ରୋଷଣି କରି ଆସୁଥିଲା ବର, ଅଧା ବାଟରୁ ଫେରିଗଲା

ସୋର(ଶଶିକାନ୍ତ ବେହେରା):ସରିଥିଲା ବାହାଘର ପ୍ରସ୍ତୁତି। କନିଆ ଘରେ ବନ୍ଧୁବାନ୍ଧକଙ୍କ ଭିଡ଼ ଜମିଥିବା ବେଳେ ବରଯାତ୍ରୀ ବି ବାଜା, ରୋଷଣି କରି ଧୁମ୍‌ଧାମ୍‌ରେ ଗାଁ ଦାଣ୍ଡ ଦୁଲୁକାଇ ଆସୁଥିଲେ। ଆଉ କିଛି ସମୟରେ ହୁଳୁହୁଳି, ମନ୍ତ୍ର ଧ୍ୱନିରେ ପଡ଼ିଥାନ୍ତା ହାତଗଣ୍ଠି। ହେଲେ ଅଧା ପ୍ରୋସେସନ୍‌ରୁ ଫେରିଗଲେ ବର ଓ ବରଯାତ୍ରୀ। ରୋଷଣୀ ବି ଶେଷ ହୋଇ ପାରିଲା ନାହିଁ। କନ୍ୟା ନାବାଳିକା ଥିବାରୁ ଏକ ବିବାହ ଅଧାରୁ ବନ୍ଦ ହୋଇଯାଇଛି। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍‌ […]

sora-1--1

sora-1--1

Niharika Rout
  • Published: Saturday, 15 February 2020
  • Updated: 15 February 2020, 09:48 AM IST

ସୋର(ଶଶିକାନ୍ତ ବେହେରା):ସରିଥିଲା ବାହାଘର ପ୍ରସ୍ତୁତି। କନିଆ ଘରେ ବନ୍ଧୁବାନ୍ଧକଙ୍କ ଭିଡ଼ ଜମିଥିବା ବେଳେ ବରଯାତ୍ରୀ ବି ବାଜା, ରୋଷଣି କରି ଧୁମ୍‌ଧାମ୍‌ରେ ଗାଁ ଦାଣ୍ଡ ଦୁଲୁକାଇ ଆସୁଥିଲେ। ଆଉ କିଛି ସମୟରେ ହୁଳୁହୁଳି, ମନ୍ତ୍ର ଧ୍ୱନିରେ ପଡ଼ିଥାନ୍ତା ହାତଗଣ୍ଠି।

ହେଲେ ଅଧା ପ୍ରୋସେସନ୍‌ରୁ ଫେରିଗଲେ ବର ଓ ବରଯାତ୍ରୀ। ରୋଷଣୀ ବି ଶେଷ ହୋଇ ପାରିଲା ନାହିଁ। କନ୍ୟା ନାବାଳିକା ଥିବାରୁ ଏକ ବିବାହ ଅଧାରୁ ବନ୍ଦ ହୋଇଯାଇଛି। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍‌ ଅନ୍ତର୍ଗତ ସାରଙ୍ଗପୁର ଗାଁରେ।

ସୂଚନା ଅନୁସାରେ, ବାହାନଗା ବ୍ଲକ୍‌ର ଜଣେ ନାବାଳିକାଙ୍କ ସହ ଡାଲଙ୍ଗ ଗାଁର ଜଣେ ଯୁବକଙ୍କ ବିବାହ ସ୍ଥିର ହୋଇଥିଲା। ଗତକାଲି ବିବାହ ହୋଇଥାନ୍ତା। ହେଲେ ଝିଅଟି ନାବାଳିକା ହୋଇଥିବାରୁ ବିବାହ ହୋଇପାରିନାହିଁ। ଝିଅକୁ ୧୮ ବର୍ଷ ହେବାକୁ ଆଉ ମାସେ ଦୁଇ ମାସ ବାକି ଅଛି। ତେଣୁ ଏହା ପୂର୍ବରୁ ବିବାହ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇଥିଲେ ଚାଇଲ୍ଡ ଲାଇନ୍ କର୍ମକର୍ତ୍ତା। ଏହାପରେ ସେମାନେ ପୁଲିସ୍‌ ସହାୟତାରେ କନିଆ ଘରେ ପହଞ୍ଚିଥିଲେ।  ଝିଅର ବୟସ ୧୮ ବର୍ଷ ହୋଇନଥିବାରୁ ବାହାଘର ଏବେ ନ କରାଇବାକୁ ଚାଇଲ୍ଡ ଲାଇନ୍ ଝିଅର ବାପାକୁ ବୁଝାଇଥିଲେ। ଝିଅ ଘର ଲୋକେ ନିଜ ଭୁଲ୍‌ ହୃଦୟଙ୍ଗମ କରି ବାହାଘର ଅଧାରୁ ବନ୍ଦ କରିଦେଇଥିଲେ।

ଅନ୍ୟପକ୍ଷରେ, ଗତକାଲି ରାତିରେ ପ୍ରୋସେସନ୍‌ କରି ବିବାହ ସ୍ଥଳକୁ ଆସୁଥିବା ବର ଓ ବରଯାତ୍ରୀମାନେ ଗୋପାଳପୁର ବଜାରରେ ପହଞ୍ଚିଥିଲେ। ହେଲେ ସେଠାରେ ପୁଲିସ୍‌କୁ ଦେଖିବା ପରେ ଛାନିଆ ହୋଇ ଫେରି ଯାଇଥିଲେ। ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story