କ୍ୟାବିନେଟ୍ ନିଷ୍ପତ୍ତିକୁ ଫୁ’ : ୨ବର୍ଷ ଧରି ସମ୍ପତ୍ତି ତାଲିକା ଦେଉନାହାନ୍ତି ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ କିଛଦିନ ଧରି ରାଜ୍ୟ ଭିଜିଲାନ୍ସ ଜଣେ ପରେ ଜଣେ ଅଫିସରଙ୍କ ଠାରୁ ଆଖି ଖୋସି ହେବା ଭଳି ନଗଦ ଟଙ୍କା ଓ ସମ୍ପତ୍ତି ଜବତ କରିବା ପରେ ରାଜ୍ୟ ପ୍ରଶାସନ ଦୁର୍ନୀତିରେ ଉବୁଟୁବୁ ହେଉଥିବା ଜଣାପଡ଼ିଛି। ଦୁର୍ନୀତି ଉପରେ ଲଗାମ୍ ଦେବା ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ଏଭଳି, ଯାହା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ଏପରିକି ଗତ ୨ଟି ଆର୍ଥିକ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ବିଭିନ୍ନ ମନ୍ତ୍ରୀ […]

CM Naveen Patnaik

CM Naveen Patnaik

Ordigital Desk
  • Published: Friday, 08 April 2022
  • Updated: 08 April 2022, 07:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ କିଛଦିନ ଧରି ରାଜ୍ୟ ଭିଜିଲାନ୍ସ ଜଣେ ପରେ ଜଣେ ଅଫିସରଙ୍କ ଠାରୁ ଆଖି ଖୋସି ହେବା ଭଳି ନଗଦ ଟଙ୍କା ଓ ସମ୍ପତ୍ତି ଜବତ କରିବା ପରେ ରାଜ୍ୟ ପ୍ରଶାସନ ଦୁର୍ନୀତିରେ ଉବୁଟୁବୁ ହେଉଥିବା ଜଣାପଡ଼ିଛି। ଦୁର୍ନୀତି ଉପରେ ଲଗାମ୍ ଦେବା ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ଏଭଳି, ଯାହା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ଏପରିକି ଗତ ୨ଟି ଆର୍ଥିକ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ବିଭିନ୍ନ ମନ୍ତ୍ରୀ ପର୍ଯ୍ୟନ୍ତ କିଏ କେତେ ସମ୍ପତ୍ତି ଆହରଣ କରିଛନ୍ତି, କେହି ତା’ର ଟେର ପାଇପାରୁନାହାନ୍ତି।

ସରପଂଚଙ୍କଠୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଓ ପିଅନଠୁ ଆରମ୍ଭ କରି ମୁଖ୍ୟ ସଚିବଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରତିବର୍ଷ ସେମାନଙ୍କର ସମ୍ପତ୍ତି ତାଲିକା ଦେବେ ଓ ଏହାକୁ ସାର୍ବଜନୀନ କରାଯିବ ବୋଲି ୨୦୨୦ ଡିସେମ୍ବର ୨୮ରେ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିଲା। ତେବେ ଏହାକୁ ଖୋଦ୍ ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମାନେ ଖାତିର କରୁନଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ୨୦୨୦-୨୧ ଓ ୨୦୨୧-୨୨ ଆର୍ଥିକ ବର୍ଷ ଶେଷ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରିମଣ୍ଡଳର ସହଯୋଗୀମାନେ ନିଜର ବାର୍ଷିକ ସମ୍ପତ୍ତି ବିବରଣୀକୁ ସାର୍ବଜନୀନ କରୁନାହାନ୍ତି । ଏନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ନିଜର ସମ୍ପତ୍ତି ବିବରଣୀ ସାର୍ବଜନୀନ କରୁନଥିବାରୁ ରାଜ୍ୟ କ୍ୟାବିନେଟ ୨୦୨୦ ଡିସେମ୍ବର ୨୮ତାରିଖରେ ନେଇଥିବା ନିଷ୍ପତ୍ତି ମଧ୍ୟ ପରୋକ୍ଷରେ ଅର୍ଥହୀନ ହୋଇପଡ଼ିଛି ।

ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରିମଣ୍ଡଳ ସହଯୋଗୀମାନେ ଶେଷଥର ପାଇଁ ୨୦୧୯-୨୦ ଆର୍ଥିକ ବର୍ଷରେ ନିଜର ବାର୍ଷିକ ସମ୍ପତ୍ତି ବିବରଣୀକୁ ସାର୍ବଜନୀନ କରିଥିଲେ । ତା’ପରଠୁ ନିଜର ସମ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ କାହିଁକି ସାଧାରଣ ଲୋକଙ୍କ ଅବଗତ ନିମନ୍ତେ ସାର୍ବଜନୀନ କରୁନାହାନ୍ତି, ତା’ର କାରଣ ଅସ୍ପଷ୍ଟ ହୋଇଥିଲେ ମଧ୍ୟ ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ଅନୁସାରେ ସମ୍ପତ୍ତି ବିବରଣୀ ସାର୍ବଜନୀନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ବାଧ୍ୟ । କ୍ୟାବିନେଟ ନିଷ୍ପତ୍ତି ଅନୁସାରେ, ସରପଂଚଙ୍କଠୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ, ପିଅନଠୁ ଆରମ୍ଭ କରି ମୁଖ୍ୟ ସଚିବଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜର ବାର୍ଷିକ ସମ୍ପତ୍ତି ତାଲିକା ଦେବାକୁ ବାଧ୍ୟ । ଏହାକୁ ମଧ୍ୟ ଜନସାଧାରଣଙ୍କ ସୂଚନା ନିମନ୍ତେ ପବ୍ଲିକ ଡୋମେନରେ ରଖାଯିବ ଓ ଏହାର ଏକକିତା ନକଲ ମଧ୍ୟ ରାଜ୍ୟ ଲୋକାୟୁକ୍ତଙ୍କୁ ଦିଆଯିବ ବୋଲି ନିଷ୍ପତ୍ତି ହୋଇଥିଲା ।ମାତ୍ର କ୍ୟାବିନେଟର ଏହି ନିଷ୍ପତ୍ତି ଏବେ ପାଣିର ଗାର ସଦୃଶ ହୋଇଛି ।

କ୍ୟାବିନେଟର ନିଷ୍ପତ୍ତିକୁ ଖୋଦ୍ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ମାନୁ ନଥିବାବେଳେ ଅନ୍ୟମାନଙ୍କୁ ଏହା ମଧ୍ୟ ଆଶା କରାଯାଇନପାରେ । ରାଜ୍ୟରେ ଗତ କିଛି ଦିନ ଧରି ଡାକ୍ତର ସୁକାନ୍ତ କୁମାର ଜେନା(୧.୧୨କୋଟି ଟଙ୍କା ନଗଦ), ଇଞ୍ଜିନିୟର ଆଶୀଷ କୁମାର ଦାସ( ୧.୩୯କୋଟି ଟଙ୍କା ନଗଦ) ଓ କାର୍ତ୍ତିକେଶ୍ୱର ରାଉଳ( ୨କୋଟି ଟଙ୍କା ନଗଦ ଓ ୨୦ଟି ସୁନା ବିସ୍କୁଟ), ପୁଲିସ ଅଫିସର ତ୍ରିନାଥ ମିଶ୍ର(୧୧.୨କୋଟି ଟଙ୍କାର ସମ୍ପତ୍ତି ଠାବ) ଆଦିଙ୍କ ଭଳି ସରକାରୀ କର୍ମଚାରୀଙ୍କଠୁ ଆଖି ଖୋସି ହେବା ଭଳି ସମ୍ପତ୍ତି ମିଳିବା ପରୋକ୍ଷରେ ସରକାରଙ୍କ ଦୁର୍ନୀତି ବିରୁଦ୍ଧ ଲଢ଼େଇ ପାଇଁ ଥିବା ଆନ୍ତରିକତାକୁ ପଦାରେ ପକାଇଛି ।

ଉଲ୍ଲେଖଯୋଗ୍ୟ, ୨୦୨୦ ଡିସେମ୍ବର ୨୧ତାରିଖରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ରାଜ୍ୟ କାର୍ଯ୍ୟ ପରିଷଦ ବୈଠକକୁ ସମ୍ବୋଧିତ କରି ବିକାଶ କାର୍ଯ୍ୟରେ ଦୁର୍ନୀତି ସବୁଠୁ ବଡ଼ ପ୍ରତିବନ୍ଧକ ସାଜିଛି  ବୋଲି କହିଥିଲେ। ତାଙ୍କ ସରକାର ରାଜ୍ୟରେ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି କହିବା ସହ ବିଜେଡିର ସମସ୍ତ ନିର୍ବାଚିତ ଲୋକପ୍ରତିନିଧି ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲ କରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ । ଏପରିକି ଦଳର ସାଂସଦମାନେ ବି ସ୍ୱେଚ୍ଛାକୃତ ସମ୍ପତ୍ତି ବିବରଣୀ ଦାଖଲ କରି ଉଦାହରଣ ସୃଷ୍ଟି କରିବେ । ଏସବୁ ସମ୍ପତ୍ତି ବିବରଣୀକୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ରଖାଯିବ ।

ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାର ଏକ ସପ୍ତାହ ନପୁରୁଣୁ ଅନୁରୂପ ପ୍ରସ୍ତାବ ରାଜ୍ୟ କ୍ୟାବିନେଟରେ ଅଣାଯାଇ ‘ଦୁର୍ନୀତି ବିରୋଧରେ ଆମର ସାଲିସ ବିହୀନ ଲଢ଼େଇ ସାରା ଭାରତରେ ଆମ ରାଜ୍ୟ ପ୍ରତି ସୁନାମ ଆଣିଛି’ ବୋଲି କୁହାଯାଇଥିଲା। ତେଣୁ ସମସ୍ତ ନିର୍ବାଚିତ ଲୋକ ପ୍ରତିନିଧି (ସରପଂଚ, ବିଧାୟକ, ମନ୍ତ୍ରୀ) ଓ ପିଅନଠୁ ମୁଖ୍ୟ ସଚିବ ପର୍ଯ୍ୟନ୍ତ ନିଜର ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲ କରିବେ ବୋଲି ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଥିଲେ । ମାତ୍ର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ କ୍ୟାବିନେଟର ଏହି ନିଷ୍ପତ୍ତି ଯେ କେବଳ ଗଣମାଧ୍ୟମରେ ପ୍ରଚାରସର୍ବସ୍ୱ ଥିଲା, ତାହା ଏବେ ସ୍ପଷ୍ଟ ହୋଇଯାଇଛି ।

ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କର ବାର୍ଷିକ ସମ୍ପତ୍ତି ବିବରଣୀକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏପର୍ଯ୍ୟନ୍ତ ସାର୍ବଜନୀନ କରୁନଥିବାବେଳେ ଅନ୍ୟମାନଙ୍କର ସମ୍ପତ୍ତି କିଭଳି ଲୋକଲୋଚନକୁ ଆସିବ ତଥା ଦୁର୍ନୀତିଗ୍ରସ୍ତଙ୍କ ଉପରେ ନଜର ରଖିବାକୁ ସାଧାରଣ ଲୋକେ ସକ୍ଷମ ହେବେ ତାକୁ ନେଇ ପ୍ରଶ୍ନ ଉଠିଛି । ସରକାରଙ୍କ କଥା ଓ କାର୍ଯ୍ୟରେ ଆକାଶପାତାଳ ଫରକ ରହୁଥିବାରୁ ରାଜ୍ୟରେ ଦୁର୍ନୀତି ବଢ଼ି ଚାଲିଛି ଓ ଭିଜିଲାନ୍ସ ଯାହାକୁ ଛୁଁଉଚି, ତାଙ୍କଠୁ କୋଟି କୋଟି ଟଙ୍କାର ବେଆଇନ ସମ୍ପତ୍ତି ଠାବ ହୋଇପାରୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ୨୦୧୯-୨୦ ଆର୍ଥିକ ବର୍ଷ ଶେଷ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ମୋଟ ସମ୍ପତ୍ତି ପରିମାଣ ୬୪.୯୮କୋଟି ଟଙ୍କା ଥିଲା ଓ ନିଜ କ୍ୟାବିନେଟରେ ସେ ସବୁଠୁ ଧନୀ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story