ରଙ୍ଗିଲା ଗ୍ୟାଙ୍ଗଷ୍ଟର୍‌ର ତୃତୀୟ ପ୍ରେୟସୀ ଏବେ କେଉଁଠି? କଟକରେ ଛକ ଛକରେ ଚର୍ଚ୍ଚା

କଟକ(ଓଡ଼ିଶା ରିପୋର୍ଟର): କଟକର ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ସକିଲ୍‌ଙ୍କ ରଙ୍ଗିଲା ଲାଇଫ୍‌ ଷ୍ଟାଇଲ୍‌। ଗୋଟେ କି ଦୁଇଟି ନୁହେଁ, ତିନି ତିନିଟା ଉଚ୍ଚ ଶିକ୍ଷିତା ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସାଇ କରିଥିଲା ଗର୍ଲଫ୍ରେଣ୍ଡ୍‌। ଆଉ ସେମାନଙ୍କ ମାଧ୍ୟମରେ ନିଜର ଅପରାଧିକ ସାମ୍ରାଜ୍ୟ ବିସ୍ତାର କରୁଥିଲା। ସକିଲ୍‌ର ପ୍ରଥମ ଓ ଦ୍ୱିତୀୟ ଗର୍ଲଫ୍ରେଣ୍ଡକୁ ପୁଲିସ ଗିରଫ କରିଥିବା ବେଳେ ତୃତୀୟ ନାୟିକାକୁ ଖୋଜୁଛି। କଟକ ଡିସିପି ଅଖିଳେଶ୍ୱର ସିଂହ ଆଜି ଏହି ସୂଚନା ଦେଇଛନ୍ତି। ଚୌଦ୍ୱାର ସର୍କଲ […]

commisonrate-police-surch-3rd-girlfriend-of-gangstar-sakil

commisonrate-police-surch-3rd-girlfriend-of-gangstar-sakil

Manoranjan Sial
  • Published: Saturday, 04 January 2020
  • Updated: 04 January 2020, 08:15 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): କଟକର ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ସକିଲ୍‌ଙ୍କ ରଙ୍ଗିଲା ଲାଇଫ୍‌ ଷ୍ଟାଇଲ୍‌। ଗୋଟେ କି ଦୁଇଟି ନୁହେଁ, ତିନି ତିନିଟା ଉଚ୍ଚ ଶିକ୍ଷିତା ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସାଇ କରିଥିଲା ଗର୍ଲଫ୍ରେଣ୍ଡ୍‌। ଆଉ ସେମାନଙ୍କ ମାଧ୍ୟମରେ ନିଜର ଅପରାଧିକ ସାମ୍ରାଜ୍ୟ ବିସ୍ତାର କରୁଥିଲା। ସକିଲ୍‌ର ପ୍ରଥମ ଓ ଦ୍ୱିତୀୟ ଗର୍ଲଫ୍ରେଣ୍ଡକୁ ପୁଲିସ ଗିରଫ କରିଥିବା ବେଳେ ତୃତୀୟ ନାୟିକାକୁ ଖୋଜୁଛି। କଟକ ଡିସିପି ଅଖିଳେଶ୍ୱର ସିଂହ ଆଜି ଏହି ସୂଚନା ଦେଇଛନ୍ତି।

ଚୌଦ୍ୱାର ସର୍କଲ ଜେଲ୍‌ରେ ୨ ବର୍ଷ ହେଲା ବନ୍ଦୀ ଅଛି ଗ୍ୟାଙ୍ଗଷ୍ଟର ମହମ୍ମଦ ସକିଲ୍‌। ତା’ ଅନୁପସ୍ଥିତିରେ ପ୍ରଥମ ନସରିନ, ଦ୍ୱିତୀୟ ରେଶମା ଓ ତୃତୀୟ ଗର୍ଲଫ୍ରେଣ୍ଡ ଅପରାଧିକ ସାମ୍ରାଜ୍ୟ ସମ୍ଭାଳୁ ଥିଲେ। ଦାଦାବଟି କେମିତି ଓ କିଭଳି ଆଦାୟ ହେବ ଏବଂ ନେଣଦେଣ କେମିତି ହେବ ସେକଥା ଗର୍ଲଫ୍ରେଣ୍ଡମାନେ ବୁଝୁଥିଲେ। ଏହାଛଡ଼ା ବନ୍ଧୁକ କାରବାର ଡିଲ୍‌ ମଧ୍ୟ କରୁଥିଲା। ଜେଲ୍‌ ଭିତରେ ରହି ପୂରା ନେଟ୍‌ୱାର୍କକୁ ସକିଲ୍‌ ଗର୍ଲଫ୍ରେଣ୍ଡମାନଙ୍କ ଦ୍ୱାରା କଣ୍ଟ୍ରୋଲ୍‌ କରୁଥିଲେ। ମଝିରେ ମଝିରେ ଗର୍ଲଫ୍ରେଣ୍ଡମାନେ ଜେଲ୍‌ ଯାଇ ସକିଲ୍‌ଠାରୁ ପରାମର୍ଶ ନେଉଥିଲେ। ଆଉ ତା’ପରେ ତାକୁ କାର୍ଯ୍ୟକାରୀ କରୁଥିଲେ।

ସକିଲ୍‌ ଗତ ୧୪ ତାରିଖରେ ହ୍ୱାଟ୍ସଆପ୍‌ରେ ବକ୍ସିବଜାରରେ ଜଣେ ଦୋକାନୀଙ୍କୁ ଭିଡିଓ କଲ୍‌ କରି ୧୦ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲା। ଏନେଇ ଥାନାରେ ଅଭିଯୋଗ ହେବା ପରେ କମିଶନରେଟ୍‌ ପୁଲିସ ମାମଲା ରୁଜୁ କରି ବିଭିନ୍ନ ସ୍ଥାନରେ ଚଢ଼ଉ କରି ସକିଲ୍‌ର ବାପା ଓ ୪ ସହଯୋଗୀଙ୍କୁ ଗିରଫ କରିଥିଲା। ପରବର୍ତ୍ତୀ ସମୟରେ ପୁଲିସ ସେହି ଲିଙ୍କରେ ସକିଲ୍‌ର ପ୍ରଥମ ଗର୍ଲଫ୍ରେଣ୍ଡ୍‌ ନସରିନ୍‌ଙ୍କୁ ଚୌଦ୍ୱାର ଅଞ୍ଚଳରୁ ଗିରଫ କରିଥିଲା। ନସରିନ୍‌ ହେଉଛନ୍ତି ଜଣେ ଆଇନ୍‌ ଛାତ୍ରୀ। ସେ ସକିଲ୍‌ର ଗ୍ୟାଙ୍ଗ ସମ୍ଭାଳୁ ଥିଲା।

ପୁଲିସ ତାକୁ ଗିରଫ କରିବା ପରେ ଦ୍ୱିତୀୟ ଗର୍ଲଫ୍ରେଣ୍ଡ୍‌ ରେଶମ୍‌ ସମ୍ପର୍କରେ ସୂଚନା ପାଇଥିଲା। ରେଶମ ପେଶାରେ ଜଣେ ଏୟାର ହଷ୍ଟେସ୍‌ ଛାତ୍ରୀ ହୋଇଥିଲେ ମଧ୍ୟ ସକିଲ୍‌ର ଗ୍ୟାଙ୍ଗଷ୍ଟରଙ୍କ କଥା ବୁଝୁଥିଲା। ସେ ନିୟମିତ ସକିଲ୍‌ ସହିତ ଫୋନ୍‌ରେ କଥାବାର୍ତ୍ତା ହେଉଥିବା ଜଣାପଡ଼ିଛି। ପୁଲିସ ତାକୁ ଗିରଫ କରିବା ପରେ ସକିଲ୍‌ର ତୃତୀୟ ଗର୍ଲଫ୍ରେଣ୍ଡ୍‌ ସମ୍ପର୍କରେ ସୂଚନା ମିଳିଛି। ପୁଲିସ ସେହି ଆଧାରରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ତାକୁ ଗିରଫ କରିବା ପାଇଁ ଜାଲ ବିଛାଇଛି।

କଟକ ଡିସିପି ଅଖିଳେଶ୍ୱର ସିଂହ ଆଜି କହିଛନ୍ତି, ସକିଲର ତୃତୀୟ ଗାର୍ଲଫ୍ରେଣ୍ଡ ଅଛି। ତାକୁ ଖୋଜା ଚାଲିଛି। ଗିରଫ ୨ ଗାର୍ଲଫ୍ରେଣ୍ଡ ସକିଲର ନେଟୱାର୍କ ପରିଚାଳନା କରୁଥିଲେ। ଚୌଦ୍ୱାର ଜେଲ କର୍ତ୍ତୃପକ୍ଷଙ୍କୁ ପୁଲିସ ପକ୍ଷରୁ ଚିଠି କରାଯାଇଛି। ସକିଲର କାର୍ଯ୍ୟକଳାପ ପ୍ରତି ନଜର ରଖିବାକୁ ଚିଠି ଲେଖଯାଇଛି। ଜେଲର ଅନ୍ୟ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ବିଷୟରେ ମଧ୍ୟ ଲେଖାଯାଇଛି।”

ଖାଲି ସକିଲ୍ ନୁହେଁ, କୁଖ୍ୟାତ ଅପରାଧୀ ଧଳସାମନ୍ତ ଭାଇଙ୍କ ସହ ସଂପର୍କ ଅଭିଯୋଗରେ ଗିରଫ ହୋଇଥିଲେ ସେତେବେଳେ ବିଜେଡି କର୍ପୋରେଟର ଥିବା ରଞ୍ଜିତା ବିଶ୍ୱାଳ। ସେହିପରି ଦୁର୍ଦ୍ଦାନ୍ତ ଡକାୟତ ଜିତୁର ଉଚ୍ଚଶିକ୍ଷିତ ଗାର୍ଲଫ୍ରେଣ୍ଡ ଜିନାକୁ ମଧ୍ୟ ଗିରଫ କରିଥିଲା ପୁଲିସ। କାହାକୁ କେତେ ଦାଦାବଟି ମଗାଯିବ, ଲୁଟ୍‌ ସାମଗ୍ରୀ କେଉଁଠି ପହଞ୍ଚିବ, ତାର ରୂପରେଖ ପ୍ରସ୍ତୁତ କରୁଥିଲା ଜିନା। ସେହିଭଳି ପୁରୁଣା ଅପରାଧୀ ତପୁର ଅପରାଧ ସାମ୍ରାଜ୍ୟରେ ସାମିଲ ଥିବା ତାର ସ୍ତ୍ରୀ ବି ଧରାପଡ଼ିଥିଲା। ଉଚ୍ଚଶିକ୍ଷିତ ହୋଇ ଥିଲେ ମଧ୍ୟ ଝିଅମାନଙ୍କଠାରେ କାହିଁକି ଦେଖାଯାଏ ଅପରାଧ ପ୍ରବଣତା?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos