ଦୀପାବଳି ଓ ଧନତେରାସ ପାଇଁ କମିଶନରରେଟ୍ ପୁଲିସର ପ୍ରସ୍ତୁତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୀପାବଳି ଓ ଧନତେରାସକୁ ନେଇ ସତର୍କ ହେଲା କମିଶନରେଟ୍ ପୁଲିସ। ଏହି ଦୁଇ ଦିନରେ କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି। ଏହି ସମୟରେ ଲୁଟ୍ ଓ ଛିନତାଇ ବଢ଼ିବାର ଆଶଙ୍କା ରହିଛି। ଏହାକୁ ଆଖି ଆଗରେ ରଖି ୩୦୦ ଲୁଟେରା ଏବଂ ଛିନତାଇ ମାନଙ୍କ ତାଲିକା ପ୍ରସ୍ତୁତ କରିଛି ପୁଲିସ୍। ସବୁ ଅପରାଧିଙ୍କ ଉପରେ ନଜର ରଖାଯିବ। ଦରକାର ପଡ଼ିଲେ ତଡ଼ିପାର କରି NSA ଲଗାଇବା […]

cp

cp

Ranjit Kumar Jena
  • Published: Wednesday, 11 November 2020
  • Updated: 11 November 2020, 06:43 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୀପାବଳି ଓ ଧନତେରାସକୁ ନେଇ ସତର୍କ ହେଲା କମିଶନରେଟ୍ ପୁଲିସ। ଏହି ଦୁଇ ଦିନରେ କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି।

ଏହି ସମୟରେ ଲୁଟ୍ ଓ ଛିନତାଇ ବଢ଼ିବାର ଆଶଙ୍କା ରହିଛି। ଏହାକୁ ଆଖି ଆଗରେ ରଖି ୩୦୦ ଲୁଟେରା ଏବଂ ଛିନତାଇ ମାନଙ୍କ ତାଲିକା ପ୍ରସ୍ତୁତ କରିଛି ପୁଲିସ୍। ସବୁ ଅପରାଧିଙ୍କ ଉପରେ ନଜର ରଖାଯିବ। ଦରକାର ପଡ଼ିଲେ ତଡ଼ିପାର କରି NSA ଲଗାଇବା ଲାଗି ଯୋଜନା ରହିଥିବା ଡିସିପି କହିଛନ୍ତି।

ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଥିବାରୁ ଅଧିକ ସତର୍କ ରହିବାକୁ ପୁଲିସକୁ କୁହାଯାଇଛି। ଏହା ସହ ପାଟ୍ରୋଲିଂ ଉପରେ ଗୁରୁତ୍ୱ ଦିଆଯିବା ସହ ଗଳିକନ୍ଦିରେ ପିସିଆର ଭ୍ୟାନ୍ ମୁଭ୍ କରିବ ବୋଲି କହିଛନ୍ତି ଡିସିପି ଉମା ଶଙ୍କର ଦାଶ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos