ନବନିର୍ବାଚିତ ମେୟରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ- ନିଜ ସହରକୁ ଶ୍ରେଷ୍ଠ କର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜ  ନିଜ  ସହରକୁ ଶ୍ରେଷ୍ଠ କରିବା ପାଇଁ ନେତୃତ୍ୱ ନେଇ  ନିଷ୍ଠାର ସହ  କାମ  କର। ଲୋକଙ୍କ ସାଥିରେ ରୁହ । ସେମାନଙ୍କ ସମସ୍ୟା ସମାଧାନ ପାଇଁ  ନିଷ୍ଠାର ସହ  କାମ  କର। ଆଜି ଲୋକସେବା  ଭବନରେ ନବନିର୍ବାଚିତ  ମେୟର ଓ ପୌରାଧ୍ୟକ୍ଷମାନଙ୍କ ପାଇଁ ଆୟୋଜିତ ‘ପୌର ଶାସନ ପ୍ରଣାଳୀ ଓ ଉନ୍ନୟନ ପଦ୍ଧତି’ ଶୀର୍ଷକ କର୍ମଶାଳା କୁ ଉଦଘାଟନ କରି  ମୁଖ୍ୟମନ୍ତ୍ରୀ  ଶ୍ରୀ ନବୀନ ପଟ୍ଟନାୟକ ଏହି ପରାମର୍ଶ  ଦେଇଛନ୍ତି । ସହରାଞ୍ଚଳର […]

naveen patnaik

naveen patnaik

Debendra Prusty
  • Published: Monday, 25 April 2022
  • Updated: 25 April 2022, 01:32 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜ  ନିଜ  ସହରକୁ ଶ୍ରେଷ୍ଠ କରିବା ପାଇଁ ନେତୃତ୍ୱ ନେଇ  ନିଷ୍ଠାର ସହ  କାମ  କର। ଲୋକଙ୍କ ସାଥିରେ ରୁହ । ସେମାନଙ୍କ ସମସ୍ୟା ସମାଧାନ ପାଇଁ  ନିଷ୍ଠାର ସହ  କାମ  କର। ଆଜି ଲୋକସେବା  ଭବନରେ ନବନିର୍ବାଚିତ  ମେୟର ଓ ପୌରାଧ୍ୟକ୍ଷମାନଙ୍କ ପାଇଁ ଆୟୋଜିତ ‘ପୌର ଶାସନ ପ୍ରଣାଳୀ ଓ ଉନ୍ନୟନ ପଦ୍ଧତି’ ଶୀର୍ଷକ କର୍ମଶାଳା କୁ ଉଦଘାଟନ କରି  ମୁଖ୍ୟମନ୍ତ୍ରୀ  ଶ୍ରୀ ନବୀନ ପଟ୍ଟନାୟକ ଏହି ପରାମର୍ଶ  ଦେଇଛନ୍ତି ।

ସହରାଞ୍ଚଳର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ୱୀକୃତି ହାସଲ କରିଛି ବୋଲି ସୂଚନା ଦେଇ  ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜାଗା ମିଶନ ବିକାଶ ମୁଖି  ଦେଶମାନଙ୍କ ପାଇଁ ଏକ ମଡେଲ  ହୋଇଛି । ସେହିପରି  ଟ୍ୟାପରୁ ବିଶୁଦ୍ଧ ପିଇବା ପାଣି ଯୋଗାଣ ସୁଜଳ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାରେ ଓଡିଶା ସାରା ଦେଶରେ ଏକ ମାତ୍ର ରାଜ୍ୟ  ହୋଇପାରିଛି । ଜାଗା ମିଶନ, ସୁଜଳ,ପରିମଳ ଓ ବର୍ଜ୍ୟ ବସ୍ତୁ ପରିଚାଳନା ମୁକ୍ତା ଯୋଜନା, ଆହାର ଏବଂ ସ୍ମାର୍ଟ LED Light ଆଦି ସରକାରଙ୍କ ପ୍ରୋଗ୍ରାମ  ଉପରେ  ମୁଖ୍ୟମନ୍ତ୍ରୀ ନିଜ ଭାଷଣରେ ଗୁରୁତ୍ୱାରୋପ  କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବସ୍ତି ବିକାଶ ସମୟରେ  ରାଜ୍ୟ ସରକାର ଜମି  ଅପେକ୍ଷା ଲୋକଙ୍କୁ ଅଧିକ  ଗୁରୁତ୍ୱ ଦେଇ ଜାଗା ମିଶନ ଆରମ୍ଭ  କରିଛନ୍ତି । ଏ ପର୍ଯ୍ୟନ୍ତ ୧.୭୫ଲକ୍ଷ  ପରିବାରକୁ  ଭୂମି ଅଧିକାର  ଦିଆଯାଇଥିବାବେଳ  ୫୮୫ ବସ୍ତିକୁ ଆଦର୍ଶ  ବସ୍ତିରେ ପରିଣତ  କରାଯାଇଛି  । ସୁଜଳ  କାର୍ଯ୍ୟକ୍ରମରେ ପୁରୀରେ ଟ୍ୟାପରୁ ବିଶୁଦ୍ଧ ପିଇବା ପାଣି ମିଳୁଥିବା ବେଳ ରାଜ୍ୟର କୋଡିଏ ଟି ସହରରେ ଏଥିପାଇଁ କାମ  ଚାଲିଛି  ।

ସେହିପରି  କୋଭିଡ ସମୟରେ  ସହରର  ଗରିବ ଲୋକଙ୍କ ପାଇଁ ଆରମ୍ଭ  ହୋଇଥିବା  ମୁକ୍ତା ଯୋଜନା ଜାରି ରହିବ। ଏଥିପାଇଁ ବଜେଟରେ ୫୦୦ କୋଟି ଟଙ୍କାର ବ୍ୟୟବରାଦ  କରାଯାଇଛି । ମିଶନ  ଶକ୍ତି ଓ ବସ୍ତି ବିକାଶ ସଙ୍ଗଠନ ଜରିଆରେ ଚାଲିଥିବା ଏହି କାର୍ଯ୍ୟକ୍ରମ ବେଶ ଲୋକପ୍ରିୟ ହୋଇପାରିଛି। ଏହାବାଦ ସ୍ୱଚ୍ଛତା ଓ ବର୍ଜ୍ୟ ବସ୍ତୁ ପରିଚାଳନା  ଉପରେ  ଅଧିକ  ଗୁରୁତ୍ୱ ଦେଇ  କାମ  କରିବାକୁ  ମୁଖ୍ୟମନ୍ତ୍ରୀ ପରାମର୍ଶ  ଦେଇଥିଲେ ।

ସହରାଞ୍ଚଳ  ବିକାଶ ନିମନ୍ତେ  5T ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ପ୍ରତ୍ୟେକ ସ୍ତରରେ ଏହାକୁ ନିଷ୍ଠାର ସହ କାର୍ଯ୍ୟକାରୀ କରି ଲୋକଙ୍କୁ ଉତ୍ତମ ସେବା ଯୋଗାଇ ଦିଅ । ନୂଆ ନେତୃତ୍ୱ ଓ ନୂଆ ପରିଚାଳନା  କୌଶଳ ପୌର ସେବାକୁ  ନୂତନ  ଶିଖରରେ ପହଞ୍ଚାଇବାରେ ସଫଳ  ହେବ  ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ ।

କର୍ମଶାଳାରେ  ଉଦବୋଧନ ଦେଇ  ନଗର ଉନ୍ନୟନ ପଞ୍ଚାୟତି ରାଜ ଓ ଆଇନ  ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ରାଜ୍ୟ ସରକାରଙ୍କ ବିଭିନ୍ନ ସହରାଞ୍ଚଳ ବିକାଶ କାର୍ଯ୍ୟକ୍ରମକୁ ସଫଳ  ଭାବରେ କାର୍ଯ୍ୟକାରୀ କରିବା ଦିଗରେ  ନିଷ୍ଠାପର ଉଦ୍ୟମ ଜାରି ରଖିବା  ପାଇଁ ପରାମର୍ଶ  ଦେଇଥିଲେ ।

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର  ମହାପାତ୍ର , ନଗର ଉନ୍ନୟନ ବିଭାଗ ର ପ୍ରମୁଖ  ସଚିବ  ଜି ମାଥି ଭାତ ନାନ  ଓ ପୌର  ନିର୍ଦେଶକ ଶ୍ରୀ ସଂଗ୍ରାମଜୀତ ନାୟକ  ପ୍ରମୁଖ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos