ାଇଛନ୍ତି ଠକ। ଠକଙ୍କ ଚାଲବାଜିକୁ ଧରିବାରେ ଫେଲମାରିଛନ୍ତି ଶିକ୍ଷକ। ଶିକ୍ଷକଙ୍କ ଆକାଉଣ୍ଟରୁ ନେଇଯାଇଛନ୍ତି ୭୩ ହଜାର ଟଙ୍କା। ଆକଉଣ୍ଟରେ ରହିଯାଇଛି ମାତ୍ର ୧୮ ପଇସା। ବ୍ୟାପକ ସେଚତନତା ସତ୍ତ୍ୱେ କ୍ରେଡିଟ୍ କାର୍ଡର ଉପରେ ଥିବା ନମ୍ବର ଓ ଫୋନ୍‌କୁ ଆସିଥିବା ଓଟିପି ନମ୍ବର ଠକଙ୍କୁ ଦେଇ ସେ ଏଭଳି ଠକି ଯାଇଛନ୍ତି। ଏ ନେଇ ଆଜି ସେ ଭୁବନେଶ୍ୱର ସାଇବର ଥାନାରେ ଅଭିଯୋଗ କରିଛନ୍ତି। ଠକାମୀର ଶିକାର ହୋଇଥିବା ଶିକ୍ଷକ ଜଣକ […]

teacher

  • Published: Monday, 18 July 2022
  • , Updated: 19 July 2022, 01:26 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଠପଢ଼ୁଆ ଶିକ୍ଷକଙ୍କୁ ପାଠପଢ଼ାଇଛନ୍ତି ଠକ। ଠକଙ୍କ ଚାଲବାଜିକୁ ଧରିବାରେ ଫେଲମାରିଛନ୍ତି ଶିକ୍ଷକ। ଶିକ୍ଷକଙ୍କ ଆକାଉଣ୍ଟରୁ ନେଇଯାଇଛନ୍ତି ୭୩ ହଜାର ଟଙ୍କା। ଆକଉଣ୍ଟରେ ରହିଯାଇଛି ମାତ୍ର ୧୮ ପଇସା। ବ୍ୟାପକ ସେଚତନତା ସତ୍ତ୍ୱେ କ୍ରେଡିଟ୍ କାର୍ଡର ଉପରେ ଥିବା ନମ୍ବର ଓ ଫୋନ୍‌କୁ ଆସିଥିବା ଓଟିପି ନମ୍ବର ଠକଙ୍କୁ ଦେଇ ସେ ଏଭଳି ଠକି ଯାଇଛନ୍ତି। ଏ ନେଇ ଆଜି ସେ ଭୁବନେଶ୍ୱର ସାଇବର ଥାନାରେ ଅଭିଯୋଗ କରିଛନ୍ତି। ଠକାମୀର ଶିକାର ହୋଇଥିବା ଶିକ୍ଷକ ଜଣକ ଖୋର୍ଦ୍ଧା ଜଗନ୍ନାଥପୁର ରାମଚଣ୍ଡି ଅଞ୍ଚଳର ଲକ୍ଷ୍ମୀଧର ବେହେରା। ଅଭିଯୋଗ କ୍ରମେ ସାଇବର ଥାନା ପୁଲିସ ଘଟଣାର ତଦନ୍ତ କରୁଛି।

ସେ କହିଛନ୍ତି, ଖୋର୍ଦ୍ଧା ଠାରୁ ପ୍ରାୟ ୧୮୦ କିଲୋମିଟର ଦୂର ବାଣପୁରରେ ତାଙ୍କ ପୋଷ୍ଟିଂ ହୋଇଛି। ୩ ମାସ ତଳେ ତାଙ୍କୁ ଏକ କ୍ରେଡିଟ୍ କାର୍ଡ ଆବେଦନ କ୍ରମେ ମିଳିଥିଲା। ଯାହାର ସର୍ବାଧିକ ଦେୟ ୭୩ ହଜାର ଟଙ୍କା ଥିଲା। ଗତ ଶନିବାର ୪ଟା ବେଳେ ହଠାତ୍ ଏକ ଫୋନ୍ ଆସିଲା। କ୍ରେଡିଟ୍ କାର୍ଡର ବାର୍ଷିକ ଦେୟ ପ୍ରାୟ ୪ ହଜାର ୯୯୯ ଟଙ୍କା ଛାଡ୍ ପାଇବାକୁ ଇଛା ଅଛିକି ବୋଲି ଠକମାନେ କୌଶଳ କରି ଫୋନ୍‌ରେ ପଚାରିଥିଲେ। ବାର୍ଷିକ ଦେୟ ଛାଡ଼୍ ମିଳିବା ଶୁଣି ସେ ରାଜି ହୋଇଥିଲେ। ଏହା ପରେ ଠକମାନେ ତାଙ୍କୁ କୌଶଳ କ୍ରମେ କ୍ରେଡିଟ୍ କାର୍ଡ ନମ୍ବର ମାଗିଥିଲେ। ସେ ଫୋନ୍ ଯୋଗେ ତାହା ଦେଇଥିଲେ। ପରେ ଫୋନ୍‌କୁ ଆସିଥିବା ଗୁପ୍ତ ଓଟିପି ନମ୍ବର ମଧ୍ୟ ଦେଇଥିଲେ। ଯାହା ପରେ ତାଙ୍କ ଆକାଉଣ୍ଟରେ ୧୮ ପଇସାକୁ ବାଦ୍ ଦେଇ ପ୍ରାୟ ୭୨ ହଜାର ୯୦୦ ଟଙ୍କା ଉଠାଣ ନେଇଥିଲେ ଠକ।

ଟଙ୍କା ଉଭାନ ହେବା ପରେ ସେ ଆସିଥିବା ଫୋନ୍ ନମ୍ବରରେ କଲବ୍ୟାକ୍ କରିଥିଲେ। ହେଲେ ଆଉ କେହି ଉଠାଇ ନଥିଲେ। ଯାହା ପରେ ସେ ଟଙ୍କା ଠକେଇର ଶିକାର ହୋଇଥିବା ଜାଣି ସାଇବର ଥାନାରେ ଅଭିଯୋଗ କରିଛନ୍ତି। ଜଣେ ଶିକ୍ଷକ ହୋଇ ମଧ୍ୟ ଠକଙ୍କ ପାଲରେ ପଡ଼ିବା ଓ ଠକାମୀର ଶିକାର ହେବା ସମସ୍ତଙ୍କୁ ତାଜୁବ୍ କରିଛି।

Related story