ଆତ୍ମହତ୍ୟାକୁ ଆଳ କରି... କାଲି ବିଜେପି ହରତାଳ, କଂଗ୍ରେସର ବନ୍ଦ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନ୍ୟାୟ ମାଗି ମାଗି ଆତ୍ମହତ୍ୟାର ରାସ୍ତା ବାଛି ନେଲା କୁନ୍ଦୁଲି ପୀଡ଼ିତା। ବଞ୍ଚିଥିଲା ବେଳେ କେହି କିଛି କହୁନଥିବା ବେଳେ ମଲା ପରେ ନ୍ୟାୟ ଦେବା ପାଇଁ ରାସ୍ତାକୁ ଓହ୍ଲାଉଛନ୍ତି। ଆସନ୍ତାକାଲି ବିଜେପି ରାଜ୍ୟବ୍ୟାପୀ ହରତାଳ ଡାକରା ଦେଇଥିବା ବେଳେ କଂଗ୍ରେସ ବନ୍ଦ ଡାକରା ଦେଇଛି। ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ହରତାଳ ଓ ବନ୍ଦକୁ ସମର୍ଥନ କରିବାକୁ ନିବେଦନ କରାଯାଉଛି। ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି-“ଗତକାଲିର ଦିନଟି ଆଗାମୀ ପିଢ଼ି […]

kunduli gang rapr

Rakesh Mallick
  • Published: Tuesday, 23 January 2018
  • , Updated: 23 January 2018, 06:28 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନ୍ୟାୟ ମାଗି ମାଗି ଆତ୍ମହତ୍ୟାର ରାସ୍ତା ବାଛି ନେଲା କୁନ୍ଦୁଲି ପୀଡ଼ିତା। ବଞ୍ଚିଥିଲା ବେଳେ କେହି କିଛି କହୁନଥିବା ବେଳେ ମଲା ପରେ ନ୍ୟାୟ ଦେବା ପାଇଁ ରାସ୍ତାକୁ ଓହ୍ଲାଉଛନ୍ତି। ଆସନ୍ତାକାଲି ବିଜେପି ରାଜ୍ୟବ୍ୟାପୀ ହରତାଳ ଡାକରା ଦେଇଥିବା ବେଳେ କଂଗ୍ରେସ ବନ୍ଦ ଡାକରା ଦେଇଛି। ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ହରତାଳ ଓ ବନ୍ଦକୁ ସମର୍ଥନ କରିବାକୁ ନିବେଦନ କରାଯାଉଛି।

ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି-“ଗତକାଲିର ଦିନଟି ଆଗାମୀ ପିଢ଼ି ଆଗରେ ଏକ କଳଙ୍କିତ ଅଧ୍ୟାୟ ଭାବେ ଚିତ୍ରିତ ହେବ। ଜଣେ ଛୋଟ ଝିଅ ଗଣବଳାତ୍କାରରେ ଶିକାର ହେବା ପରେ ୧୦୦ ଦିନ ଧରି ନ୍ୟାୟ ଭିକ୍ଷା କଲା। ଜିଲ୍ଲା ପ୍ରଶାସନଠାରୁ ପୋଲିସ ମୁଖିଆଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କଲା। ସମସ୍ତ ଜାଣିଲେ। ମାତ୍ର କେହି ତାକୁ ନ୍ୟାୟ ଦେଇପାରିଲେ ନାହିଁ। ଅନ୍ୟପକ୍ଷରେ ପୀଡ଼ିତାଙ୍କୁ କୁତ୍ସିତ ଭାବେ ଚିତ୍ରଣ ଓ ସମାଲୋଚନା କଲେ। ଏପରିକି ପୀଡ଼ିତାଙ୍କ ଚରିତ୍ର ଉପରେ ଲାଞ୍ଛନ କଲେ। ଏଥିରେ ହତାସ ହୋଇ ଝିଅ ଆତ୍ମହତ୍ୟାର ରାସ୍ତା ବାଛି ନେଲା। ଏପରି ଜଘନ୍ୟ ଘଟଣା ଓଡ଼ିଶାରେ ଆଗରୁ କେବେ ଘଟିନଥିଲା।”

ସେ କହିଛନ୍ତି-“କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦେବା ଦାବିରେ ଆସନ୍ତାକାଲି ବିଜେପି ରାଜ୍ୟବ୍ୟାପୀ ହରତାଳ କରିବ। ଏଥିରେ ମହିଳା ମୋର୍ଚ୍ଚା ଓ ଯୁବ ମୋର୍ଚ୍ଚା ସାମିଲ ହେବ। ଏହି ହରତାଳରୁ ଅତ୍ୟାବଶ୍ୟକ ସେବାକୁ ବାଦ ଦିଆଯାଇଛି।”

ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି-“କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଡାକରା ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ।”

Related story