ମାଆ ନୁହେଁ ସେ ସାବତ ମାଆ, ସେଥିପାଇଁ ବୋଧହୁଏ କୁନି ଝିଅକୁ...

ପିପିଲି (ଦ୍ୱିତୀକୃଷ୍ଣ ପଟ୍ଟନାୟକ): ଜନ୍ମ ଦେଇନି। ମାଆ ନୁହେଁ, ସେ ସାବତ ମାଆ! ବୋଧ ହୁଏ ସେଥିପାଇଁ ୭ ବର୍ଷର କୁନି ଝିଅକୁ ଦେଉଥିଲେ ଅକଥନୀୟ ନିର୍ଯାତନା। ଦିନ ପରେ ଦିନ ହାତ ଗୋଡ଼ରେ ବେଡ଼ି ପକାଇ ଘରେ ତାଲା ପକାଇ ରଖୁଥିଲା। ୪ ଦିନରେ ଥରେ ବାସି ଖାଦ୍ୟ ଖାଇବାକୁ ଦେଉଥିଲା ସାବତ ମାଆ। କେବଳ ସାବତ ମାଆ ନୁହେଁ, ବାପା ମଧ୍ୟ ଝିଅ ନିର୍ଯାତନା ସାମିଲ୍‌ ଥିଲା। ସେଥିପାଇଁ ବୋଧହୁଏ ଭୁବନେଶ୍ୱର କମିଶନରେଟ୍‌ ପୁଲିସ […]

father and stepmother

father and stepmother

Manoranjan Sial
  • Published: Friday, 09 July 2021
  • Updated: 09 July 2021, 07:41 PM IST

Sports

Latest News

ପିପିଲି (ଦ୍ୱିତୀକୃଷ୍ଣ ପଟ୍ଟନାୟକ): ଜନ୍ମ ଦେଇନି। ମାଆ ନୁହେଁ, ସେ ସାବତ ମାଆ! ବୋଧ ହୁଏ ସେଥିପାଇଁ ୭ ବର୍ଷର କୁନି ଝିଅକୁ ଦେଉଥିଲେ ଅକଥନୀୟ ନିର୍ଯାତନା। ଦିନ ପରେ ଦିନ ହାତ ଗୋଡ଼ରେ ବେଡ଼ି ପକାଇ ଘରେ ତାଲା ପକାଇ ରଖୁଥିଲା। ୪ ଦିନରେ ଥରେ ବାସି ଖାଦ୍ୟ ଖାଇବାକୁ ଦେଉଥିଲା ସାବତ ମାଆ। କେବଳ ସାବତ ମାଆ ନୁହେଁ, ବାପା ମଧ୍ୟ ଝିଅ ନିର୍ଯାତନା ସାମିଲ୍‌ ଥିଲା। ସେଥିପାଇଁ ବୋଧହୁଏ ଭୁବନେଶ୍ୱର କମିଶନରେଟ୍‌ ପୁଲିସ ସାବତ ମାଆ ଓ ବାପାଙ୍କୁ ଗିରଫ କରିଛି।

ପୂରା ଘଟଣାଟି ଏମିତି। ବାଲିପାଟଣା ବ୍ଲକ୍‌ ବାରହଳ ଗାଁର ବିଲାଲ ଖାଁ ୨୦୧୨ ମସିହାରେ ପିପିଲି ଅଞ୍ଚଳର ରିଜିୱାନ ପରବିନ୍‌ଙ୍କୁ ବିବାହ କରିଥିଲେ। ବିବାହ ପରେ ବେଶ୍‌ ହସଖୁସିରେ ଚାଲିଥିଲା ପରିବାର। ଉଭୟଙ୍କ ଔରଷରୁ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ତେବେ ହଠାତ୍‌ ସ୍ୱାମୀ-ସ୍ତ୍ରୀଙ୍କ ଖୁସିର ସଂସାରରେ ଉଠିଲା ଅଶାନ୍ତି ଝଡ଼। ଆଉ ସ୍ୱାମୀଙ୍କୁ ଛାଡ଼ି ଝିଅକୁ ଧରି ବାପ ଘରକୁ ଚାଲିଗଲେ ପରବିନ୍‌। ସେଠାରେ ରହିଲେ।

ବାପଘର ଲୋକ ଉଭୟ ଗାଁର ଭଦ୍ର ଲୋକଙ୍କ ମାଧ୍ୟମରେ ମାମଲାର ସମାଧାନ କରିବାକୁ ଚେଷ୍ଟା କରିଥିଲେ। ୨୦୨୦ ମସିହାରେ ମାମଲାର ସମାଧାନ ହେଲା। ପରବିନ୍‌ଙ୍କୁ ବିଲାଲ ଖାଁ ଛାଡ଼ପତ୍ର ଦେଲେ। ଆଉ ଛାଡ଼ପତ୍ର ଚୁକ୍ତିରେ ଝିଅ, ବାପା ପାଖରେ ରହିବ ବୋଲି ଲେଖାଗଲା। ଯେଉଁଥିପାଇ ପରବିନ୍‌ଙ୍କ ଝିଅ ବିଲାଲଙ୍କ ପାଖରେ ରହିଲା।

ପ୍ରଥମ ସ୍ତ୍ରୀକୁ ଛାଡ଼ପତ୍ର ଦେବା ପରେ ଫାତିମା ବିବିଙ୍କୁ ଦ୍ୱିତୀୟ ବିବାହ କରିଥିଲେ ବିଲାଲ୍‌। ଏହା ପରଠାରୁ ଆରମ୍ଭ ହେଲା କୁନି ଝିଅ ଉପରେ ନିର୍ଯାତନା। ସାବତ ମାଆ ଓ ବାପା ମିଶି କୁନି ଝିଅକୁ ନାନା ନିର୍ଯାତନା ଦେଉଥିଲେ। ତା’ ହାତ ଓ ଗୋଡ଼ରେ ବେଡି ପକାଇ ଘରେ ତାଲା ପକାଇ ରଖୁଥିଲେ। ୪ ଦିନରେ ଥରେ ବାସି ଖାଦ୍ୟ ଖାଇବାକୁ ଦେଉଥିଲେ। ଏପରିକି କୁନି ଝିଅର ଶରୀରରେ ଗରମ ପାଣି ପକାଉଥିବା ଅଭିଯୋଗ ହେଉଥିଲା। ସବୁ ନିର୍ଯାତନା ସହୁଥିଲେ ଅସହାୟ କୁନି ଝିଅ। ଚାହୁଁଥିଲେ ମଧ୍ୟ ପ୍ରତିବାଦ କରିପାରୁ ନଥିଲେ।

ଝିଅ ଏମିତି ନିର୍ଯାତନା ପାଉଥିବା ଜାଣିବାକୁ ପାଇଲେ ପରବିନ୍‌। ଘରେ କେହି ନଥିବାର ସୁଯୋଗ ନେଇ ଝିଅକୁ ଦେଖା କରିବାକୁ ଚାଲି ଆସିଥିଲେ ପରବିନ୍‌। ମାଆକୁ ଦେଖି ଛାତି ଭିତର କୋହକୁ ସମ୍ଭାଳି ପାରିନଥିଲା କୁନି ଝିଅ। ମାଆକୁ କୁଣ୍ଢାଇ ଧରି କାନ୍ଦିଥିଲା। ଆଉ ବାପା ଓ ସାବତ ମାଆ ଦେଉଥିବା ନିର୍ଯାତନା ସମ୍ପର୍କରେ ଜନ୍ମକଲା ମାଆକୁ କହିଥିଲେ। ଏହା ପରେ ପରବିନ୍‌ ଗାଁର ଭଦ୍ର ଲୋକଙ୍କୁ ଘଟଣା ସମ୍ପର୍କରେ କହିଥିଲେ।

ଗତ ରବିବାର ଗାଁରେ ବୈଠକ ବସିଥିଲା। ଝିଅ ଶରୀରରେ ଥିବା ମାଡ଼ ଓ ପୋଡ଼ା ଦାଗ ଦେଖିବାକୁ ପାଇଥିଲେ ଗାଁ ଲୋକେ। ଏହା ପରେ ବିଲାଲ୍‌ ଓ ଫାତିମା ବିବିଙ୍କୁ ୩୦ ହଜାର ଟଙ୍କା ଜରିମାନା କରିଥିଲେ। ସେହି ଅର୍ଥରେ ଝିଅ ଚିକିତ୍ସା ହେବ ବୋଲି ସ୍ଥିର ହୋଇଥିଲେ। ତା’ପରେ ପରବିନ୍‌ ଝିଅକୁ ଭୁବନେଶ୍ୱର କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଏବେ ଚିକିତ୍ସାଧୀନ ଅଛି କୁନି ଝିଅ।

ବାପା ଓ ସାବତ ମାଆଙ୍କ ଏପରି ନିର୍ଯାତନା ନେଇ ଖବର ପ୍ରକାଶ ପାଇବା ପରେ ଖୋର୍ଦ୍ଧା ଚାଇଲ୍‌ଡ ଲାଇନ୍‌ ତତ୍ପର ହୋଇଥିଲା। ମେଡିକାଲ୍‌ରେ ଝିଅ ଓ ତା’ ମାଆକୁ ଭେଟିଥିଲେ। ଏହା ପରେ ନିର୍ଯାତନାରେ ଶିକାର ହୋଇଥିବା ଝିଅର ଅଜାକୁ ଚାଇଲ୍‌ଡ ଲାଇନ୍‌ କର୍ମକର୍ତ୍ତା ଭେଟି ପୂରା ଘଟଣା ବୁଝିଥିଲେ। ପରେ ଏନେଇ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଗୁରୁବାର ରାତିରେ ବିଲାଲ ଓ ସାବତ ମାଆ ଫାତିମାଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଦୁହିଁଙ୍କ ବିରୋଧରେ ୩୦୭ ଭଳି ସଂଗୀନ ଦଫା ଲଗା ଯାଇଥିବା ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story