ମେୟରଙ୍କୁ ଘୋଡ଼େଇଥିଲେ, ନବୀନଙ୍କ ବେଳକୁ ଦିଶିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ ଆଇନ୍ ବ୍ୟବସ୍ଥାରେ ଧନୀ ହେଉ କି ଗରିବ, ନେତା ହେଉ କି ଅଫିସର, ଦୋକାନୀ ହେଉ କି ଶିଳ୍ପପତି, ସମସ୍ତେ ସମାନ। କିନ୍ତୁ ଓଡ଼ିଶାରେ ଶାସନ ଗାଦିରେ ବସିଥିବା ବିଜୁ ଜନତା ଦଳର ସମ୍ବିଧାନରେ ଆଇନ୍‌କାନୁନର ସଂଜ୍ଞା ଅଲଗା। ଅପରାଧ ସମାନ ହେଲେ ମଧ୍ୟ, ବ୍ୟକ୍ତିକୁ ନେଇ ତାହା ଅଲଗା ଅଲଗା। କାହା ପାଇଁ ପାପ ପୁଣି କାହା ପାଇଁ ପୁଣ୍ୟ। ଏହାର ସଦ୍ୟତମ ଉଦାହରଣ ହେଲେ ବିଜେଡିର ପୂର୍ବତନ ବିଧାୟକ […]

gfx

gfx

Rakesh Mallick
  • Published: Wednesday, 04 July 2018
  • Updated: 04 July 2018, 07:38 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ ଆଇନ୍ ବ୍ୟବସ୍ଥାରେ ଧନୀ ହେଉ କି ଗରିବ, ନେତା ହେଉ କି ଅଫିସର, ଦୋକାନୀ ହେଉ କି ଶିଳ୍ପପତି, ସମସ୍ତେ ସମାନ। କିନ୍ତୁ ଓଡ଼ିଶାରେ ଶାସନ ଗାଦିରେ ବସିଥିବା ବିଜୁ ଜନତା ଦଳର ସମ୍ବିଧାନରେ ଆଇନ୍‌କାନୁନର ସଂଜ୍ଞା ଅଲଗା। ଅପରାଧ ସମାନ ହେଲେ ମଧ୍ୟ, ବ୍ୟକ୍ତିକୁ ନେଇ ତାହା ଅଲଗା ଅଲଗା। କାହା ପାଇଁ ପାପ ପୁଣି କାହା ପାଇଁ ପୁଣ୍ୟ। ଏହାର ସଦ୍ୟତମ ଉଦାହରଣ ହେଲେ ବିଜେଡିର ପୂର୍ବତନ ବିଧାୟକ ନବୀନ ନନ୍ଦ।

ପାଠକେ, ଆପଣଙ୍କର ମନେଥିବ, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ସଂପର୍କରେ ଉଠିଥିବା ବ୍ଲୁ-ସିଡ଼ି ଅଭିଯୋଗ କଥା। ସେ ସମୟରେ ଏହି ପ୍ରସଙ୍ଗକୁ ନେଇ ସାରା ରାଜ୍ୟ ଉଠିଲା ପଡ଼ିଲା। ଓଡ଼ିଶା ରାଜନୀତିରେ ଏକରକମ ଝଡ଼ ବହିଲା। ମୋବାଇଲ୍‌ରୁ ମୋବାଇଲ୍‌କୁ ବୁଲିଲା ନୀଳ ଭିଡ଼ିଓ। ସମସ୍ତେ ଅଭିଯୋଗ କଲେ ଭିଡିଓରେ ଥିବା ଲୋକ ସ୍ୱୟଂ ମେୟର ସାହେବ। ତାକୁ ପୋଷ୍ଟର କରି ବିରୋଧୀ ବାଲାଏ ଦାଣ୍ଡ କମ୍ପେଇଲେ। ବିଜେଡି ପାଇଁ ଭାରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲା। ସମସ୍ତେ ଭାବିଲେ, ଏଥର ମେୟରଙ୍କ ଚୌକୀ ଗଲା। କିନ୍ତୁ ବିଜେଡି ମୁଖିଆ ନବୀନଙ୍କ ନଜରରେ ଅନନ୍ତ ସୁନାପିଲା ହୋଇ ରହିଲେ। ବରଂ ତାଙ୍କର ଉନ୍ନତି ହେଲା। ତୃତୀୟ ମହଲାରେ ତାଙ୍କର ଖାତିର୍ ବଢ଼ିଲା। କିଛିଦିନର ହୋହାଲ୍ଲା ପରେ ସବୁ ବନ୍ଦୁ ହୋଇଗଲା। ଅନନ୍ତ ବଞ୍ଚିଗଲେ, ଅକ୍ଷତ ରହିଲେ।

ସେହି ଘଟଣାର ଅନେକ ମାସ ପରେ ସେଇ ସମାନ ଧରଣର ଦୋଷରେ ଅଭିଯୁକ୍ତ ହେଲେ ଦଳର ଜଣେ ପୂର୍ବତନ ବିଧାୟକ ନବୀନ ନନ୍ଦ। କୌଣସି ଏକ ସେକ୍ସ ପାର୍ଲୋରରୁ ତାଙ୍କୁ କାଳେ କୋଲକାତା ପୋଲିସ୍‌ ଗିରଫ କରିଥିଲା। ଚିତ୍ର ସ୍ପଷ୍ଟ ନୁହେଁ। ଚାକ୍ଷୁଷ ପ୍ରମାଣ କିଛି ନାହିଁ। ଫଟୋଟିଏ ବି ନାହିଁ। କେବଳ ଯାହା ଚର୍ଚ୍ଚା ହୋଇଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ବିଜେଡି କଚେରିରେ ମାନ୍ୟବର ଜଜ୍ ନବୀନ ପଟ୍ଟନାୟକ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଦେଲେ। ସସ୍‌ପେଣ୍ଡ କଲାବେଳେ କାରଣ ଲେଖିଲେ- ନିନ୍ଦନୀୟ ଆଚରଣ ଜନିତ ତଥ୍ୟ ଆଧାରରେ ତାଙ୍କୁ ନିଲମ୍ବନ କରାଗଲା। ଏ ନେଇ ବିଜେଡି କାର୍ଯ୍ୟାଳୟ ପକ୍ଷରୁ ପ୍ରେସ୍ ରିଲିଜ୍ ଜାରି କରାଗଲା।

[caption id="attachment_250498" align="aligncenter" width="937"] ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ବିରୋଧରେ ସେ ସମୟରେ ଆନ୍ଦୋଳନକୁ ଓହ୍ଲାଇଥିଲେ ମେୟର[/caption]

କିନ୍ତୁ ମେୟରଙ୍କ ବେଳେ ଯେଉଁ ‘ନିନ୍ଦନୀୟ ଚର୍ଚ୍ଚା’ ହେଉଥିଲା ସେଟା ବିଜେଡିକୁ ଭଲ ଲାଗିଥିଲା। ଏମିତି ଦେଖିଲେ ଅନନ୍ତଙ୍କ କ୍ଷେତ୍ରରେ ଚିତ୍ରଟା ଅଧିକ ସ୍ପଷ୍ଟ ଥିଲା। କୋଲକାତାରେ କ’ଣ ଘଟିଥିଲା ତାହା କେହି ଜାଣି ନଥିଲେ। କିନ୍ତୁ ମେୟର ସେକ୍ସ ଭିଡିଓରେ ଥିବା ଅଭିଯୋଗ ପର୍ଯ୍ୟାୟରେ ଥିଲେ ବି, ତାଙ୍କ ସଂପୃକ୍ତି ନେଇ ଅନେକାଂଶରେ ସନ୍ଦେହ ଠିକ୍ ଲାଗୁଥିଲା। ଏମିତିକି ଜଣେ ଇଂଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ରହସ୍ୟ ବି ତା ଭିତରେ ଲୁଚି ରହିଥିଲା। କିନ୍ତୁ ଅନନ୍ତ ସଫାସୁତରା ହେଇ ବୁଲିଲେ। ତାଙ୍କର କିଛି ହେଲାନି। ନବୀନ ତାଙ୍କୁ କୋଳପଶା ପୁଅ କରି ରଖିଛନ୍ତି।

ସେହିପରି ବେବିନା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ପିପିଲି ବିଧାୟକ ପ୍ରଦୀପ ମହାରଥୀ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଇଥିବା ଅଭିଯୋଗ ଆସିଥିଲା। ଏ ନେଇ ରାଜ୍ୟବ୍ୟାପି ହଲଚଲ ହୋଇଥିଲା। ତଥାପି ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା।

ତେଣୁ ଏହା ସ୍ପଷ୍ଟ ଯେ, ବିଜେଡିରେ ଆଦୌ ଗଣତନ୍ତ୍ର ନାହିଁ କି ସମ୍ବିଧାନ ନାହିଁ। ସେଠି ଦୁଇଜଣଙ୍କ ମର୍ଜି ଚାଲେ, ଜଣେ ନିଜେ ନବୀନ ପଟ୍ଟନାୟକ, ଆଉଜଣେ ତାଙ୍କ ବ୍ୟକ୍ତିଗତ ସହାୟକ ଭି.କାର୍ତ୍ତିକେୟନ ପାଣ୍ଡିଆନ। ସେମାନେ ଯାହାକୁ କହିବେ, ସେ ଦୋଷୀ, ଯାହାକୁ କହିଲେ ସେ ସୁନାପୁଅ। ମେୟରଙ୍କର ପାଣ୍ଡିଆନ୍‌ କନେକ୍ସନ ବିଷୟରେ ସବୁ ଜାଣିଛନ୍ତି। ସେଥିପାଇଁ ସବୁ କେଳେଙ୍କାରୀ ସତ୍ୱେ ତାଙ୍କର କିଛି ହେଉନି। ଏପଟେ ନବୀନ ନନ୍ଦ ପୂର୍ବରୁ ଦଳୀୟ ଏଜେଣ୍ଡାରେ ପାଣ୍ଡିଆନଙ୍କ ହସ୍ତକ୍ଷେପ ନେଇ ଖୋଲାଖୋଲି ମୁହଁ ଖୋଲିଥିଲେ। ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପରେ ନବୀନ ନନ୍ଦ ହିଁ ପାଣ୍ଡିଆନ୍‌ଙ୍କୁ କାଠଗଡ଼ାକୁ ଟାଣିଥିଲେ। ଯଦିଓ ତାଙ୍କୁ ଡାକି ମୁଖ୍ୟମନ୍ତ୍ରୀ ଗୁପ୍ତ ଭାବରେ ବୁଝାସୁଝା କରି ଦେଇଥିଲେ। କିନ୍ତୁ ସେହିଦନରୁ ହିଁ ସେ ଟାର୍ଗେଟକୁ ଆସି ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story