ଅନୁଗୋଳ: ଅନୁଗୋଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଡାକାୟତି କରୁଥିବା ଏକ ଗ୍ୟାଙ୍କର ୬ଜଣକୁ ଗିରଫ କରିଛି ଚେଣ୍ଡିପଦା ପୋଲିସ। ଗତକାଲି ବିଳମ୍ବିତ ରାତିରେ ଛେଣ୍ଡିପଦା ଥାନା ଅନ୍ତର୍ଗତ ଚାଙ୍ଗୁଡିଆ ଗ୍ରାମ ନିକଟରେ ଥିବା ଏକ କାଜୁ ବଗିଚାରେ ଅଭିଯୁକ୍ତମାନେ ଡକାୟତି ଯୋଜନା କରୁଥିବାବେଳେ ପୋଲିସ ଚଢାଉ କରି ସେମାନଙ୍କୁ କାବୁ କରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ସାନ ଚାଙ୍ଗୁଡିଆର ରେଜେଶ ପ୍ରଧାନ(୨୧), କ୍ଷୀରୋଦ ନାଏକ (୨୯), ସୁକାନ୍ତ ଦେହୁରୀ (୨୬), ବଳରାମ ଷଣ୍ଢ (୨୫), ବିଜୟ ଦେହୁରୀ (୨୬), ଦେବଗଡ ଜିଲ୍ଲାର କର୍ମୁ କିଶାନ୍(୨୨) ଓ କଟକର ଦୀପକ ସାହୁ(୨୫)। ସେମାନଙ୍କଠାରୁ ୬ଟି ବାଇକ ଓ ଗୋଟିଏ ପିସ୍ତଲ ସହ ବହୁ ମାରଣାସ୍ତ୍ର ଜବତ କରାଯାଇଛି। ପଚାରାଉଚୁରା ପରେ ଏକ ବୋଲେରୋ ଓ ପିକଅପ ଭ୍ୟାନରୁ ଲକ୍ଷ୍ୟାଧିକ ଟଙ୍କାର ଅଳଙ୍କାର ଓ ମୋବାଇଲ ଜବତ କରିଛି ପୋଲିସ। ଏବେ ବି ଏହି ଗ୍ୟାଙ୍ଗର ବହୁ ସଦସ୍ୟ ଫେରାର ଅଛନ୍ତି। ଏହି ଗ୍ୟାଙ୍ଗ ମୁଖ୍ୟତଃ ରାସ୍ତାରେ ଲୁଟତରାଜ କରିଥାନ୍ତି। ଗିରଫ ଯୁବକମାନଙ୍କ ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ମାମଲା ରହିଥିବା ଏସପି ରାଜେଶ ପଣ୍ଡିତ ସୂଚନା ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ପୁଅ ଜନ୍ମ ଦିନକୁ ଖାସ କରିବାକୁ ପ୍ରୟାସ, ଆୟୋଜନ କଲେ ରକ୍ତଦାନ ଶିବିର
ସବୁ ବାପାମା’ ନିଜ ପିଲାଙ୍କ ଜନ୍ମ ଦିନକୁ ଧୁମଧାମରେ ପାଳନ କରିଥାନ୍ତି। ଏଥିପାଇଁ କିଏ ବଡ଼ ପାର୍ଟିର ଆୟୋଜନ କରିଥାଏ ତ କିଏ ବନ୍ଧୁବାନ୍ଧବଙ୍କୁ ଭୋଜି ଭାତରେ ଆପାୟିତ କରି ଖୁସି ହୋଇଥାଏ।
Crime
୬ ମାସ ଶିଶୁପୁତ୍ରର ସନ୍ଦେହଜନକ ମୃତ୍ୟୁ; ବାପାମା’ ହତ୍ୟା କରିଥିବା ଅଭିଯୋଗ
ଶିଶୁଟିକୁ ତାର ବାପାମା’ ହତ୍ୟା କରିଥିବା ଅଭିଯୋଗ ଆଣି ଥାନାରେ ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ।
Crime
କେରଳରୁ ବନ୍ଧା ହେଲେ ଅଭିଯୁକ୍ତ, ବର୍ଷେ ତଳେ ପତ୍ନୀଙ୍କୁ ହାଣି ଫେରାର ହୋଇଥିଲେ
ବର୍ଷେ ତଳେ ବ୍ରହ୍ମପୁର ସହରରେ ଅତି ନିର୍ମମ ଭାବେ ପତ୍ନୀଙ୍କୁ ହତ୍ୟା କରିଥିଲେ। ଏହାପରେ ଫେରାର ହୋଇ ଯାଇଥିଲେ ଅଭିଯୁକ୍ତ। ମାତ୍ର ବର୍ଷେ ପରେ ପୁଲିସ୍ ଜାଲରେ ପଡ଼ିଛନ୍ତି ଅଭିଯୁକ୍ତ।
Crime
କୋଟିପତି ଉପଜିଲ୍ଲାପାଳଙ୍କୁ ବାନ୍ଧିଲା ଭିଜିଲାନ୍ସ
ଗତକାଲି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନ ସମେତ ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା
Accident
ନିଜ ବିଲକୁ ଯାଇଥିଲେ ଚାଷୀ, ମାରିଲା କରେଣ୍ଟ
ପାଚିଲା ଧାନ ଦେଖିବାକୁ ନିଜ ବିଲକୁ ଯାଇଥିଲେ ଚାଷୀ। ମାତ୍ର ଘଟିଗଲା ଅଘଟଣ । ପଡ଼ୋଶୀଙ୍କ ତାର ବାଡ଼ରେ ହାତ ପଡ଼ିଯିବାରୁ ମାରିଲା କରେଣ୍ଟ ଓ ସେଠାରେ ହିଁ ସେ ଟଳି ପଡ଼ିଲେ।