ଜେଜେ ପ୍ଲିଜ୍ ତୁମ ପ୍ରେମ କାହାଣୀ କୁହ...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଜେଜେ ପ୍ଲିଜ୍ ତୁମ ପ୍ରେମ କାହାଣୀ କୁହ। ତୁମ ସ୍ୱପ୍ନର ନାୟିକା ବିଷୟରେ ପଦେ କୁହ। ନହେଲେ ନିଜ ପିଲା ଦିନର ଦୁଷ୍ଟାମୀ କଥା କୁହ। ସ୍କୁଲରେ ପଢ଼ୁଥିବା ବେଳେ ବଦମାସି କରି କେମିତି ଛାଟ ପାହାର ଖାଇଥିଲ ? ସେ ବିଷୟରେ ଟିକେ କୁହ। ନହେଲେ ଗପ କାହାଣୀ କଥା ଶୁଆଅ । ହେଲେ ଏଠି ଜେଜେ ତାଙ୍କ ପିଲା ଦିନର କଥା କହିବାର ଅର୍ଥ କଣ? ପ୍ରକୃତ କଥାଟି ହେଉଛି  ଆପଣଙ୍କ ପରିବାରରେ […]

nmop

nmop

Tapas Behera
  • Published: Thursday, 19 March 2020
  • Updated: 19 March 2020, 08:06 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଜେଜେ ପ୍ଲିଜ୍ ତୁମ ପ୍ରେମ କାହାଣୀ କୁହ। ତୁମ ସ୍ୱପ୍ନର ନାୟିକା ବିଷୟରେ ପଦେ କୁହ। ନହେଲେ ନିଜ ପିଲା ଦିନର ଦୁଷ୍ଟାମୀ କଥା କୁହ। ସ୍କୁଲରେ ପଢ଼ୁଥିବା ବେଳେ ବଦମାସି କରି କେମିତି ଛାଟ ପାହାର ଖାଇଥିଲ ? ସେ ବିଷୟରେ ଟିକେ କୁହ। ନହେଲେ ଗପ କାହାଣୀ କଥା ଶୁଆଅ । ହେଲେ ଏଠି ଜେଜେ ତାଙ୍କ ପିଲା ଦିନର କଥା କହିବାର ଅର୍ଥ କଣ? ପ୍ରକୃତ କଥାଟି ହେଉଛି  ଆପଣଙ୍କ ପରିବାରରେ ଥିବା ଜେଜେ ବାପା, ଜେଜେ ମା କିମ୍ବା ଅଜା ଆଇ ଥିଲେ ସେମାନଙ୍କ ଠାରୁ ଏମିତି ଗପ ଶୁଣିବା ପାଇଁ ଜିଦି କରନ୍ତୁ ।

ଆଉ ଗପ, କାହାଣୀ ଓ ପିଲା ଦିନର ସ୍ମୁତି ଶୁଣିବା ଛଳରେ ସେମାନଙ୍କ ମନରୁ କରୋନା ଭୟ ଦୂରେଇ ଦିଅନ୍ତୁ। ଆଜି କିଛି ଏମିତି ନିଆରା ଢଙ୍ଗରେ କରୋନା ମୁକାବିଲାର କଳା ବତାଇଛନ୍ତି ସୁବ୍ରତୋ ବାଗଚୀ। ବୟସ୍କ ଲୋକଙ୍କ ମନରେ ଉତ୍ସାହ ଭରି ଦେବାକୁ କଳା ବତାଇଛନ୍ତି ରାଜ୍ୟ ସରକାରଙ୍କ କରୋନା ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ। ଡର କି ଭୟ ନୁହଁ  ନୁହଁ ବରଂ ମିଠା କଥା କହି ବୟସ୍କ ବ୍ୟକ୍ତିଙ୍କୁ  ଯତ୍ନ ନେବାକୁ ପରାମର୍ଶ ଦେଇଛନ୍ତି ସୁବ୍ରତୋ ବାଗଚୀ। ସେ କହିଛନ୍ତି ଯେ, ଓଡ଼ିଶାରେ ବୟସ୍କ ବ୍ୟକ୍ତିଙ୍କୁ ଶ୍ରଦ୍ଧା ଓ ସମ୍ମାନ କରାଯାଏ।

କିନ୍ତୁ ତାହାରି ଭିତରେ ସେମାନେ ଟିକେ ଅଣଦେଖା ହୋଇ ରହି ଯାଆନ୍ତି। କାରଣ ସେମାନେ ଘର ଭିତରେ ରୁହନ୍ତି। ନିସଙ୍ଗତା ଦୂର କରିବା ପାଇଁ ସେମାନେ ମନ୍ଦିର ଯାଉଥିଲେ। ବର ଗଛ ମୂଳରେ ବସନ୍ତି। ପଡୋଶୀଙ୍କ ପିଣ୍ଡାରେ ବସି କଥା ହୁଅନ୍ତି। ଆଉ ସହରାଞ୍ଚଳରେ ପାର୍କକୁ ଯାଇ ବୟସ୍କମାନେ ସମୟ ଅତିବାହିତ କରନ୍ତି। କିନ୍ତୁ ‘କରୋନା’ ପାଇଁ ଆଜି ସେମାନଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଉଛି। ସେମାନେ କେବଳ ଘରେ ରହିଲେ ଚଳିବ ନାହିଁ। ସେମାନଙ୍କ ପ୍ରତି ସମ୍ୱେଦନଶୀଳ ହେବାକୁ ପଡ଼ିବ। ସେମାନଙ୍କ ମନକଥା ବୁଝିବାକୁ ପଡ଼ିବ ବୋଲି ଶ୍ରୀ ବାଗ୍‌ଚୀ କହିଛନ୍ତି।

[caption id="attachment_507661" align="aligncenter" width="650"] ସୁବ୍ରତୋ ବାଗଚୀ[/caption]

ବୟସ୍କମାନେ ଘରେ ରହିଲେ ସେମାନଙ୍କ ସହିତ ଅଧିକ ସମୟ ବିତେଇବା ସହ  ‘କରୋନା’ ସମ୍ପର୍କରେ ବେଶୀ ଆଲୋଚନା ନରିବାକୁ  ପରାମର୍ଶ ଦେଇଛନ୍ତି ବାଗ୍‌ଚୀ। ବାଗ୍‌ଚୀ କହିଛନ୍ତି ଯେ, ‘କରୋନା’ ସମ୍ୱନ୍ଧୀୟ ଖବର ସେମାନଙ୍କୁ ବେଶୀ ଦେଖାଇ ଅସ୍ତବ୍ୟସ୍ତ କରିବା ନାହିଁ। ସେମାନଙ୍କ ସହିତ ଅନ୍ୟ କଥା ହୋଇପାରିବା। ସେମାନଙ୍କ ପୁରୁଣା ସ୍ମୃତି ମନେ ପକାଇବାକୁ ଚେଷ୍ଟା କରିବା। ଯେମିତି, ଜେଜେମାଆ ତାଙ୍କ ବିବାହ ସମୟରେ କ’ଣ ଆଣିଥିଲେ, ତାହା ମନେ ପକାଇବା ସେମାନେ ତାଙ୍କ ସ୍ମୃତି ମନେ ପକାଇଲେ ମାନସିକ ସ୍ଥିତିରେ ଉନ୍ନତି ଘଟିବ ।  ଜେଜେ ବାପା ଓ ଜେଜେ ମାଆଙ୍କ ମନ ପସନ୍ଦର ବହି ଆଣି ଦିଅନ୍ତୁ। ସେମାନେ ଯଦି ଭାଗବତ ପଢ଼ୁଥାଆନ୍ତି, ତାହେଲେ ଭାଗବତର ନୂଆ ସଂସ୍କରଣଟିଏ ଆଣି ଦିଅନ୍ତୁ। ସାହିତ୍ୟିକ ମନୋଜ ଦାସ ବା ଫକୀରମୋହନ ସେନାପତିଙ୍କ ଉପନ୍ୟାସ ବା କୌଣସି ମେଗାଜିନ୍‌ ଆଣି ଦିଅନ୍ତୁ। ଏପରିକି ସେମାନଙ୍କ ସହ ଦେଖା ହେଉନଥିବା ସାଙ୍ଗସାଥୀଙ୍କୁ ଦେଖା କରିବାର ବ୍ୟବସ୍ଥା ମଧ୍ୟ କରାନ୍ତୁ ବୋଲି ବାଗ୍‌ଚୀ କହିଛନ୍ତି।

ବୃଦ୍ଧ ଓ ବୃଦ୍ଧା ବାପାମାଆଙ୍କଠାରୁ ସାମାଜିକ ଦୂରତ୍ୱ ନରଖି ମିଳିମିଶି ଛୋଟ ଛୋଟ କାମ କରାନ୍ତୁ। ଯେମିତି ବଗିଚା କାମ। ସେମାନଙ୍କୁ ବଗିଚାରେ ଚେୟାରରେ ବସାଇ କାମ କରାଇବାର ଫର୍ମୁଲା ପଚାରନ୍ତୁ। ଯାହାର ଉତ୍ତର ସେମାନେ ଦେବେ। ଏହାଦ୍ୱାରା ସେମାନେ ଭାରାକ୍ରାନ୍ତ ହେବେ ନାହିଁ। ଏହାଛଡ଼ା ସେମାନଙ୍କ ମନ ପସନ୍ଦର ରୋଷେଇ କରି ପ୍ରତିଦିନ ଖୁଆନ୍ତୁ।

ସେମାନଙ୍କୁ ଏକୁଟିଆ ନରଖି ଅତି କମ୍‌ରେ ଥରୁଟିଏ ସାଙ୍ଗରେ ଖାଆନ୍ତୁ। ଏହାଛଡ଼ା ସେମାନଙ୍କ ସମୟର ଫିଲ୍ମ ବା ଗୀତ ବଜାଇ ସେମାନଙ୍କ ମନ କିଣିବାକୁ ଚେଷ୍ଟା କରନ୍ତୁ। ସେମାନଙ୍କୁ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ। ସେମାନଙ୍କ ହାତ ଧୋଇଦିଅନ୍ତୁ। ସେମାନେ ରୋଗୀ ଥିଲେ ନିତିଦିନିଆ ଔଷଧ ନିୟମିତ ନିଜେ ନିଅନ୍ତୁ ବୋଲି ଶ୍ରୀ ବାଗ୍‌ଚୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos