ସରପଞ୍ଚ ହେବେ ଜୟୀ, ଢେର ଦିନ ପରେ ଓହ୍ଲେଇବେ ମଇଦାନକୁ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଟିଭି ପରଦାରେ କୁକୁଡା ଭଳି କଣ୍ଠ କରି ହସାଉଥିବା ଜୟୀ ଭାଇ, ମାନେ ଅଭିନେତା ଜୟୀରାମ ସାମଲ ଦୀର୍ଘ ଦିନ ଧରି ପଡିଆକୁ ଆସିନାହାନ୍ତି। ହେଲେ ତାଙ୍କ କ୍ରେଜ୍‌ କମିନି ଏଯାଏଁ। ଜୟୀ କହିଲେ ଏବେବି ମୁହଁରୁ ଛୁଟିଆସେ ହସର ଧାର। ଜାଣିଛନ୍ତି ଜୟୀ ଭାଇ ଏଥର ସରପଞ୍ଚ ହେଉଛନ୍ତି। ଗାଁକୁ ଗାଁ ବୁଲିବୁଲି ନ୍ୟାୟ ନିସାପ୍‌ କରିବେ। ଲୋକଙ୍କ ଭଲମନ୍ଦ ବୁଝିବେ, ମାନେ ଭାଇ ଏଥର ପୁରା ମଇଦାନରେ ଜମିବେ ବୋଲି ଆଶା। […]

WhatsApp Image 2018-02-08 at 10.15.23 PM

Rakesh Mallick
  • Published: Friday, 09 February 2018
  • , Updated: 09 February 2018, 06:17 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଟିଭି ପରଦାରେ କୁକୁଡା ଭଳି କଣ୍ଠ କରି ହସାଉଥିବା ଜୟୀ ଭାଇ, ମାନେ ଅଭିନେତା ଜୟୀରାମ ସାମଲ ଦୀର୍ଘ ଦିନ ଧରି ପଡିଆକୁ ଆସିନାହାନ୍ତି। ହେଲେ ତାଙ୍କ କ୍ରେଜ୍‌ କମିନି ଏଯାଏଁ। ଜୟୀ କହିଲେ ଏବେବି ମୁହଁରୁ ଛୁଟିଆସେ ହସର ଧାର। ଜାଣିଛନ୍ତି ଜୟୀ ଭାଇ ଏଥର ସରପଞ୍ଚ ହେଉଛନ୍ତି। ଗାଁକୁ ଗାଁ ବୁଲିବୁଲି ନ୍ୟାୟ ନିସାପ୍‌ କରିବେ। ଲୋକଙ୍କ ଭଲମନ୍ଦ ବୁଝିବେ, ମାନେ ଭାଇ ଏଥର ପୁରା ମଇଦାନରେ ଜମିବେ ବୋଲି ଆଶା। ଯେତେହେଲେ ରାଜନୀତି ଡୋର ତାଙ୍କ ହାତରେ ଯେ।

ଏକଥା ପଢି ଆପଣ ଭାବୁଥିବେ ସତରେ କ’ଣ ଏହି ପ୍ରକ୍ଷ୍ୟାତ ହ୍ୟାସ ଅଭିନେତା ରାଜନୀତି କରିବେ ନା କ’ଣ। ଆଜ୍ଞା ନାଇଁମ ସେମିତି କିଛି ନାହିଁ। ଜୟୀ ରାଜନୀତି କରିବେନି ଯେ, ଖବର କାଗଜରେ ତାଙ୍କ ଜଳଖିଆ ପରି(ଏକ ଓଡିଆ ଖବରକାଗଜରେ ନିୟମିତ ପ୍ରକାଶିତ ଜୟୀଙ୍କ ଜଳଖିଆ ସ୍ତମ୍ଭ) ଏକ ଟିଭି ପରଦାରେ ଦେଖାଇବେ କମାଲ। ଦୀର୍ଘ ୫ ଦସନ୍ଧି ଧରି ଓଡିଆ ଦର୍ଶକଙ୍କୁ ହସାଇ ବେଦମ୍‌ କରିଥିବା ଜୟୀ ନୂଆ କାର୍ଯ୍ୟକ୍ରମ ଜରିଆରେ ଦେଖାଇବେ ସରପଞ୍ଚଗିରି।

ଏହି କାର୍ଯ୍ୟକ୍ରମରେ ତାଙ୍କ ସହ ଦେଖିବାକୁ ମିଳିବେ ଆଗ ଧାଡିର ହାସ୍ୟ ଅଭିନେତା ପ୍ରଜ୍ଞାନ ଖଟୁଆ ଓ ଷଙ୍କର୍ଷଣ ପ୍ରଧାନ। କାର୍ଯ୍ୟକ୍ରମଟି ନିଉଜ୍‌ ୱାଲ୍ଡ  ଓଡିଶାରେ ପ୍ରସାରିତ ହେବ । “ପଞ୍ଚାୟତ ପେଞ୍ଚ” ନାଁରେ ଏହି କାର୍ଯ୍ୟକ୍ରମଟି ଆସନ୍ତା ୯ ତାରିଖରୁ ପ୍ରତି ଶୁକ୍ରବାର ରାତି ସାଢେ ୯ଟା ବେଳେ ପ୍ରସାରିତ ହେବ।

Related story