ସମଲେଇ ମନ୍ଦିର ବିକାଶ ପାଇଁ କ୍ଷତିପୂରଣ ପ୍ୟାକେଜ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ବଲପୁରର ପ୍ରସିଦ୍ଧ ମା’ ସମଲେଶ୍ୱରୀ ମନ୍ଦିର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଂଚଳର ବିକାଶ ପାଇଁ ସମଲେଇ ପ୍ୟାକେଜ୍ ଘୋଷଣା କରିଛନ୍ତି। ସମଲେଇ ବିକାଶ ଯୋଜନା ଅନ୍ତର୍ଗତ ଥଇଥାନ ଓ ପୁନର୍ବାସ ପ୍ୟାକେଜକୁ ଅନୁମୋଦନ କରି ମୁଖ୍ୟମନ୍ତ୍ରୀ ସେଠାରେ ଉଭୟ ସରକାରୀ ଓ ବେସରକାରୀ ଘର ବା ଦୋକାନ କରିଥିବା ଲୋକଙ୍କ ପାଇଁ ସମ୍ପୂର୍ଣ୍ଣ ଥଇଥାନ ପ୍ୟାକେଜ୍ ଘୋଷଣା କରିଛନ୍ତି। […]

samaleswari-temple

samaleswari-temple

Ordigital Desk
  • Published: Friday, 09 April 2021
  • Updated: 09 April 2021, 10:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ବଲପୁରର ପ୍ରସିଦ୍ଧ ମା’ ସମଲେଶ୍ୱରୀ ମନ୍ଦିର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଂଚଳର ବିକାଶ ପାଇଁ ସମଲେଇ ପ୍ୟାକେଜ୍ ଘୋଷଣା କରିଛନ୍ତି। ସମଲେଇ ବିକାଶ ଯୋଜନା ଅନ୍ତର୍ଗତ ଥଇଥାନ ଓ ପୁନର୍ବାସ ପ୍ୟାକେଜକୁ ଅନୁମୋଦନ କରି ମୁଖ୍ୟମନ୍ତ୍ରୀ ସେଠାରେ ଉଭୟ ସରକାରୀ ଓ ବେସରକାରୀ ଘର ବା ଦୋକାନ କରିଥିବା ଲୋକଙ୍କ ପାଇଁ ସମ୍ପୂର୍ଣ୍ଣ ଥଇଥାନ ପ୍ୟାକେଜ୍ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମନ୍ଦିରର ଡିଜାଇନ, ପରିବହନ, ନଦୀ ସମ୍ମୁଖ ଭାଗର ଉନ୍ନତିକରଣ ଓ ଅନ୍ୟାନ୍ୟ ବ୍ୟବସ୍ଥା ନିମନ୍ତେ ଥଇଥାନ ଓ ପୁନର୍ବାସ ପ୍ୟାକେଜ୍ ଘୋଷଣା ହୋଇଛି । ଆବଶ୍ୟକ ପଡ଼ିଲେ ଏହି ପ୍ୟାକେଜକୁ ଅଧିକ ଆକର୍ଷଣୀୟ କରାଯିବ। ଏଥିପାଇଁ ଲୋକଙ୍କ ମତାମତ ଲୋଡ଼ାଯାଇଛି। ସମ୍ପୂର୍ଣ୍ଣ ସମଲେଇ ଯୋଜନାକୁ ମେ’ ୧୫ତାରିଖ ସୁଦ୍ଧା ପ୍ରସ୍ତୁତ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିବାବେଳେ ସମଲେଶ୍ୱରୀ କ୍ଷେତ୍ରର ଉନ୍ନତି ପାଇଁ ସ୍ଥାନୀୟ ଲୋକମାନେ ଯେଉଁ ତ୍ୟାଗ କରିଛନ୍ତି ତାକୁ ଯୁଗଯୁଗ ଧରି ଉତ୍ତରପୀଢ଼ୀ ମନେ ରଖିବେ ବୋଲି କହିଛନ୍ତି।

ଏହି ଥଇଥାନ ଓ ପୁନର୍ବାସ ପ୍ୟାକେଜରେ ବେସରକାରୀ ଜାଗାରେ ଘର କରିଥିବା ଲୋକଙ୍କ ଜମିକୁ ସିଧାସଳଖ କିଣାଯାଇ ଅଧିଗ୍ରହଣ କରାଯିବ। ପୁନର୍ବାସ ଓ ଥଇଥାନ ଆଇନ-୨୦୧୩ ଅନୁସାରେ କ୍ଷତିପୂରଣ ପ୍ରଦାନ କରାଯିବ। ମନ୍ଦିରର ପୂଜାରୀମାନଙ୍କୁ ଜମି ବଦଳରେ ଜମି ପ୍ରଦାନର ସୁବିଧା ରହିବ। ଯଦି ପୂଜାରୀଙ୍କ ମୂଳ ଜମିର ବଜାର ଦର ଅଧିକ ହୁଏ ତା’ହେଲେ ସେଥିପାଇଁ ପାର୍ଥକ୍ୟ ଅନୁସାରେ କ୍ଷତିପୂରଣ ଟଙ୍କା ଆକାରରେ ଦିଆଯିବ। ଏହାସହିତ ପୂଜାରୀମାନଙ୍କୁ ୨୦ଲକ୍ଷ ଟଙ୍କାର ପୁନର୍ବାସ ଭତ୍ତା କିମ୍ବା ତାଙ୍କ ଘରର ମୂଲ୍ୟ, ଯାହା ଅଧିକ ଥିବ ତାକୁ ପ୍ରଦାନ କରାଯିବ । ପରିବହନ ଓ ଅନ୍ୟାନ୍ୟ ସୁବିଧା ପାଇଁ ତୁରନ୍ତ ୧ଲକ୍ଷ ଟଙ୍କା, ପ୍ରତି ପରିବାରକୁ ୧୨ମାସ ପାଇଁ ୧୦ହଜାର ଟଙ୍କା ଲେଖାଏଁ ଘରଭଡ଼ା ଦିଆଯିବ। ଯେଉଁ ପୂଜାରୀମାନଙ୍କର ଘର ନଥିବ ସେମାନଙ୍କୁ ଜିଲ୍ଲାପାଳଙ୍କ ସହ ଆଲୋଚନା ଜରିଆରେ ଉପଯୁକ୍ତ ପୁନର୍ବାସ ପ୍ୟାକେଜ ଦିଆଯିବ।

ସେହିପରି ବେସରକାରୀ ଜାଗାରେ ଦୋକାନ କରିଥିବା ମାଲିକଙ୍କ ଜମିକୁ ମଧ୍ୟ ସିଧାସଳଖ କିଣାଯିବ । କ୍ଷତିପୂରଣ ଆଇନ-୨୦୧୩ ଅନୁସାରେ ଏହି କ୍ଷତିପୂରଣ ଦିଆଯିବ। ଦୋକାନକୁ ଅନ୍ୟ ଜାଗାରେ ଅବସ୍ଥାପିତ କରିବା ପାଇଁ ୧ ଲକ୍ଷ ଟଙ୍କାର ସହାୟତା ଦୁଇଟି ସମାନ କିସ୍ତିରେ ପ୍ରଦାନ କରାଯିବ। ଉଚ୍ଛେଦ ପ୍ରକ୍ରିୟା ଆରମ୍ଭରୁ ଗୋଟିଏ କିସ୍ତି ଓ ସମ୍ପତ୍ତି ଅଧିଗ୍ରହଣ ପରେ ଆଉ ଗୋଟିଏ କିସ୍ତି ପ୍ରଦାନ କରାଯିବ। ଦୋକାନକୁ ଅନ୍ୟ ଜାଗାରେ ଅବସ୍ଥାପିତ କରିବା ପାଇଁ ୧ଲକ୍ଷ ଟଙ୍କାର ସହାୟତା ଦୁଇଟି ସମାନ କିସ୍ତିରେ ପ୍ରଦାନ କରାଯିବ।

ସେହିପରି ସରକାରୀ ଜାଗାରେ ବସ୍ତି ଅବା ଛୋଟଛୋଟ କଚ୍ଚା ଘର କିମ୍ବା ଆଂଶିକ ପକ୍କାଘର ଥିବା ପରିବାରକୁ ଏକକାଳୀନ ୫୦ହଜାର ଟଙ୍କା କିମ୍ବା ଘରର ମୂଲ୍ୟ, ଯାହା ଅଧିକ ହୋଇଥିବ ତାହା ଦିଆଯିବ। ଏହାସହିତ ସେମାନଙ୍କ ପୁନର୍ବାସ ପାଇଁ ୬୫୦ବର୍ଗଫୁଟ ଅଂଚଳର ଜାଗା ଦିଆଯିବ। ବଡ଼ ବଡ଼ ପକ୍କାଘର ଥିବା ବସ୍ତିର ପରିବାରଗୁଡ଼ିକୁ ଘରର ମୂଲ୍ୟ ଓ ୬୫୦ ବର୍ଗଫୁଟର ଜାଗା ଦିଆଯିବ। ସମ୍ବଲପୁର ମହାନଗର ନିଗମ ଦ୍ୱାରା ଏହି ବସ୍ତି ଲୋକମାନଙ୍କୁ ପରିବହନ ସୁବିଧା ସମେତ ୮ଦିନ ପାଇଁ ଖାଦ୍ୟ ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇ ଦିଆଯିବ।

ସେହିପରି ବସ୍ତି ବ୍ୟତୀତ ଅନ୍ୟ ଜାଗାରେ ଥିବା ବେସରକାରୀ ଜାଗାରେ ଅନଧିକୃତ ଘର ପାଇଁ ପ୍ରତ୍ୟେକ ପରିବାରକୁ ବଜାର ଦର ଅନୁସାରେ କ୍ଷତିପୂରଣ ଦିଆଯିବ। ପ୍ରତି ପରିବାରକୁ ୨ଲକ୍ଷ ୫୭ହଜାର ଟଙ୍କାର ପୁନର୍ବାସ ସହାୟତା, ଅନ୍ୟ ସ୍ଥାନକୁ ଯିବା ପାଇଁ ପରିବାର ପିଛା ଏକକାଳୀନ ୫୦ହଜାର ଟଙ୍କା ସହାୟତା ଦିଆଯିବ। ସେହିପରି ସରକାରୀ ଜାଗାରେ ଉଠାଦୋକାନୀ କରିଥିବା ବ୍ୟବସାୟୀ, ଭିକ୍ଷାବୃତ୍ତି କରୁଥିବା ଲୋକ, ସରକାରୀ ଜମିରେ ଧାର୍ମିକ ଅନୁଷ୍ଠାନ ଓ କ୍ଲବ ନିମନ୍ତେ ମଧ୍ୟ କ୍ଷତିପୂରଣ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story