ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚିଟ୍ଫଣ୍ଡ୍ କମିଶନ୍ ଜଷ୍ଟିସ୍ ଏମ୍. ଏମ୍. ଦାସଙ୍କ କୋର୍ଟରେ ୧୮୪ଟି କମ୍ପାନୀର କର୍ତ୍ତୃପକ୍ଷ ହାଜର ହେଉନାହାନ୍ତି। ଡାକ ଯୋଗେ ନୋଟିସ୍ ପଠାଯିବା ପରେ ବି ଏସବୁ କମ୍ପାନୀ କମିଶନ୍ଙ୍କ ନିକଟରେ ହାଜର ହେଉ ନାହାନ୍ତି। ତେଣୁ ଆଜି ଖବରକାଗଜରେ ଜରିଆରେ କମିଶନ୍ ନୋଟିସ୍ ଦେଇଛନ୍ତି।
କମିଶନ୍ଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ଏହି ନୋଟିସ୍ରେ ଉଲ୍ଲେଖ ରହିଛି ଯେ ଚିଟ୍ଫଣ୍ଡ୍ ଦୁର୍ନୀତିରେ ଏବେ ଜମାକାରୀଙ୍କ ପଞ୍ଚମ ପର୍ଯ୍ୟାୟ ସତ୍ୟପାଠର ଯାଞ୍ଚ୍ ଚାଲିଛି। ଯେଉଁମାନେ ଅଭିଯୋଗ କରିଛନ୍ତି, କାହିଁକି ସେମାନଙ୍କ ଅଭିଯୋଗକୁ ଗ୍ରହଣ କରା ନଯିବ ଓ ସେମାନଙ୍କୁ ପ୍ରକୃତ ଜମାକାରୀ ଭାବେ ବିଚାର କରାନଯିବ ବୋଲି ଅଭିଯୁକ୍ତ ସଂସ୍ଥାଗୁଡ଼ିକୁ କାରଣ ଦର୍ଶାଅ ନୋଟିସ୍ ଦିଆଯାଇଛି।
ଆଗରୁ ରେଜିଷ୍ଟ୍ରି ଡାକ ମାଧ୍ୟମରେ ନୋଟିସ୍ ଦିଆଯାଇଥିଲେ ବି ତାହା କମିଶନ୍ଙ୍କ କାର୍ଯ୍ୟାଳୟକୁ ଫେରିଆସିଛି। ତେଣୁ କମିଶନଙ୍କ ପକ୍ଷରୁ ସଂପୃକ୍ତ କମ୍ପାନୀଗୁଡ଼ିକ ଉଦ୍ଦେଶ୍ୟରେ ଖବରକାଗଜ ଜରିଆରେ ନୋଟିସ୍ ଜାରି ହୋଇଛି। ସଂପୃକ୍ତ ସଂସ୍ଥାର କର୍ତ୍ତୃପକ୍ଷ ବ୍ୟକ୍ତିଗତ ଭାବେ କିମ୍ବା ନିଜ ଓକିଲଙ୍କ ଜରିଆରେ ହାଜର ହେବାକୁ କମିଶନ୍ ନିର୍ଦ୍ଦେଶ ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।