ଭୁବନେଶ୍ୱର ଏମ୍ସରେ ପ୍ରଥମ, ଯୋଡ଼ାହେଲା ସମ୍ପୂର୍ଣ୍ଣ ଛିଡ଼ି ଯାଇଥିବା ଆଙ୍ଗୁଳି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏମ୍‌ସ ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ଛିଡ଼ି ଅଲଗା ହୋଇଯାଇଥିବା ବାମ ହାତ ବୁଢ଼ା ଆଙ୍ଗୁଳିକୁ ସଫଳତାର ସହିତ ପୁଣି ଜଣେ ବ୍ୟକ୍ତି ହାତରେ ଯୋଡ଼ା ଯାଇ ପାରିଛି। ବର୍ଣ୍ଣ‌୍‌ସ ଓ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ଆସୋସିଏଟ୍ ପ୍ରଫେସର ଡା. ସଞ୍ଜୟ ଗିରିଙ୍କ ନେତୃତ୍ୱରେ ଗଠିତ ଏକ ଡାକ୍ତରୀ ଟିମ୍‌ ଦୀର୍ଘ ୧୦ ଘଣ୍ଟାର କଠିନ ଅସ୍ତ୍ରୋପଚାର ପରେ ସଫଳତା ମିଳିଛି। ଅସ୍ତ୍ରୋପଚାର ପରେ ରୋଗୀ ଜଣଙ୍କ ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରିବା ସହ ୧୦ ଦିନ […]

aims

aims

Hemant Lenka
  • Published: Monday, 02 May 2022
  • Updated: 02 May 2022, 06:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏମ୍‌ସ ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ଛିଡ଼ି ଅଲଗା ହୋଇଯାଇଥିବା ବାମ ହାତ ବୁଢ଼ା ଆଙ୍ଗୁଳିକୁ ସଫଳତାର ସହିତ ପୁଣି ଜଣେ ବ୍ୟକ୍ତି ହାତରେ ଯୋଡ଼ା ଯାଇ ପାରିଛି। ବର୍ଣ୍ଣ‌୍‌ସ ଓ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ଆସୋସିଏଟ୍ ପ୍ରଫେସର ଡା. ସଞ୍ଜୟ ଗିରିଙ୍କ ନେତୃତ୍ୱରେ ଗଠିତ ଏକ ଡାକ୍ତରୀ ଟିମ୍‌ ଦୀର୍ଘ ୧୦ ଘଣ୍ଟାର କଠିନ ଅସ୍ତ୍ରୋପଚାର ପରେ ସଫଳତା ମିଳିଛି।

ଅସ୍ତ୍ରୋପଚାର ପରେ ରୋଗୀ ଜଣଙ୍କ ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରିବା ସହ ୧୦ ଦିନ ଏମ୍‌ସରେ ରହିବା ପରେ ଘରକୁ ଫେରିଛନ୍ତି। ଅସ୍ତ୍ରୋପଚାର ପରେ ପୁନଃଯୋଡ଼ା ଯାଇଥିବା ବାମ ହାତର ବୁଢ଼ା ଆଙ୍ଗୁଳିରେ ରକ୍ତ ସଞ୍ଚାଳନ ସ୍ୱାଭାବିକ ରହିଛି। ପ୍ରଥମ ଥର ପାଇଁ ଏମ୍‌ସ ଭୁବନେଶ୍ୱରରେ ଏପରି ସଫଳ ଆଙ୍ଗୁଠି ପୁନଃପ୍ରତିରୋପଣ ହୋଇଛି।

ଖୋର୍ଦ୍ଧା ଜିଲ୍ଲାର ରବୀନ୍ଦ୍ର ମୁଦୁଲି (୫୪) ନାମକ ଜଣେ ବ୍ୟକ୍ତି ଗତ ମାସ ୨୦ ତାରିଖରେ ରାତି ପ୍ରାୟ ୨ ଟା ସମୟରେ ଏମ୍‌ସ ଭୁବନେଶ୍ୱର ଜରୁରୀ ବିଭାଗକୁ ଆସିଥିଲେ। ଉକ୍ତ ବ୍ୟକ୍ତିଙ୍କ ବାମ ହାତର ବୁଢ଼ା ଆଙ୍ଗୁଠି ଉକ୍ତ ରାତି ପ୍ରାୟ ୯ଟା ସମୟରେ କଟର ମେସିନ୍‌ରେ ପଶି ସମ୍ପୂର୍ଣ୍ଣ ଛିଡ଼ି ଯାଇଥିଲା। ସେ ୫ ଘଣ୍ଟା ବିଳମ୍ବରେ ଆସିଥିଲେ ହେଁ ଛିଡ଼ି ଅଲଗା ହୋଇଯାଇଥିବା ଆଙ୍ଗୁଠିକୁ ବରଫ ଦ୍ୱାରା ସଂରକ୍ଷିତ କରି ନିଜ ସହ ଆଣିଥିଲେ।

ଏମସରେ ତୁରନ୍ତ ଆହତଙ୍କ ଚିକିତ୍ସା ଆରମ୍ଭ ହେବା ସହିତ ପରଦିନ ସକାଳ ୯ଟାରେ ଅସ୍ତ୍ରୋପଚାର ନିମନ୍ତେ ସ୍ଥିର ହୋଇଥିଲା। ଛିଡ଼ି ଯାଇଥିବା ଉକ୍ତ ବାମ ବୁଢ଼ା ଆଙ୍ଗୁଠିକୁ ନିମ୍ନ ତାପମାତ୍ରାରେ ସଂରକ୍ଷିତ କରି ବି ରଖାଯାଇଥିଲା। ବର୍ଣ୍ଣ‌୍‌ସ ଏବଂ ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗର ଡା ସଞ୍ଜୟ ଗିରି, ଡା. ଶାନ୍ତନୁ ସୁବାଙ୍କ ନେତୃତ୍ୱରେ ହୋଇଥିବା ଏହି ଅପରେସନ୍‌ରେ ଡା କୌଶିକ, ଡା ଆହାନା ଓ ଡା ଗୋପିକା ସହଯୋଗ କରିଥିଲେ। ଡା ନୀତାଶା ଓ  ଡା ପ୍ରେଗମାଂସୁଙ୍କୁ ନେଇ ଗଠିତ ନିଶ୍ଚେତକ ଦଳ ମଧ୍ୟ ଏଥିରେ ସାମିଲ ଥିଲେ।

Successful Thumb Replantation at AIIMS Bhubaneswar | Odisha News | Odisha  Breaking News | Latest Odisha News

ଅସ୍ତ୍ରୋପଚାର ଆରମ୍ଭ କରିବା ସହିତ ପ୍ରଥମେ ମାଇକ୍ରୋସ୍କୋପ୍ ସହାୟତାରେ ଛିଡ଼ି ଅଲଗା ହୋଇଯାଇଥିବା ଶିରାପ୍ରଶିରା ଓ ସ୍ନାୟୁକୁ ଯତ୍ନର ସହିତ ଯୋଡ଼ା ଯାଇ ସମସ୍ତ ପ୍ରକ୍ରିୟା ଶେଷ କରାଯାଇଥିଲା। ଅପରେସନ ପାଇଁ ପ୍ରାୟ ୧୦ ଘଣ୍ଟା ସମୟ ଲାଗିଥିଲା। ଅସ୍ତ୍ରୋପଚାର ପରେ ଯୋଡ଼ା ଯାଇଥିବା ବାମ ହାତର ବୁଢ଼ା ଆଙ୍ଗୁଠିରେ ରକ୍ତ ସଞ୍ଚାଳନ ଆରମ୍ଭ ହୋଇଛି। ଧୀରେଧୀରେ ଫିଜିଓଥେରାପି ଓ ଅନ୍ୟାନ୍ୟ ଚିକିତ୍ସା ପଦ୍ଧତି ସହାୟତାରେ ପ୍ରାୟ ୩-୪ ମାସ ମଧ୍ୟରେ ଏହି ଆଙ୍ଗୁଠିଟି ସ୍ୱାଭାବିକ ଭାବେ କାମ କରିବା ଆରମ୍ଭ କରିବ ବୋଲି ଡା ଗିରି କହିଛନ୍ତି।

ଡା ଗିରିଙ୍କ କହିବା ଅନୁଯାୟୀ ଏପରି ଜଟିଳ ପରିସ୍ଥିତିରେ ପ୍ରଥମ ଛଅ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ ଏପରି ଘଟଣା ଘଟେ, ସେତେବେଳେ କଟି ସମ୍ପୂର୍ଣ୍ଣ ଅଲଗା ହୋଇଯାଇଥିବା ଅଂଶକୁ ଏକ ଗଜ୍ କନା କିମ୍ବା କପଡାରେ ଗୁଡ଼ାଇବା ସହିତ ଏକ ପଲିଥିନ୍‌ରେ ରଖିବା ଉଚିତ୍‌। ସଙ୍ଗେସଙ୍ଗେ ଉକ୍ତ ପଲିଥିନ୍‌କୁ ଏକ ବରଫ ଚାମ୍ବରରେ ସଠିକ୍ ଭାବରେ ସଂରକ୍ଷିତ କରି ରଖିବା ଦରକାର। ଅଲଗା ହୋଇଯାଇଥିବା ଅଙ୍ଗକୁ ସିଧାସଳଖ ବରଫରେ ରଖାଯିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story