କୋଭିଡ୍ ମୃତ୍ୟୁ ପାଇଁ କ୍ଷତିପୂରଣ: ମେ’ ୨୮ ପର୍ଯ୍ୟନ୍ତ ବଢ଼ିଲା ଆବେଦନ ତାରିଖ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ ପରେ ସରକାର ଏବେ କୋଭିଡ୍ ମୃତ୍ୟୁରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୫୦ହଜାର ଟଙ୍କା ଅନୁକମ୍ପାମୂଳକ ସହାୟତା ଯୋଗାଇ ଦେଉଛନ୍ତି । ନଭେମ୍ବର ୩ତାରିଖରୁ ରାଜ୍ୟରେ ଏହି କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ରାଜ୍ୟ ସରକାର ଏହି କ୍ଷତିପୂରଣ ପାଇବା ନିମନ୍ତେ ଆବେଦନ ତାରିଖକୁ ଚଳିତ ବର୍ଷ ମେ’ ମାସ ୨୮ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । କୋଭିଡ୍ ମୃତ୍ୟୁଜନିତ କ୍ଷତିପୂରଣ ପାଇବାକୁ ଏବେ ପ୍ରାୟ ୧୭୫୦୦ଟି ଆବେଦନ […]

corona

corona

Ordigital Desk
  • Published: Friday, 08 April 2022
  • Updated: 08 April 2022, 07:43 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ ପରେ ସରକାର ଏବେ କୋଭିଡ୍ ମୃତ୍ୟୁରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୫୦ହଜାର ଟଙ୍କା ଅନୁକମ୍ପାମୂଳକ ସହାୟତା ଯୋଗାଇ ଦେଉଛନ୍ତି । ନଭେମ୍ବର ୩ତାରିଖରୁ ରାଜ୍ୟରେ ଏହି କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ରାଜ୍ୟ ସରକାର ଏହି କ୍ଷତିପୂରଣ ପାଇବା ନିମନ୍ତେ ଆବେଦନ ତାରିଖକୁ ଚଳିତ ବର୍ଷ ମେ’ ମାସ ୨୮ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

କୋଭିଡ୍ ମୃତ୍ୟୁଜନିତ କ୍ଷତିପୂରଣ ପାଇବାକୁ ଏବେ ପ୍ରାୟ ୧୭୫୦୦ଟି ଆବେଦନ ପଡ଼ି ରହିଥିବାବେଳେ ସେଥିରୁ ୧୬୨୫୦ଟି ଆବେଦନକାରୀଙ୍କୁ କ୍ଷତିପୂରଣ ମିଳିସାରିଛି । ଯଦିଓ ରାଜ୍ୟ ସରକାରଙ୍କ ୱେବସାଇଟରେ କୋଭିଡଜନିତ ମୃତ୍ୟୁ ସଂଖ୍ୟା ରାଜ୍ୟରେ ମାତ୍ର ୯୧୨୧ ଜଣ ରହିଛି ।

ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଯେଉଁ ବ୍ୟକ୍ତିମାନେ ୨୦୨୨ ମାର୍ଚ୍ଚ ୨୦ତାରିଖ କିମ୍ବା ତା’ପୂର୍ବରୁ କୋଭିଡ-୧୯ରେ ପ୍ରାଣ ହରାଇଛନ୍ତି ଓ ସେମାନଙ୍କ ସମ୍ପର୍କୀୟମାନେ ଯଦି ଏହି ସହାୟତା ରାଶି(୫୦ହଜାର ଟଙ୍କା) ପାଇନାହାନ୍ତି, ତା’ହେଲେ ସେମାନେ ଆବଶ୍ୟକୀୟ ଦସ୍ତାବିଜ ସହ ଜିଲ୍ଲାପାଳଙ୍କୁ ଅଫଲାଇନରେ କିମ୍ବା ସରକାରଙ୍କ ୱେବସାଇଟ ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ ।

ଯଦି କେହି କୋଭିଡରେ ପ୍ରାଣ ହରାଇଥିବେ ଅବା ଭବିଷ୍ୟତରେ ପ୍ରାଣ ହରାନ୍ତି ତା’ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ପରିବାରବର୍ଗ ତାଙ୍କ ମୃତ୍ୟୁର ୯୦ଦିନ ମଧ୍ୟରେ ଆବଶ୍ୟକୀୟ ଦସ୍ତାବିଜ ସହ ଉଭୟ ଅଫଲାଇନ୍ କିମ୍ବା ଅନଲାଇନରେ ଆବେଦନ କରିପାରିବେ । ଯଦି କେହି କୌଣସି ଅସୁବିଧା ପାଇଁ ଏହି ଧାର୍ଯ୍ୟ ସମୟସୀମା ମଧ୍ୟରେ ଆବେଦନ କରିବାରେ ବିଫଳ ହୋଇଥିବେ, ତା’ହେଲେ ସେ ପ୍ରତି ଜିଲ୍ଲାରେ ଗଠିତ ଅଭିଯୋଗ ସମାଧାନ କମିଟି ମାଧ୍ୟମରେ ଆବେଦନ କରିପାରିବେ । କୋଭିଡରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ଆବେଦନ କରିବାର ୩୦ଦିନ ମଧ୍ୟରେ ଏହି ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ । ଆବଶ୍ୟକସ୍ଥଳେ ସରକାରଙ୍କ ହେଲପଲାଇନ ନମ୍ବର ୧୫୫୩୫କୁ ଫୋନ୍ କରି ଏହି ସହାୟତା ପାଇପାରିବେ ବୋଲି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ଦ୍ୱାରା ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, କୋଭିଡରେ ମୃତ୍ୟୁକୁ ନେଇ ରାଜ୍ୟ ସରକାରମାନେ ଟାଳଟୂଳ ନୀତି ଅବଲମ୍ବନ କରିବା ପରେ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ପୋଷଣ କରିବା ପରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ଏହି କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟାକୁ ସରଳ କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗର ୱେବସାଇଟ୍ ଅନୁସାରେ ଆଜିସୁଦ୍ଧା ରାଜ୍ୟରେ ୯୧୨୧ଜଣ କୋଭିଡରେ ପ୍ରାଣ ହରାଇଛନ୍ତି । ମାତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଏବେ ସୁଦ୍ଧା ପ୍ରାୟ ୧୬୨୫୦ଜଣ ଏହି କ୍ଷତିପୂରଣ (୫୦ହଜାର ଟଙ୍କା ଲେଖାଏ) ନେବାରେ ସକ୍ଷମ ହୋଇଛନ୍ତି । ଏବେବି ଆଉ ପ୍ରାୟ ଏକ ହଜାର ଆବେଦନ ରାଜ୍ୟ ସରକାରଙ୍କ ବିଚାର ପାଇଁ ପଡ଼ି ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos