ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିକେଟ୍ ବଣ୍ଟନ ଅସନ୍ତୋଷକୁ ନେଇ ଆଜି କଂଗ୍ରେସ ଭବନରେ ତୁମୁଳ କାଣ୍ଡ ଘଟିଯାଇଛି । ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେଆଶାୟୀ ପ୍ରାର୍ଥୀଙ୍କ ସମର୍ଥକ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ।
ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀରେ ଟିକେଟ ଆଶାୟୀ ଥିଲେ ଶେଖ୍ ଅମୀର ମହମ୍ମଦ। ତେବେ ସେଠାରେ ଦଳ ପକ୍ଷରୁ ରଶ୍ମି ମହାପାତ୍ରଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ଏହାକୁ ବିରୋଧ କରି ଅମୀରଙ୍କ ବହୁ ସମର୍ଥକ ଏକ ବାଇକ୍ ରାଲିରେ କଂଗ୍ରେସ ଭବନକୁ ଆସିଥିଲେ। ପରେ ମୁଖ୍ୟ ଗେଟ୍ରେ ତାଲା ପକାଇ ନାରାବାଜି ଦେବା ପରେ କାର୍ଯ୍ୟାଳୟ ଭିତରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ।