ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଅବଧି ୬ମାସ ବଢ଼ିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୯୮୬ ବ୍ୟାଚ୍ ଆଇଏଏସ୍ ତଥା ରାଜ୍ୟ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ରଙ୍କ କାର୍ଯ୍ୟକାଳ ଆଉ ୬ମାସ ବୃଦ୍ଧି ହୋଇଛି। ଓଡ଼ିଶା ସରକାରଙ୍କ ପ୍ରସ୍ତାବ ଆଧାରରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଆଜି ଏଥିପାଇଁ ଅନୁମତି ଦେଇଛନ୍ତି। ଶ୍ରୀ ମହାପାତ୍ର ୨୦୨୨ ଫେବୃୟାରୀ ୨୮ତାରିଖରେ ସରକାରୀ ଚାକିରିରୁ ଅବସର ନେଇଥାନ୍ତେ। ୧୯୫୯ ବ୍ୟାଚ୍ ଆଇଏଏସ୍ ଆର.ଏନ. ଦାସ ଓଡ଼ିଶାର ଶେଷ ମୁଖ୍ୟ ସଚିବ ଥିଲେ, ଯାହାଙ୍କ କାର୍ଯ୍ୟକାଳକୁ ୩ଟି ପର୍ଯ୍ୟାୟରେ ରାଜ୍ୟ ସରକାର ସେତେବେଳେ ବୃଦ୍ଧି […]

Suresh Chandra Mohapatra

Suresh Chandra Mohapatra

Ordigital Desk
  • Published: Thursday, 13 January 2022
  • Updated: 13 January 2022, 11:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୯୮୬ ବ୍ୟାଚ୍ ଆଇଏଏସ୍ ତଥା ରାଜ୍ୟ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ରଙ୍କ କାର୍ଯ୍ୟକାଳ ଆଉ ୬ମାସ ବୃଦ୍ଧି ହୋଇଛି। ଓଡ଼ିଶା ସରକାରଙ୍କ ପ୍ରସ୍ତାବ ଆଧାରରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଆଜି ଏଥିପାଇଁ ଅନୁମତି ଦେଇଛନ୍ତି। ଶ୍ରୀ ମହାପାତ୍ର ୨୦୨୨ ଫେବୃୟାରୀ ୨୮ତାରିଖରେ ସରକାରୀ ଚାକିରିରୁ ଅବସର ନେଇଥାନ୍ତେ। ୧୯୫୯ ବ୍ୟାଚ୍ ଆଇଏଏସ୍ ଆର.ଏନ. ଦାସ ଓଡ଼ିଶାର ଶେଷ ମୁଖ୍ୟ ସଚିବ ଥିଲେ, ଯାହାଙ୍କ କାର୍ଯ୍ୟକାଳକୁ ୩ଟି ପର୍ଯ୍ୟାୟରେ ରାଜ୍ୟ ସରକାର ସେତେବେଳେ ବୃଦ୍ଧି କରିଥିଲେ।

କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବଙ୍କୁ ଆଜି ଲେଖାଯାଇଥିବା ଚିଠି ଅନୁସାରେ, ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳକୁ ତାଙ୍କ ଅବସର ପରେ ଆଉ ୬ମାସ ବୃଦ୍ଧି ନିମନ୍ତେ ଓଡ଼ିଶା ସରକାର ୨୦୨୧ ଡିସେମ୍ବର ୩୧ତାରିଖରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟକୁ ଅନୁରୋଧ କରିଥିଲେ। ଓଡ଼ିଶା ସରକାରଙ୍କ ଅନୁରୋଧକୁ କେନ୍ଦ୍ର ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ କମିଟି ଅନୁମୋଦନ କରିବା ସହ ଶ୍ରୀ ମହାପାତ୍ରଙ୍କୁ ୨୦୨୨ ଫେବୃୟାରୀ ୨୮ ପରେ ଆଉ ୬ମାସ ପର୍ଯ୍ୟନ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରିବାକୁ ଅନୁମତି ଦେଇଛନ୍ତି।

ସୂଚନାଯୋଗ୍ୟ, ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶ୍ରୀ ମହାପାତ୍ରଙ୍କୁ ମୁଖ୍ୟ ସଚିବ ଭାବେ ଆଉ ୬ମାସ କାର୍ଯ୍ୟ କରିବାକୁ ସୁଯୋଗ ଦେଇଥିବା ଜଣାପଡ଼ିଛି । ଶ୍ରୀ ମହାପାତ୍ର ୨୦୨୧ ଜାନୁୟାରୀ ୧ତାରିଖରେ ରାଜ୍ୟର ମୁଖ୍ୟ ସଚିବ ଦାୟିତ୍ୱ ଗ୍ରହଣ କରିଥିଲେ ।

ଉଲ୍ଲେଖଯୋଗ୍ୟ, ୧୯୯୨ ଡିସେମ୍ବର ୧ରେ ବିଜୁ ପଟ୍ଟନାୟକ ସରକାରରେ ମୁଖ୍ୟ ସଚିବ ଭାବେ ଆରଏନ୍ ଦାସ କାର୍ଯ୍ୟ କରିଥିଲେ । ଯାହାଙ୍କ ଚାକିରି ଅବଧିକୁ ସେତେବେଳେ ୩ଥର ବୃଦ୍ଧି କରାଯାଇଥିଲା । ଶ୍ରୀ ଦାସ ହିଁ ଓଡ଼ିଶାର ଶେଷ ମୁଖ୍ୟ ସଚିବ ଥିଲେ, ଯାହାଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଥିଲା ଓ ଏବେ ପ୍ରାୟ ୨୭ବର୍ଷ ପରେ ମୁଖ୍ୟ ସଚିବ ଭାବେ ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟକାଳ ଅବଧି ବୃଦ୍ଧି ପାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story