କଲେଜ କିରାଣୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ବ୍ରହ୍ମପୁର(ଜଗନ୍ନାଥ ସାହୁ): କଲେଜ କିରାଣୀଙ୍କୁ ବିଚ୍‌ ରାସ୍ତାରେ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ। ଆକ୍ରମଣର ପୂରା ଘଟଣା କଏଦ ହେଲା ସିସିଟିଭିରେ। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ଘଟିଛି ଏମିତି ଘଟଣା। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ସିସିଟିଭି ତଥ୍ୟ ଆଧାରରେ ତଦନ୍ତ ଆରମ୍ଭ କରିଛି। ନୂଆଗାଁ ଥାନା ବୋମକେଇ ସ୍ଥିତ ସେବାନନ୍ଦ ଡିଗ୍ରୀ ମହାବିଦ୍ୟାଳୟର କନିଷ୍ଠ କିରାଣୀ ନିରାକାର ପ୍ରଧାନ ଆଜି ପୂର୍ବାହ୍ନ ୧୦ରୁ ୧୧ଟା ଭିତରେ ବାଇକ୍‌ରେ କଲେଜ ଯାଉଥିଲେ। […]

ganjam

Manoranjan Sial
  • Published: Tuesday, 03 December 2019
  • , Updated: 03 December 2019, 05:59 PM IST

ବ୍ରହ୍ମପୁର(ଜଗନ୍ନାଥ ସାହୁ): କଲେଜ କିରାଣୀଙ୍କୁ ବିଚ୍‌ ରାସ୍ତାରେ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ। ଆକ୍ରମଣର ପୂରା ଘଟଣା କଏଦ ହେଲା ସିସିଟିଭିରେ। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ଘଟିଛି ଏମିତି ଘଟଣା। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ସିସିଟିଭି ତଥ୍ୟ ଆଧାରରେ ତଦନ୍ତ ଆରମ୍ଭ କରିଛି।

ନୂଆଗାଁ ଥାନା ବୋମକେଇ ସ୍ଥିତ ସେବାନନ୍ଦ ଡିଗ୍ରୀ ମହାବିଦ୍ୟାଳୟର କନିଷ୍ଠ କିରାଣୀ ନିରାକାର ପ୍ରଧାନ ଆଜି ପୂର୍ବାହ୍ନ ୧୦ରୁ ୧୧ଟା ଭିତରେ ବାଇକ୍‌ରେ କଲେଜ ଯାଉଥିଲେ। କଲେଜ ପାଖରେ ୩ ଜଣ ଯୁବକ ମାରଣାସ୍ତ୍ରୀ ଧରି ତାଙ୍କୁ ଆତର୍କିତ ଆକ୍ରମଣ କରିଥିଲେ। ବାଇକ ଛାଡ଼ିଦେଇ ନିରାକାର ଜୀବନ ବିକାଳରେ ଦୌଡ଼ିଥିଲେ। ହେଲେ ଦୁର୍ବୃତ୍ତମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ବିଚ୍‌ ରାସ୍ତାରେ ଆକ୍ରମଣ କରିଥିଲେ। ଫଳରେ ତାଙ୍କ ଶରୀର, ହାତ ଓ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଆକ୍ରମଣ ପରେ ଦୁର୍ବୃତ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ। କଲେଜ ସମ୍ମୁଖରେ ଲାଗିଥିବା ସିସିଟିଭିରେ ଆକ୍ରମଣର ପୂରା ଘଟଣା କଏଦ ହୋଇଛି।

ସ୍ଥାନୀୟ ଲୋକେ ନିରାକାରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବୋମକେଇ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଏବେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ସିସିଟିଭି ଫୁଟେଜ୍‌ ଆଧାରରେ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତମାନଙ୍କୁ ପୁଲିସ ଚିହ୍ନଛି କରିଛି। ସେମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ତେବେ ଆକ୍ରମଣର ପ୍ରକୃତ କାରଣ ଜଣାପଡ଼ି ନାହିଁ।

Related story