ପ୍ରାର୍ଥିପତ୍ର ଦାଖଲକୁ ନେଇ ହିଞ୍ଜିଳି ଓ ଏସ୍‌ସିଏସ୍ କଲେଜରେ ଉତ୍ତେଜନା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଞ୍ଜିଳି କଲେଜରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ପ୍ରାର୍ଥିପତ୍ର ଦାଖଲକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। କିଛି ଛାତ୍ରଙ୍କୁ ପ୍ରାର୍ଥିପତ୍ର ଦାଖଲ କରାଇ ଦିଆଯାଇନଥିବା ଅଭିଯୋଗ ହୋଇଛି।  ଡିଏସ୍ଓ ସମର୍ଥିତ ଛାତ୍ରଙ୍କୁ ଅପରଗୋଷ୍ଠୀ ପକ୍ଷରୁ ଆକ୍ରମଣ କରାଯାଇଥିଲା। ଆକ୍ରମଣରେ ଜଣେ ଛାତ୍ର ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଏହାର ପ୍ରତିବାଦ କରି  କଲେଜ ସାମ୍ନାରେ ଡିଏସ୍ଓ ସମର୍ଥକମାନେ ରାସ୍ତାରୋକ କରିଛନ୍ତି।

ସେହିପରି ପ୍ରାର୍ଥିପତ୍ର ଦାଖଲକୁ ନେଇ ପୁରୀ ଏସ୍‌ସିଏସ୍ କଲେଜରେ ଉତ୍ତେଜନା ଦେଖାଦେଇଛି।  କଲେଜର ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି। ଦୁଇ ଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ଠେଲାପେଲା ହୋଇଛି।