ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ନୂଆ ଟ୍ରାଫିକ୍ ନିୟମ କଡ଼ାକଡ଼ି ହେବାପରେ ଚେକିଂ ଜୋରଦାର ହେଉଛି। ଆଉ ଯେଉଁମାନେ ଧରା ପଡ଼ୁଛନ୍ତି ସେମାନଙ୍କ ନିକଟରୁ ମୋଟା ଅଙ୍କର ଫାଇନ୍ ଆଦାୟ କରୁଛି ଟ୍ରାଫିକ୍ ପୁଲିସ୍। ତେବେ ହେଲ୍ମେଟ୍ ନ ପିନ୍ଧି ରାଜଧାନୀ ଭୁବନେଶ୍ୱରରେ ବାଇକ୍ ଚଲାଇବା ଅଭିଯୋଗରେ ଓଲିଉଡ ଷ୍ଟାର ବାବୁସାନଙ୍କ ନାଁରେ କଟିଛି ଚାଲାଣ। ଟ୍ରାଫିକ୍ ନିୟମ ଉଲ୍ଲଘଂନ ଅଭିଯୋଗରେ ତାଙ୍କ ନାଁରେ ହଜାରେ ଟଙ୍କାର ଚାଲାଣ କଟିଛି।
ସେ ବିନା ହେଲ୍ମେଟ୍ରେ ବାଇକ୍ ଚଲାଉଥିବା ନେଇ ସୋଶାଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋଇଥିଲା। ଗୋଟିଏ ମିନିଟ୍ରୁ ଅଧିକ ସମୟର ଏହି ଭିଡିଓରେ ଦେଖିବାକୁ ମିଳିଛି ବାବୁସାନ୍ କିଭଳି ଭାବରେ ବେଫିକର୍ ହୋଇ ଗାଡ଼ି ଚଲାଉଛନ୍ତି।
ଭିଡିଓଟି ସୋଶାଲ୍ ମିଡିଆରେ ଭାଇରାଲ୍ ହେବାପରେ କମିଶନରେଟ୍ ପୁଲିସ୍ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୧୦୦୦ ଟଙ୍କାର ଚାଲାଣ କଟାଯିବା ସହ ଆଗାମୀ ଦିନରେ ଟ୍ରାଫିକ୍ ନିୟମକୁ ମାନିବାକୁ କମିଶନରେଟ୍ ପୁଲିସ୍ ପକ୍ଷରୁ ତାଙ୍କୁ ପରାମର୍ଶ ଦିଆଯାଇଛି। ଏ ନେଇ କମିଶନରେଟ୍ ପୁଲିସ୍ ପକ୍ଷରୁ ଏକ ଟ୍ୱିଟ୍ ମଧ୍ୟ କରାଯାଇଛି। ଏଥିରେ ଲେଖା ହୋଇଛି, ଆମେ ଆମ ଅଭିନେତା ମାନଙ୍କୁ ସମ୍ମାନ କରୁ। କିନ୍ତୁ ଯେତେବେଳେ ବାବୁସାନ୍ ନାଁରେ ଜଣାଶୁଣା ତନ୍ମୟ ବିନା ହେଲ୍ମେଟ୍ରେ ବାଇକ୍ ଚଲାଇବା ଦେଖିବାକୁ ପାଇଲୁ ଚାଲାଣ କାଟିଲୁ। ଏହା ଆମର କର୍ତ୍ତବ୍ୟ। ସବୁବେଳେ ଟ୍ରାଫିକ୍ ସୁରକ୍ଷା ନିୟମ ପାଳନ କରନ୍ତୁ।
We adore our actors. But, when Tanmay, better known as Babushan, was found to be riding a bike without a helmet, a challan was issued.
That’s our duty. Do follow traffic safety norms always. @SarangiSudhansu@sagarika_nath pic.twitter.com/Mcu0b4RVMi— COMMISSIONERATE POLICE (@cpbbsrctc) December 18, 2019
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।