ଆଜିଠୁ ସିନେମା ହଲ୍‌ ହେବ ହାଉସ ଫୁଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସିନେମା ହଲ ମାଲିକଙ୍କୁ ମିଳିଲା ଆଶ୍ୱସ୍ତି । ଆଜିଠାରୁ ରାଜ୍ୟରେ ଶତ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିବ ସିନେମା ହଲ । ଗତକାଲି ସେପ୍ଟେମ୍ବର ଲାଗି ସରକାର ଗାଇଡଲାଇନ୍ ଜାରି କରିଥିବାବେଲେ ଆଜିଠୁ ଲାଗୁ ହୋଇଛି ଏହି କଟକଣା । ଶତ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ ଚାଲିବାକୁ ସରକାର ଅନୁମତି ଦେଇଛନ୍ତି । ସିନେମା ହଲ୍ ଓ ମଲ୍ ପାଇଁ ଥିବା କଟକଣା ଆହୁରି କୋହଳ କରାଯାଇଛି । ସିଟିଂ କାପାସିଟି […]

film hall

Niharika Rout
  • Published: Wednesday, 01 September 2021
  • , Updated: 01 September 2021, 11:55 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସିନେମା ହଲ ମାଲିକଙ୍କୁ ମିଳିଲା ଆଶ୍ୱସ୍ତି । ଆଜିଠାରୁ ରାଜ୍ୟରେ ଶତ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିବ ସିନେମା ହଲ । ଗତକାଲି ସେପ୍ଟେମ୍ବର ଲାଗି ସରକାର ଗାଇଡଲାଇନ୍ ଜାରି କରିଥିବାବେଲେ ଆଜିଠୁ ଲାଗୁ ହୋଇଛି ଏହି କଟକଣା । ଶତ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ ଚାଲିବାକୁ ସରକାର ଅନୁମତି ଦେଇଛନ୍ତି ।

ସିନେମା ହଲ୍ ଓ ମଲ୍ ପାଇଁ ଥିବା କଟକଣା ଆହୁରି କୋହଳ କରାଯାଇଛି । ସିଟିଂ କାପାସିଟି ଅନୁସାରେ ଦର୍ଶକ ସିନେମା ହଲକୁ ଯାଇପାରିବେ । ସେହିପରି ମଲ୍ ଯିବା ଲାଗି ଭ୍ୟାକସିନ୍ ସାର୍ଟିଫିକେଟ୍ ଓ  କୋଭିଡ୍ ନେଗେଟିଭ୍ ରିପୋର୍ଟ ଆବଶ୍ୟକ ହେବ ନାହିଁ  ।  ମାସ୍କ ପରିଧାନକୁ କିନ୍ତୁ କଡାକଡି ଭାବେ ପାଳନ କରିବେ ଦର୍ଶକ । କୋଭିଡ ନିୟମ ପାଳନ ଦାୟିତ୍ୱ  ହଲ୍ ଓ ମଲ୍ ମାଲିକଙ୍କ ଉପରେ ରହିବ ।

ସୂଚନାଯୋଗ୍ୟ, ଆଜିଠୁ ଲାଗୁ ହେଉଛି ସେପ୍ଟେମ୍ବର ମାସ ପାଇଁ ରାଜ୍ୟ ସରକାର ଜାରି କରିଥିବା କୋଭିଡ୍ ଗାଇଡଲାଇନ୍ ।  ସୁଧୁରୁଥିବା କରୋନା ସ୍ଥିତିକୁ ଦେଖି ରାଜ୍ୟ ସରକାର ଅଗଷ୍ଟ ଅପେକ୍ଷା ସେପ୍ଟେମ୍ବର ମାସରେ କଟକଣା କୋହଳ କରିଛନ୍ତି । ରାଜଧାନୀ ଭୁବନେଶ୍ୱର, କଟକ ଓ ପୁରୀରେ ଲାଗୁ ସପ୍ତାହନ୍ତ ସଟଡାଉନ୍‌ ଆଉ ରହିବ ନାହିଁ । ଦୋକାନବଜାର ଖୋଲିବା ସମୟକୁ ବି ବଢାଯାଇଛି । ଏଣିକି ସକାଳ ୫ଟାରୁ ରାତି ୧୦ଟା ଯାଏଁ ଦୋକାନବାଜର ଖୋଲା ରହିବ । ତେବେ ପୌରାଞ୍ଚଳରେ ରାତି ୧୦ରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ପୂର୍ବଭଳି ବଳବତ୍ତର ରହିବ ।

ବିବାହ, ବ୍ରତ ଓ ଶୁଦ୍ଧି ଘର ଉପରେ ଥିବା କଟକଣାକୁ ବି କୋହଳ କରାଯାଇଛି । ଏସବୁ କାର୍ଯ୍ୟରେ ଏବେ ୨୫୦ ଜଣ ସାମିଲ ହୋଇପାରିବେ । ତେବେ ବିବାହ ଶୋଭାଯାତ୍ରାରେ ବାଜା, ଲାଇଟ୍,ସାଉଣ୍ଡ ଓ ବରଯାତ୍ରୀଙ୍କୁ ମିଶାଇ ସର୍ବାଧିକ ୫୦ ଜଣ ଯାଇପାରିବେ । ଏଥିପାଇଁ ଅଧିକୃତ ଅଧିକାରୀଙ୍କଠାରୁ ଲିଖିତ ଅନୁମତି ନେବାକୁ ପଡିବ । ପ୍ରେକ୍ଷାଳୟ ଓ  ଅଡିଟୋରିୟମରେ କୋଭିଡ ଗାଇଡଡଲାଇନ୍‌ ଅନୁସାରେ ମିଟିଂର ଆୟୋଜନ କରାଯାଇପାରିବ । ମୁ୍ୟଜିୟମ ଓ ପାଠାଗାର କୋଭିଡ଼ ନିୟମ ମାନି ଖୋଲାଯିବ  ।

Related story