ବିଜେଡି ପାଇଁ ମଇଦାନ ପ୍ରସ୍ତୁତ କରୁଛି କଂଗ୍ରେସ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦୀର୍ଘ ଦୁଇ ଦଶନ୍ଧି ଧରି ଅସ୍ତିତ୍ୱ ଫେରି ପାଇବାକୁ ସଂଘର୍ଷ କରୁଥିବା କଂଗ୍ରେସ ଚଳିତ ନିର୍ବାଚନରେ ନିଜର ସ୍ଥିତିରେ ସୁଧାର ଆଣିବା ପରିବର୍ତ୍ତେ ବିଜେଡିକୁ ସୁହାଇବା ଭଳି ମଇଦାନ ପ୍ରସ୍ତୁତ କରିବାରେ ଲାଗିଛି। ନିର୍ବାଚନର ଠିକ୍ ପୂର୍ବରୁ ୪ ବିଧାୟକ ଦଳ ଛାଡ଼ିବା ଓ ଟିକେଟ୍ ବଣ୍ଟନ ପ୍ରକ୍ରିୟାରେ ମନମୁଖୀ କାରବାରରେ ଅତିଷ୍ଠ ହୋଇ ମହିଳା କଂଗ୍ରେସ ସଭାନେତ୍ରୀ ଦଳକୁ ବାଏବାଏ କରିଥିବାବେଳେ ଦଳର ଅନ୍ୟ ଛାମୁଆ ସଂଗଠନର ନେତାମାନେ ମଧ୍ୟ ତୀବ୍ର […]

Congress-is-indirectly-helping-ruling-bjd-in-odisha-say-political-analysts

Manoranjan Sial
  • Published: Wednesday, 10 April 2019
  • Updated: 10 April 2019, 08:33 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦୀର୍ଘ ଦୁଇ ଦଶନ୍ଧି ଧରି ଅସ୍ତିତ୍ୱ ଫେରି ପାଇବାକୁ ସଂଘର୍ଷ କରୁଥିବା କଂଗ୍ରେସ ଚଳିତ ନିର୍ବାଚନରେ ନିଜର ସ୍ଥିତିରେ ସୁଧାର ଆଣିବା ପରିବର୍ତ୍ତେ ବିଜେଡିକୁ ସୁହାଇବା ଭଳି ମଇଦାନ ପ୍ରସ୍ତୁତ କରିବାରେ ଲାଗିଛି। ନିର୍ବାଚନର ଠିକ୍ ପୂର୍ବରୁ ୪ ବିଧାୟକ ଦଳ ଛାଡ଼ିବା ଓ ଟିକେଟ୍ ବଣ୍ଟନ ପ୍ରକ୍ରିୟାରେ ମନମୁଖୀ କାରବାରରେ ଅତିଷ୍ଠ ହୋଇ ମହିଳା କଂଗ୍ରେସ ସଭାନେତ୍ରୀ ଦଳକୁ ବାଏବାଏ କରିଥିବାବେଳେ ଦଳର ଅନ୍ୟ ଛାମୁଆ ସଂଗଠନର ନେତାମାନେ ମଧ୍ୟ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏପରିକି ଟିକେଟ୍ ପାଇଥିବା ଦଳର ୫ଜଣ ବିଧାୟକ ପ୍ରାର୍ଥୀ ମଧ୍ୟ ଖୋଲାଖୋଲି ଭାବେ ନିର୍ବାଚନ ନଲଢ଼ିବାକୁ ଘୋଷଣା କରି କଂଗ୍ରେସର ଅସ୍ତିତ୍ୱ ଓ ନେତୃତ୍ୱଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି।

ତେବେ ଏକଥା ସତ ଯେ ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ଦାୟିତ୍ୱ ସମ୍ଭାଳିବା ପରେ ରାଜ୍ୟରେ କଂଗ୍ରେସର ସ୍ଥିତିରେ ସୁଧାର ଆସିଥିଲା। କିନ୍ତୁ ଅପ୍ରତ୍ୟାଶିତ ଭାବେ ଗତ ୨-୩ ମାସ ଧରି କଂଗ୍ରେସ ନେତୃତ୍ୱଙ୍କ କେତେକ ନିଷ୍ପତ୍ତି ଦଳର ଭାବମୂର୍ତ୍ତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନିର୍ବାଚନରେ କଂଗ୍ରେସ ନିଜେ ଲଢ଼ିବା ପରିବର୍ତ୍ତେ ବିଜେଡିକୁ ସୁହାଇବା ଭଳି ପରିବେଶ ପରୋକ୍ଷ ଭାବେ କାହିଁକି ପ୍ରସ୍ତୁତ କରୁଛି ତାକୁ ନେଇ ଚର୍ଚ୍ଚା।

କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ଦଳ ଛାଡ଼ିବାବେଳେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଯଦି ସତ୍ୟ ହୋଇଥାଏ, ତେବେ କଂଗ୍ରେସ ସଂଗଠନ ରାଜ୍ୟରେ ଏବେ ସୁରକ୍ଷିତ ନାହିଁ ବୋଲି କୁହାଯାଇପାରେ। ସେ ସିଧାସଳଖ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ତାଙ୍କ ଭାଇ ଓ ପୁଅ ନବଜ୍ୟୋତିଙ୍କୁ କଡ଼ା ସମାଲୋଚନା କରି ନିରଞ୍ଜନଙ୍କ ନେତୃତ୍ୱ ଓ ଦଳ ପ୍ରତି ତାଙ୍କର ଆନୁଗତ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେହିପରି ନିମାପଡ଼ା ବିଧାନସଭା ଟିକେଟ୍ ଫେରସ୍ତ କରିଥିବା ପୁରୀ ଜିଲ୍ଲା କଂଗ୍ରେସ ସଭାପତି ସତ୍ୟବ୍ରତ ପାତ୍ର ମଧ୍ୟ ନିରଞ୍ଜନଙ୍କ ସାଂଗଠନିକ ଗତିବିଧି ସନ୍ଦେହଜନକ ବୋଲି ଖୋଲାଖୋଲି ଅଭିଯୋଗ କରିଛନ୍ତି। ନିରଞ୍ଜନଙ୍କ ଏଭଳି ଚେହେରା ଏବେ ଦେଖିବାକୁ ମିଳୁଛି ଓ ସେ ବ୍ୟବସାୟିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି କଂଗ୍ରେସ ସଂଗଠନକୁ ପରିଚାଳନା କରୁଛନ୍ତି ବୋଲି ଶ୍ରୀ ପାତ୍ର କହିଥିଲେ।

ସେହିପରି ପିପିଲି ବିଧାନସଭାର କଂଗ୍ରେସ ଟିକେଟ୍ ଫେରସ୍ତ କରିଥିବା ବରିଷ୍ଠ ନେତା ଯୁଧିଷ୍ଠିର ସାମନ୍ତରାୟ ମଧ୍ୟ ନିରଞ୍ଜନ ଟିକେଟ୍ ଦେବା ପାଇଁ ୫କୋଟି ଟଙ୍କା ନେଉଥିବା ଅଭିଯୋଗ କରିଛନ୍ତି। କେବଳ ଏହି ବରିଷ୍ଠ ନେତାମାନେ ନୁହଁନ୍ତି, ଦଳର ବିଭିନ୍ନ ଛାମୁଆ ସଂଗଠନ ଯଥା-କୃଷକ ସେଲ୍, ଯୁବ ଶାଖା ଓ ସେବା ଦଳର ମୁଖ୍ୟମାନେ ମଧ୍ୟ ଟିକେଟ୍ ବଣ୍ଟନ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ୨୦୧୪ ମସିହା ସାଧାରଣ ନିର୍ବାଚନବେଳେ ଜୟଦେବ ଜେନା ପିସିସି ସଭାପତି ଥିବାବେଳେ ତତକାଳୀନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ସହ ମିଶି ଓଡ଼ିଶାରେ ଟିକେଟ୍ ବଣ୍ଟନ କରିଥିଲେ। ସେତେବେଳେ ବି ଟିକେଟ ବିକ୍ରି ଅଭିଯୋଗ ଆସିଥିଲା, ମାତ୍ର କୌଣସି ନେତା ଟିକେଟ୍ ଫେରସ୍ତ କରିନଥିଲେ। କିନ୍ତୁ ଏବେ ଦଳର ନେତାମାନେ ଟିକେଟ ଫେରସ୍ତ କରି ଅନ୍ୟ ଦଳକୁ ଡିଆଁ ମାରିବା ବାସ୍ତବରେ ପିସିସି ସଭାପତିଙ୍କ ନେତୃତ୍ୱ ଉପରେ ଏକ କଳାଦାଗ ସୃଷ୍ଟି କରିଛି। ନିରଞ୍ଜନ ନିଜର କୁର୍ସି ବଞ୍ଚାଇବା ପାଇଁ ପରିବାରବାଦ ରାଜନୀତିକୁ ଟିକେଟ୍ ବଣ୍ଟନରେ ପ୍ରାଥମିକତା ଦେଇଥିବାବେଳେ ଅନେକ ଯୋଗ୍ୟ ପ୍ରାର୍ଥୀଙ୍କୁ ଅଣଦେଖା କରିଛନ୍ତି ବୋଲି ଅଭିଯୋଗ କରାଯାଇଛି। ନରସିଂହ ମିଶ୍ର, ଭକ୍ତ ଦାସ, ଅନନ୍ତ ସେଠୀ, ଜର୍ଜ ତିର୍କୀ, ହେମାନନ୍ଦ ବିଶ୍ୱାଳଙ୍କ ଭଳି ନେତାଙ୍କୁ ଟିକେଟ୍ ବଣ୍ଟନରେ ସନ୍ତୁଷ୍ଟ କରିବା ସହ ନିଜ ପୁଅ ପାଇଁ ମଧ୍ୟ ନିରଞ୍ଜନ ଗୋଟିଏ ଟିକେଟ୍ ହାତେଇବାରେ ସକ୍ଷମ ହୋଇଛନ୍ତି। ପିସିସି ସଭାପତି ନିଜେ ଏକକାଳୀନ ଦୁଇଟି ଆସନରେ ଲଢ଼ିବା ନିମନ୍ତେ ଟିକେଟ୍ ପାଇଛନ୍ତି। ବ୍ରହ୍ମପୁର ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ (ଓଡ଼ିଆ ଜାଣିନଥିବା ଦିଲ୍ଲୀର ଜଣେ ତେଲଗୁ ଉଦ୍ୟୋଗୀ) ସ୍ଥାନୀୟ ନେତାଙ୍କ ଦ୍ୱାରା ଗ୍ରହଣୀୟ ହେଉନଥିବାବେଳେ ପ୍ରତ୍ୟକ୍ଷ ରାଜନୀତିରେ ଧାର-ଧାରିନଥିବା ନିଜ ପୁଅ ନବଜ୍ୟୋତିଙ୍କୁ ମଇଦାନକୁ ଓହ୍ଲାଇଛନ୍ତି।

ସେହିପରି କଂଗ୍ରେସ ମହଲରେ ହେଉଥିବା ଅଭିଯୋଗ ଅନୁସାରେ, ରାଜ୍ୟର ଏଭଳି ଅନେକ ଆସନ ରହିଛି ଯେଉଁଠି ବିଜେଡିକୁ ସୁହାଇବା ଭଳି କଂଗ୍ରେସ ଦୁର୍ବଳ ପ୍ରାର୍ଥୀ ଦେଇଛି। ଦଳର ଗୋଟିଏ ଗୋଷ୍ଠୀ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ବିଜେଡି ସହ ଭିତିରି ବୁଝାମଣା କରିଛି। ନିର୍ବାଚନ ସରିବା ପରେ ଏହା ପଦାକୁ ଆସିବ ବୋଲି କୁହାଯାଉଛି। ବିଜେଡିକୁ ସୁହାଇବା ଭଳି ନିଷ୍ପତ୍ତି ଯୋଗୁ ରାଜ୍ୟରେ ବିଜେପି ଦ୍ୱିତୀୟ ସ୍ଥାନକୁ ଆସିବାର ସୁଯୋଗ ପାଇଛି ବୋଲି ରାଜନୀତିକ ବିଶ୍ଳେଷକ କହିଛନ୍ତି।

ଅବଶ୍ୟ ଦଳରେ ବଢ଼ୁଥିବା ଅସନ୍ତୋଷ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଚଳିତଥର କଂଗ୍ରେସ ୧୪୦ ଆସନ ମଧ୍ୟରୁ ୮୩ଟି ନୂଆମୁହଁକୁ ପ୍ରାର୍ଥୀ କରିଛି। ଟିକେଟ୍ ପାଇଁ ଅନେକ ଆଶାୟୀ ଥିଲେ, ତେଣୁ ଅସନ୍ତୋଷ ରହିବା ସ୍ୱାଭାବିକ। ସେ ନିଜେ ଧର୍ମସଙ୍କଟରେ ରହିଛନ୍ତି। ସମସ୍ତଙ୍କ ଆକ୍ରୋଶ ତାଙ୍କ ପ୍ରତି ରହିଛି। କିନ୍ତୁ ସେ ନିଜ ଇଚ୍ଛାରେ ଜଣେ ବି କାହାକୁ ଟିକେଟ୍ ଦେଇନାହାନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story