ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଶିକ୍ଷକ ନିଯୁକ୍ତି ନେଇ ସରକାର ଆଜି ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ଛାତ୍ରଛାତ୍ରୀଙ୍କ ପାଠପଢ଼ା ନମ୍ୱର ଦେଖି ନୁହେଁ,ପ୍ରତିଯୋଗିତା ମୂଳକ ପରୀକ୍ଷା ଦ୍ୱାରା ଶିକ୍ଷକ ଚୟନ କରାଯିବ। ଷ୍ଟାଫ୍‌ ସିଲେକ୍ସନ କମିଶନଙ୍କ ଭଳି ସଂସ୍ଥା ଜରିଆରେ ଏହି ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ସମୀକ୍ଷା ବୈଠକ ପରେ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ଏହି ସୂଚନା ଦେଇଛନ୍ତି।</p> <p>ଗଣଶିକ୍ଷା ସଚିବ କହିଛନ୍ତି,“ ଛାତ୍ର-ଶିକ୍ଷକ ଅନୁପାତ ୧୦:୧ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଶିକ୍ଷକମାନଙ୍କ ବଦଳି ପ୍ରକ୍ରିୟା ଅନ୍ ଲାଇନରେ କରିବାକୁ ବି ନିଷ୍ପତ୍ତି ହୋଇଛି। ରାଜ୍ୟର ୧ ଲକ୍ଷ ୭୫ ହଜାର ଶିକ୍ଷକଙ୍କୁ ତାଲିମ ଦିଆଯିବ। ଏପ୍ରିଲ ୧୭ରୁ ମେ’ ୫ ମଧ୍ୟରେ ଏହି ତାଲିମ ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଛି।”</p> <p>ଗଣଶିକ୍ଷା ସଚିବ ଆଉ କ’ଣ କହୁଛନ୍ତି ଶୁଣନ୍ତୁ-</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।