ମେଡିକାଲରେ କମେଡି କିଙ୍ଗ: ହଠାତ୍‌ ପପୁଙ୍କର କ’ଣ ହେଲା

ଭୁବନେଶ୍ୱର: ଓଲିଉଡ୍‌ ଜଗତର କମେଡି କିଙ୍ଗ ପପୁ ପମ୍‌ପମ୍‌ ଅସୁସ୍ଥ।  ଏକ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଗତକାଲି  ସୁଟିଂ ସେଟ୍‌ରୁ ଫେରିବା ସମୟରେ ସେ ହଠାତ୍‌ ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପପୁଙ୍କ ସହଯୋଗୀ ଗିଟୁ ଓ ଅନ୍ୟ ସମ୍ପର୍କୀୟଙ୍କ ସୂଚନା ଅନୁଯାୟୀ ଗତକାଲି ଏକ ଚଳଚ୍ଚିତ୍ର ସୁଟିଂ ଥିବାରୁ ବ୍ୟସ୍ତତା ଯୋଗୁଁ ପପୁ ମଧ୍ୟାହ୍ନ ଭୋଜନ କରିପାରି ନ ଥିଲେ। ସୁଟିଂ ଶେଷ ପରେ ବିଳମ୍ବିତ ସଂଧ୍ୟାରେ […]

pappu

Rakesh Mallick
  • Published: Sunday, 13 May 2018
  • , Updated: 13 May 2018, 10:26 AM IST

ଭୁବନେଶ୍ୱର: ଓଲିଉଡ୍‌ ଜଗତର କମେଡି କିଙ୍ଗ ପପୁ ପମ୍‌ପମ୍‌ ଅସୁସ୍ଥ।  ଏକ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଗତକାଲି  ସୁଟିଂ ସେଟ୍‌ରୁ ଫେରିବା ସମୟରେ ସେ ହଠାତ୍‌ ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପପୁଙ୍କ ସହଯୋଗୀ ଗିଟୁ ଓ ଅନ୍ୟ ସମ୍ପର୍କୀୟଙ୍କ ସୂଚନା ଅନୁଯାୟୀ ଗତକାଲି ଏକ ଚଳଚ୍ଚିତ୍ର ସୁଟିଂ ଥିବାରୁ ବ୍ୟସ୍ତତା ଯୋଗୁଁ ପପୁ ମଧ୍ୟାହ୍ନ ଭୋଜନ କରିପାରି ନ ଥିଲେ। ସୁଟିଂ ଶେଷ ପରେ ବିଳମ୍ବିତ ସଂଧ୍ୟାରେ ସେ କିଛି ଖାଦ୍ୟ ଖାଇ ଘରକୁ ଫେରୁଥିଲେ। ହଠାତ୍‌ ରାସ୍ତାରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କ ବନ୍ଧୁମାନେ ଖଣ୍ଡଗିରି ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ସେଠାରେ ଡାକ୍ତର ସାଲାଇନ୍‌ ଦେବା ପରେ ସେ ସୁସ୍ଥ ଥିବା ଜଣାପଡ଼ିଛି।  ମିଳିଥିବା ସୂଚନା ଅନୁଯାୟୀ ସେ ଏବେ ବି  ମେଡିକାଲରେ ଅଛନ୍ତି । ଆଜି  ଡିସଚାର୍ଜ ହେବେ ବୋଲି ସୂଚନା ମିଳିଛି। ତେବେ ପପୁଙ୍କୁ ନେଇ ସୋସିଆଲ ମିଡିଆରେ ଏକ ଫଟୋ ଘୁରି ବୁଲୁଛି। ଫଟୋରେ ପପୁଙ୍କ ମୁହଁରେ ଅକ୍ସିଜେନ୍ ଲାଗିଥିବା ଦୃଶ୍ୟମାନ ହେଉଛି। ଏଥିସହ ପପୁଙ୍କ ସ୍ୱାସ୍ଥ୍ୟର ତରୁନ୍ତ ଆରୋଗ୍ୟ କାମନା ପାଇଁ ପ୍ରାର୍ଥନା ଲାଗି ନିବେଦନ କରାଯାଉଛି।

Related story