ମାଆ ସହିତ ବୁଲୁଥିବା ଦେଢ଼ ମାସର ହାତୀ ଛୁଆର ମୃତ୍ୟୁ

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ମାଆ ସହିତ ବୁଲୁଥିବା ଏକ ଦେଢ଼ ମାସର ହାତୀ ଛୁଆର ଆଜି ମୃତ୍ୟୁ ହୋଇଛି। ବନ ବିଭାଗ ମୃତଦେହ ବ୍ୟବଚ୍ଛେଦ କରି ପୋତି ଦେଇଛି। ପ୍ରାଥମିକ ତଦନ୍ତରୁ ଅସୁସ୍ଥତା କାରଣରୁ ହାତୀ ଛୁଆର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏପରି ଖବର ସୁବର୍ଣ୍ଣପୁର ଜିଲ୍ଲାରୁ ଆସିଛି। ଗତକିଛି ଦିନ ହେବ ରେଢ଼ାଖୋଲ ଜଙ୍ଗଲରୁ ପାଖାପାଖି ୨୪ଟି ହାତ ମହାନଦୀ ଅତିକ୍ରମ କରି ବିନିକା ଅଞ୍ଚଳରେ ଉତ୍ପାତ କରୁଥିଲେ। ସେମାନେ ଚାଷ ଜମିରେ ଫସଲ ଖାଇ […]

elephant-death-in-mohanadi-beach

Manoranjan Sial
  • Published: Saturday, 07 December 2019
  • , Updated: 07 December 2019, 05:45 PM IST

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ମାଆ ସହିତ ବୁଲୁଥିବା ଏକ ଦେଢ଼ ମାସର ହାତୀ ଛୁଆର ଆଜି ମୃତ୍ୟୁ ହୋଇଛି। ବନ ବିଭାଗ ମୃତଦେହ ବ୍ୟବଚ୍ଛେଦ କରି ପୋତି ଦେଇଛି। ପ୍ରାଥମିକ ତଦନ୍ତରୁ ଅସୁସ୍ଥତା କାରଣରୁ ହାତୀ ଛୁଆର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏପରି ଖବର ସୁବର୍ଣ୍ଣପୁର ଜିଲ୍ଲାରୁ ଆସିଛି।

ଗତକିଛି ଦିନ ହେବ ରେଢ଼ାଖୋଲ ଜଙ୍ଗଲରୁ ପାଖାପାଖି ୨୪ଟି ହାତ ମହାନଦୀ ଅତିକ୍ରମ କରି ବିନିକା ଅଞ୍ଚଳରେ ଉତ୍ପାତ କରୁଥିଲେ। ସେମାନେ ଚାଷ ଜମିରେ ଫସଲ ଖାଇ ଯାଉଥିଲେ। ବନ ବିଭାଗ ସେମାନଙ୍କ ଗତିବିଧିକୁ ନଜର ରଖିଥିଲା। ତେବେ ଆଜି ସେହି ହାତୀ ପଲ ବାଘପାଲି ଅଭିମୁଖେ ଆସିଥିଲା। ସେହି ହାତୀ ପଲରେ ଥିବା ଦୁଇ ଛୁଆ ହାତୀଙ୍କ ମଧ୍ୟରୁ ଗୋଟିକର ଆଜି ମୃତ୍ୟୁ ହୋଇଛି। ମୃତ ହାତୀର ବୟସ ଦେଢ଼ ମାସ ହେବ।

ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ବନ ବିଭାଗର ଏକ ଟିମ୍‌ ବାଘପାଲିର ମହାନଦୀ କୂଳକୁ ଯାଇ ହାତୀ ଛୁଅର ମୃତ ଦେହ ଜବତ କରିଛି। ବ୍ୟବଚ୍ଛେଦ ପରେ ଗାତ ଖୋଳି ପୋତି ଦେଇଛି। ଅସୁସ୍ଥତା ଯୋଗୁ ହାତୀ ଛୁଆର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ନଭେମ୍ୱର ୧୯ ତାରିଖରେ ଶାରସଦାଦର ଜଙ୍ଗଲରେ ଗୋଟିଏର ମୃତ୍ୟୁ ହୋଇଥିଲା। ଶିକାରୀମାନେ ହାତୀକୁ ମାରି ତା’ ଦାନ୍ତ କାଢ଼ି ନେଇଥିବା ଅଭିଯୋଗ ହୋଇଥିଲା। ବନ ବିଭାଗ ଉକ୍ତ ମାମଲାର ତଦନ୍ତ କରୁଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ଶିକାରୀଙ୍କ ପାଖରେ ପହଞ୍ଚି ପାରି ନାହିଁ। ଏପରିସ୍ଥିତିରେ ଆଉ ଏକ ହାତୀର ମୃତ୍ୟୁ ବନ ବିଭାଗର ଚିନ୍ତା ବଢ଼ାଇ ଦେଇଛି।

Related story