ବର୍ଷକରେ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ବଢ଼ିଛି ୧୫କୋଟି, ଋଣ ଶୁଝି ପାରୁନାହାନ୍ତି ୧୫ ଲକ୍ଷ

ଭୁବନେଶ୍ୱର(ପ୍ରକାଶ ସେଠୀ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସମ୍ପତ୍ତିର ପରିମାଣ ବର୍ଷକ ମଧ୍ୟରେ ପ୍ରାୟ ୧୫କୋଟି ଟଙ୍କା ବଢ଼ିଛି। ରାଜ୍ୟ ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପୂର୍ବଭଳି ସବୁଠୁ ଧନୀ ରହିଥିଲେ ମଧ୍ୟ ୫ବର୍ଷ ଧରି ନିଜ ଭଉଣୀଠୁ ଆଣିଥିବା ୧୫ଲକ୍ଷ ଟଙ୍କାର ଋଣକୁ ପରିଶୋଧ କରିପାରିନାହାନ୍ତି। ଆଇଟି ଓ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରାୟ ୨୬ ଲକ୍ଷ ଟଙ୍କାର ମୋଟ୍ ସମ୍ପତ୍ତି ସହ ରାଜ୍ୟର ସବୁଠୁ ଗରିବ ମନ୍ତ୍ରୀ ହୋଇଥିବାବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଦ୍ୱିତୀୟ […]

naveen

naveen

Manoranjan Sial
  • Published: Tuesday, 11 February 2020
  • Updated: 12 February 2020, 09:46 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସମ୍ପତ୍ତିର ପରିମାଣ ବର୍ଷକ ମଧ୍ୟରେ ପ୍ରାୟ ୧୫କୋଟି ଟଙ୍କା ବଢ଼ିଛି। ରାଜ୍ୟ ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପୂର୍ବଭଳି ସବୁଠୁ ଧନୀ ରହିଥିଲେ ମଧ୍ୟ ୫ବର୍ଷ ଧରି ନିଜ ଭଉଣୀଠୁ ଆଣିଥିବା ୧୫ଲକ୍ଷ ଟଙ୍କାର ଋଣକୁ ପରିଶୋଧ କରିପାରିନାହାନ୍ତି। ଆଇଟି ଓ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରାୟ ୨୬ ଲକ୍ଷ ଟଙ୍କାର ମୋଟ୍ ସମ୍ପତ୍ତି ସହ ରାଜ୍ୟର ସବୁଠୁ ଗରିବ ମନ୍ତ୍ରୀ ହୋଇଥିବାବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଦ୍ୱିତୀୟ ଧନୀ ମନ୍ତ୍ରୀ ପାଲଟିଛନ୍ତି। ନବୀନଙ୍କ ମନ୍ତ୍ରିମଣ୍ଡଳରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏକମାତ୍ର ମନ୍ତ୍ରୀ ଯାହାଙ୍କ ପାଖରେ ୨ଟି ରିଭଲଭର ଓ ଗୋଟିଏ ରାଇଫଲ୍ ରହିଛି। ନବ ଓ ତାଙ୍କ ପରିବାର ପାଖରେ ପ୍ରାୟ ୩୨ଲକ୍ଷ ନଗଦ, ପ୍ରାୟ ଏକ କୋଟି ଟଙ୍କାର ବ୍ୟାଙ୍କ ଡିପୋଜିଟ୍ ଓ ଦୁଇ କୋଟି ଟଙ୍କାରୁ ଅଧିକ ଫିକ୍ସଡ ଡିପୋଜିଟ୍ ରହିଛି। ତେବେ ନବୀନଙ୍କ ସହ ତାଳ ଦେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପତ୍ତି ମଧ୍ୟ ବର୍ଷକ ମଧ୍ୟରେ ପ୍ରାୟ ସାଢ଼େ ୪କୋଟି ଟଙ୍କା ବଢ଼ିଛି। ପ୍ରତାପଙ୍କ ସମ୍ପତ୍ତିର ପରିମାଣ ପ୍ରାୟ ୧୦କୋଟି ଟଙ୍କା ହେବ। ତେବେ କୃଷି ମନ୍ତ୍ରୀ ଅରୁଣ ସାହୁ ଓ ତାଙ୍କ ପତ୍ନୀଙ୍କ ମୋଟ ସମ୍ପତ୍ତି ପ୍ରାୟ ୬୭ଲକ୍ଷ ଟଙ୍କା ହୋଇଥିବାବେଳେ ଅରୁଣଙ୍କଠୁ ତାଙ୍କ ଅଧ୍ୟାପିକା ପତ୍ନୀ ଅଧିକ ଧନୀ ବୋଲି ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କର ୨୦୧୮-୧୯ ଆର୍ଥିକ ବର୍ଷର ସମ୍ପତ୍ତି ତାଲିକା ଜାରି କରାଯାଇଛି। କେତେକ ମନ୍ତ୍ରୀ ୨୦୧୯ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଓ କେତେକ ଜୁଲାଇ ମାସ ଶେଷ ପର୍ଯ୍ୟନ୍ତ ନିଜର ସମ୍ପତ୍ତି ବିବରଣୀ ଦେଇଛନ୍ତି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ସମ୍ପତ୍ତି ତାଲିକା ଅନୁସାରେ ୨୦୧୮ ମାର୍ଚ୍ଚରୁ ୨୦୧୯ ମାର୍ଚ୍ଚ ମଧ୍ୟରେ ତାଙ୍କର ସମ୍ପତ୍ତି ପ୍ରାୟ ୧୫ କୋଟି ଟଙ୍କାରୁ ଅଧିକ ବୃଦ୍ଧି ପାଇଛି। ୨୦୧୮ ମାର୍ଚ୍ଚ ଶେଷ ସୁଦ୍ଧା ନବୀନଙ୍କ ସମ୍ପତ୍ତିର ପରିମାଣ ପ୍ରାୟ ୪୯.୨୪ କୋଟି ଟଙ୍କା ଥିବାବେଳେ ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ଏହା ୬୩.୬୪ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଫରିଦାବାଦ ନିକଟରେ ଥିବା ନବୀନଙ୍କ ୨୨.୭ଏକର ଫାର୍ମ ହାଉସର ମୂଲ୍ୟ ମାତ୍ର ୧୦.୭୫କୋଟି ଟଙ୍କା ୨୦୧୭ ମାର୍ଚ୍ଚ ମାସରେ ଆକଳନ କରାଯାଇଥିଲା। ଏହାର ସଦ୍ୟ ଦର ଏହି ପରିମାଣଠୁ ଢେର ଅଧିକ ହେବ। ସେହିପରି ଦିଲ୍ଲୀସ୍ଥିତ ଏପିଜେ ଅବଦୁଲ କଲାମ ରୋଡରେ ଥିବା ପୈତୃକ ଗୃହରେ ନବୀନଙ୍କ ୫୦ପ୍ରତିଶତ ଅଂଶଧନ ରହିଛି ଓ ଏହି ପରିମାଣ ୪୩.୩୬କୋଟି ଟଙ୍କା ଆକଳନ କରାଯାଇଛି। ତା’ପୁଣି ୨୦୧୪ ସେପ୍ଟେମ୍ବର ମସିହାର ଭାଲ୍ୟୁସନ୍ ଅନୁସାରେ। ତେବେ ୨୦୧୯ ମସିହାରେ ସାଧାରଣ ନିର୍ବାଚନ ପାଇଁ ନବୀନ ହିଞ୍ଜଳିକାଟୁ ଓ ପଦ୍ମପୁରସ୍ଥିତ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ୨ଟି ବ୍ୟାଙ୍କ ଆକାଉଣ୍ଟ ଖୋଲି ସେଥିରେ ପ୍ରାୟ ୪୦ଲକ୍ଷ ଟଙ୍କା ଜମା ରଖିଛନ୍ତି। ନବୀନଙ୍କ ପାଖରେ ଏବେବି ୧୯୮୦ ମଡେଲର ଆମ୍ବାସାଡ଼ର କାର ଥିବାବେଳେ ୨ଲକ୍ଷରୁ ଅଧିକ ଟଙ୍କାର ଜୁଏଲାରୀ ମଧ୍ୟ ଅଛି। ନବୀନଙ୍କ ସମ୍ପତ୍ତି କ୍ରମାଗତ ଭାବେ ବଢ଼ି ଚାଲିଥିଲେ ମଧ୍ୟ ୨୦୧୫ ମାର୍ଚ୍ଚ ୯ତାରିଖରେ ତାଙ୍କ ବଡ଼ଭଉଣୀ ଗୀତା ମେହେଟ୍ଟାଙ୍କଠୁ ଧାର ସୂତ୍ରରେ ଆଣିଥିବା ୧୫ଲକ୍ଷ ଟଙ୍କାକୁ ଆଜିପର୍ଯ୍ୟନ୍ତ ପରିଶୋଧ କରିନାହାନ୍ତି।

ସେହିପରି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ତାଙ୍କ ପତ୍ନୀ ଡେଜି ଓ ଝିଅ ଐଶ୍ୱର୍ଯ୍ୟାଙ୍କ ନାଁରେ ପ୍ରାୟ ୧୦କୋଟି ଟଙ୍କାର ସମ୍ପତ୍ତି ରହିଛି। ୨୦୧୮ ମାର୍ଚ୍ଚ ସୁଦ୍ଧା ତାଙ୍କର ମୋଟ ସମ୍ପତ୍ତି ପ୍ରାୟ ୫.୩୮କୋଟି ଟଙ୍କା ଥିଲା ଓ ଏଥିରେ ତାଙ୍କ ପୁଅଙ୍କ ସମ୍ପତ୍ତି ମଧ୍ୟ ସାମିଲ ଥିଲା। ମାତ୍ର ୨୦୧୯ ମାର୍ଚ୍ଚ ଶେଷସୁଦ୍ଧା ସେ ଦାଖଲ କରିଥିବା ସମ୍ପତ୍ତି ପରିମାଣରେ ତାଙ୍କ ପୁଅଙ୍କ ସମ୍ପତ୍ତି ସାମିଲ ନଥିଲେ ମଧ୍ୟ ତାଙ୍କ ସମ୍ପତ୍ତି ପ୍ରାୟ ୪.୫୪କୋଟି ଟଙ୍କା ବୃଦ୍ଧି ପାଇଛି। ପ୍ରତାପଙ୍କ ପାଖରେ ୧୮୦ଗ୍ରାମ ସୁନା ଓ ତାଙ୍କ ପତ୍ନୀ ଡେଜିଙ୍କ ପାଖରେ ୬୦୦ଗ୍ରାମ ସୁନା ଓ ୨କିଲୋ ରୂପା ଅଛି।

ସେହିପରି ମନ୍ତ୍ରୀ ନବ ଦାସଙ୍କ ପାଖରେ ନଗଦ ୧୩.୭୧ଲକ୍ଷ ଟଙ୍କା, ପତ୍ନୀ ମିନତୀ ଦାସଙ୍କ ପାଖରେ ୧୪.୮୦ଲକ୍ଷ ଟଙ୍କା, ପୁଅ ବିଶାଳଙ୍କ ପାଖରେ ୩ଲକ୍ଷ ଟଙ୍କା ଓ ଝିଅ ଦୀପାଳୀଙ୍କ ପାଖରେ ୨.୦୭ଟଙ୍କା ନଗଦ ରହିଛି। ପତ୍ନୀ ଓ ପୁଅଙ୍କ ସମେତ ତାଙ୍କ ନାଁରେ ପ୍ରାୟ ୩କୋଟି ଟଙ୍କାରୁ ଅଧିକ ବ୍ୟାଙ୍କ ଡିପୋଜିଟ୍ ବିଭିନ୍ନ ବ୍ୟାଙ୍କରେ ଥିବାବେଳେ କୋଟିକୋଟି ଟଙ୍କାର ଫିକ୍ସଡ ଡିପୋଜିଟ୍ ମଧ୍ୟ ରହିଛି।

ସେହିପରି ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ମୋଟ ସମ୍ପତ୍ତି ପ୍ରାୟ ୪୨ଲକ୍ଷ ଟଙ୍କା ହୋଇଥିବାବେଳେ ବର୍ଷକ ମଧ୍ୟରେ ମାତ୍ର ୨.୨୦ଲକ୍ଷ ଟଙ୍କା ବଢ଼ିଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସମ୍ପତ୍ତିରେ ପ୍ରାୟ ୩୫ଲକ୍ଷ ଟଙ୍କାର ବୃଦ୍ଧି ହୋଇଛି। ୨୦୧୮ ମାର୍ଚ୍ଚ ଶେଷ ସୁଦ୍ଧା ତାଙ୍କର ମୋଟ ସମ୍ପତ୍ତି ପରିମାଣ ୩.୫୬କୋଟି ଟଙ୍କା ଥିବାବେଳେ ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ୩.୯୨କୋଟି ଟଙ୍କା ରହିଛି।

କୃଷିମନ୍ତ୍ରୀ ଅରୁଣ ସାହୁଙ୍କର ମୋଟ ସମ୍ପତ୍ତି ପ୍ରାୟ ୬୭ଲକ୍ଷ ଟଙ୍କା ହୋଇଥିବାବେଳେ ଏଥିରେ ତାଙ୍କ ନାଁରେ ମାତ୍ର ୨୨ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି। ଅରୁଣଙ୍କ ଅଧ୍ୟାପିକା ପତ୍ନୀଙ୍କ ନାଁରେ ପ୍ରାୟ ୩୭ଲକ୍ଷ ଟଙ୍କା ଥିବାବେଳେ ୨ଝିଅଙ୍କ ନାଁରେ ସାଢ଼େ ୭ଲକ୍ଷ ଟଙ୍କାର ବୀମା ବଣ୍ଡ ରହିଛି। ଅରୁଣଙ୍କ ପତ୍ନୀ ମଧ୍ୟ ୮.୧୬ଲକ୍ଷ ଟଙ୍କାର ଋଣରେ ଅଛନ୍ତି। ୪୫୦ଗ୍ରାମ ସୁନା ଓ ୨ଟି କାର ମଧ୍ୟ କାର ରହିଛି।

ସେହିପରି ଦ୍ୱିତୀୟ ଥର ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ସମ୍ପତ୍ତି ପ୍ରାୟ ୨କୋଟି ଟଙ୍କା ହେବ। ଭୁବନେଶ୍ୱରରେ ୨ଟି ଆପାର୍ଟମେଣ୍ଟ, ୪ଟି କାର ଓ ଟିଟିଲାଗଡ଼ରେ ଦୁଇ ମହଲା କୋଠା, ପ୍ରାୟ ୬ଏକରର ମୂଲ୍ୟବାନ ଜମି ରହିଛି। ଟୁକୁନିଙ୍କ ପାଖରେ ୨୫୦ଗ୍ରାମର ସୁନା ଓ ଦେଢ଼କିଲୋ ରୂପା ଥିବାବେଳେ ଟିଟିଲାଗଡ଼ରେ ଅଧିକାଂଶ ଜମି ତାଙ୍କ ନାଁ’ରେ ରହିଛି।

ସେହିପରି ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ମୋଟ ସମ୍ପତ୍ତିର ପରିମାଣ ୨୫.୬୦ ଲକ୍ଷ ଟଙ୍କା ଥିବାବେଳେ ଭୁବନେଶ୍ୱରର ଚନ୍ଦକା ଅଞ୍ଚଳରେ ତାଙ୍କର ୪୮୦୦ବର୍ଗଫୁଟର ଜମି ରହିଛି । ୫ଲକ୍ଷ ଟଙ୍କାର କାର ଓ ୯୦ଗ୍ରାମର ସୁନା ମଧ୍ୟ ତାଙ୍କର ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story