ଯୁବ ଓ ଛାତ୍ର କଂଗ୍ରେସର ସିବିଆଇ ଅଫିସ୍‌ ଘେରାଉ

ଭୁବନେଶ୍ୱର: ଚିଟ୍‌ଫଣ୍ଡ୍ ଠକେଇ ମାମଲାରେ ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନାଙ୍କୁ ଗିରଫ, ଭୁବନେଶ୍ୱର ମେୟରଙ୍କ ଇସ୍ତଫା ଓ ବିବାଦୀୟ ଋଷି ମୃତ୍ୟୁ ମାମଲାର ତଦନ୍ତଭାର ସିବିଆଇକୁ ଦେବା ଦାବି ନେଇ ଆଜି ଯୁବ ଓ ଛାତ୍ର କଂଗ୍ରେସ ସିବିଆଇ ଅଫିସ୍‌ ଘେରାଉ କରିଥିଲା। କଂଗ୍ରେସ କର୍ମୀଙ୍କ ସିବିଆଇ ଅଫିସ୍‌ ଘେରାଉ ପାଇଁ ଯାଉଥିବା ବେଳେ ପୋଲିସ୍‌ ସେମାନଙ୍କୁ ଅଟକାଇଥିଲା। ଫଳରେ ଆନ୍ଦୋଳକାରୀ ଓ ପୋଲିସ୍‌ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏପରିକି ଆନ୍ଦୋଳନକାରୀମାନେ ଡିଏଭି ସ୍କୁଲରୁ ସିବିଆଇ ଅଫିସ୍‌ […]

cbi

Rakesh Mallick
  • Published: Friday, 27 January 2017
  • , Updated: 27 January 2017, 06:19 PM IST

ଭୁବନେଶ୍ୱର: ଚିଟ୍‌ଫଣ୍ଡ୍ ଠକେଇ ମାମଲାରେ ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନାଙ୍କୁ ଗିରଫ, ଭୁବନେଶ୍ୱର ମେୟରଙ୍କ ଇସ୍ତଫା ଓ ବିବାଦୀୟ ଋଷି ମୃତ୍ୟୁ ମାମଲାର ତଦନ୍ତଭାର ସିବିଆଇକୁ ଦେବା ଦାବି ନେଇ ଆଜି ଯୁବ ଓ ଛାତ୍ର କଂଗ୍ରେସ ସିବିଆଇ ଅଫିସ୍‌ ଘେରାଉ କରିଥିଲା।

କଂଗ୍ରେସ କର୍ମୀଙ୍କ ସିବିଆଇ ଅଫିସ୍‌ ଘେରାଉ ପାଇଁ ଯାଉଥିବା ବେଳେ ପୋଲିସ୍‌ ସେମାନଙ୍କୁ ଅଟକାଇଥିଲା। ଫଳରେ ଆନ୍ଦୋଳକାରୀ ଓ ପୋଲିସ୍‌ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏପରିକି ଆନ୍ଦୋଳନକାରୀମାନେ ଡିଏଭି ସ୍କୁଲରୁ ସିବିଆଇ ଅଫିସ୍‌ ପର୍ଯ୍ୟନ୍ତ ଯାଇଥିବା ରାସ୍ତାକୁ ଅବରୋଧ କରିଥିଲେ। ପରେ ଆନ୍ଦୋଳନକାରୀମାନେ ବିଜେଡି ନେତାଙ୍କ କୁଶପୁତ୍ତଳିକା ଦାହ କରିଥିଲେ।

Related story