ଉପକୂଳ ସୁରକ୍ଷା ଚିନ୍ତା: ୪୦ଟି ବୋଟ୍‌ ଯୋଗାଇବାକୁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର: ଉପକୂଳ ସୁରକ୍ଷା ନେଇ ସଚିବାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ମୁଖ୍ୟ ଶାସନ ସଚିବ କ୍ୟାବିନେଟ ସଚିବଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିଥିଲେ।

ବୈଠକ ପରେ ଗୃହ ସଚିବ କହିଛନ୍ତି, “ରାଜ୍ୟ ସରକାର ଉପକୂଳ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ଅଧିକ ୪୦ଟି ବୋଟ୍‌ ପାଇଁ କେନ୍ଦ୍ରକୁ ଚିଠି ଲେଖାଯାଇଛି। ବର୍ତ୍ତମାନ ଥିବା ୧୫ଟି ବୋଟରୁ ୧୩ ବୋଟ୍ କାର୍ଯ୍ୟକ୍ଷମ ଅଛି।”