ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀର ଆଦିବାସୀ ଛାତ୍ରୀନିବାସର ଅନ୍ତେବାସିନୀ ଗର୍ଭବତୀ ଥିବା ଘଟଣାକୁ ନେଇ ବିଧାନସଭାରେ ଉଦ୍ବେଗ ପ୍ରକାଶ ପାଇଛି। ଆଜି ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କର କଣ ଏହା ମାଆଙ୍କୁ ସମ୍ମାନ ବୋଲି ପ୍ରଶ୍ନ କରିଛନ୍ତି। ଘଟଣାକୁ ଚପାଇବାକୁ ଉଦ୍ୟମ ହେଉଛି ଏବଂ ସଂପୃକ୍ତ ଛାତ୍ରୀଙ୍କୁ ଘରକୁ ପଠାଇ ଦିଆଯାଇଛି। ଘଟଣାର ନିରପେକ୍ଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦାବି କରିଛନ୍ତି ଶ୍ରୀ ମିଶ୍ର।
ପରେ ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାୟକ ଗୃହ ମଧ୍ୟଭାଗକୁ ଆସି ହୋ ହାଲ୍ଲା କରିଥିଲେ। ଫଳରେ ବାଚସ୍ପତି ଗୃହକୁ ୧୦ ମିନିଟ ପାଇଁ ମୁଲତବୀ ଘୋଷଣା କରିଥିଲେ। ବିଭାଗୀୟ ମନ୍ତ୍ରୀ ଉତ୍ତର ଦିଅନ୍ତୁ ବୋଲି ବାଚସ୍ପତି ରୁଲିଂ ଦେଇଥିଲେ। ଏପଟେ ଘଟଣାରେ ଯେଉଁମାନେ ଦୋଷୀ, ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୃହ ବାହାରେ କହିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
୩ ପ୍ରେମିକ ଭଲ ପାଉଥିଲେ; ବାହା ହେବା ପାଇଁ ମନା କରିବାରୁ ମାରି ଝୁଲାଇ ଦେଲେ!
ଜେମାଙ୍କଠାରୁ ପ୍ରତ୍ୟାଖିତ ହେବା ପରେ ଏକ ତରଫା ପ୍ରେମିକମାନେ ଚିନ୍ତାରେ ପଡ଼ିଯାଇଥିଲେ। ପ୍ରତିଶୋଧ ପରାୟଣା ହୋପଡ଼ିଥିଲେ। ଜେମାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ଆଜି ଅପରାହ୍ନରେ ଜେମାଙ୍କୁ ହତ୍ୟା କରି ଗାଁ ମୁଣ୍ଡ ଗଛରେ ଥିବା ଏକ ଗଛରେ ଝୁଲାଇ ଦେଲେ।
Crime
ଅନ୍ତରଙ୍ଗ ମୁହୂର୍ତ୍ତ ଫଟୋ ଭାଇରାଲ୍ କଲେ ପ୍ରେମିକ; ଝୁଲି ପଡ଼ିଲେ ପ୍ରେମିକା
ପରବର୍ତ୍ତୀ ସମୟରେ ଭାନୁ ବିବାହ ପାଇଁ ରାଜି ହୋଇନଥିଲେ। ଯେଉଁଥିପାଇଁ ଚିନ୍ତାରେ ପଡ଼ି ଯାଇଥିଲେ ଅନୀଲ୍। ଆଉ ନିଜ ପାଖରେ ଥିବା ଭାନୁଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ସୋଶାଲ୍ ମିଡିଆରେ ଭାଇରାଲ କରି ଦେଇଥିଲେ।
Technology
କେନ୍ଦ୍ର ଆଇଟି ମନ୍ତ୍ରୀଙ୍କ ପ୍ରତିଶ୍ରୁତି: ମେଗା ଆଇଟି ହବ୍ ହେବ ଓଡ଼ିଶା
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ, ଓଡ଼ିଶାକୁ ଏକ ମେଗା ଆଇଟି ହବରେ ପରିଣତ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।
Crime
ରାଜଧାନୀ ମର୍ଡର ମାମଲାରେ ୨ ମହିଳାଙ୍କ ସହ ୫ ଗିରଫ
କେଦାରପଲ୍ଲୀ ବସ୍ତିରେ ସହଦେବ ନାୟକ ଘର। ବୁଧବାର ସକାଳ ପ୍ରାୟ ୮ଟା ବେଳେ ସେ ସ୍କୁଟିରେ ଯାଉଥିବା ବେଳେ ଆକ୍ରମଣ ହୋଇଥିଲା। କେଦାରପଲ୍ଲୀ ଲକ୍ଷ୍ମୀଧର ନାୟକ ଓରଫ ମଣ୍ଟି ଓ ତାଙ୍କର ସହଯୋଗୀ ଖୋର୍ଦ୍ଧା ଜିଲ୍ଲାର ରକି ନାୟକ ଆକ୍ରମଣ କରିଥିଲା।