ନିଶା ଔଷଧ ଦେଇ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ

ସୋର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅଞ୍ଚଳରେ ଜଣେ କଲେଜ ଛାତ୍ରୀଙ୍କୁ ନିଶା ଔଷଧ ଦେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଫେରାର ହୋଇଯାଇଛି। ଗତ ୨୮ ତାରିଖରେ ଛାତ୍ରୀ ଜଣଙ୍କ କଲେଜ ଯାଉଥିଲେ। ଏହି ସମୟରେ ଦିଗଭଅଁରା ଗାଁର କାହ୍ନୁଚରଣ ଜେନା ନାମକ ଜଣେ ବ୍ୟକ୍ତି ତାଙ୍କୁ ଘରକୁ ଡାକି ନେଇ କବାଟ ବନ୍ଦ କରି ଦୁଷ୍କର୍ମ କରିଥିବା ଛାତ୍ରୀ ଜଣକଙ୍କ ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିବା ପରେ ଗାଁରେ ଏକ […]

rte

Rakesh Mallick
  • Published: Thursday, 02 August 2018
  • , Updated: 02 August 2018, 04:55 PM IST

ସୋର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅଞ୍ଚଳରେ ଜଣେ କଲେଜ ଛାତ୍ରୀଙ୍କୁ ନିଶା ଔଷଧ ଦେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଫେରାର ହୋଇଯାଇଛି।

ଗତ ୨୮ ତାରିଖରେ ଛାତ୍ରୀ ଜଣଙ୍କ କଲେଜ ଯାଉଥିଲେ। ଏହି ସମୟରେ ଦିଗଭଅଁରା ଗାଁର କାହ୍ନୁଚରଣ ଜେନା ନାମକ ଜଣେ ବ୍ୟକ୍ତି ତାଙ୍କୁ ଘରକୁ ଡାକି ନେଇ କବାଟ ବନ୍ଦ କରି ଦୁଷ୍କର୍ମ କରିଥିବା ଛାତ୍ରୀ ଜଣକଙ୍କ ଅଭିଯୋଗ କରିଛନ୍ତି।

ସେ ଅଭିଯୋଗ କରିବା ପରେ ଗାଁରେ ଏକ ବୈଠକ ବସିଥିଲା। ତେବେ ବୈଠକରେ କିଛି ସମାଧାନ ହୋଇ ପାରି ନଥିଲା। ପରେ ଛାତ୍ରୀ ଜଣଙ୍କ ଖନ୍ତାପଡ଼ା ଥାନାରେ ଏନେଇ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରିଛି ଘଟଣାର ତଦନ୍ତ କରୁଛି।

ସୂଚନାଯୋଗ୍ୟ, ଅଭିଯୁକ୍ତ ବିବାହିତ ଓ ତାଙ୍କର ଦୁଇଟି ଛୁଆ ଅଛନ୍ତି ବୋଲି ଜଣାପଡ଼ିଛି।

 

 

 

Related story