ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନରସିଂହ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍‌ ମୃତକଙ୍କୁ ସହାୟତା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ କୋଭିଡରେ ମୃତ୍ୟୁ ବ୍ୟକ୍ତିଙ୍କ ପରିବାରକୁ ଚାରି ଲକ୍ଷ ଲେଖାଏଁ ଟଙ୍କା ଦିଆଯାଉ। ଏକ ଲକ୍ଷ ଟଙ୍କା ରାଜ୍ୟ ସରକାର ଦେବେ ଓ କେନ୍ଦ୍ର ସରକାର ତିନି ଲକ୍ଷ ଟଙ୍କା ଦେଉ। ମୁଖ୍ୟମନ୍ତ୍ରୀ ଏକ ଲକ୍ଷ ଟଙ୍କା ଦେବାକୁ ପଦକ୍ଷେପ ନିଅନ୍ତୁ ଓ ବାକି ଟଙ୍କା ଦେବାକୁ କେନ୍ଦ୍ର ସରକାରଙ୍କ ଉପରେ […]

narasingha

narasingha

Manoranjan Sial
  • Published: Saturday, 27 November 2021
  • Updated: 27 November 2021, 05:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍‌ ମୃତକଙ୍କୁ ସହାୟତା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ କୋଭିଡରେ ମୃତ୍ୟୁ ବ୍ୟକ୍ତିଙ୍କ ପରିବାରକୁ ଚାରି ଲକ୍ଷ ଲେଖାଏଁ ଟଙ୍କା ଦିଆଯାଉ। ଏକ ଲକ୍ଷ ଟଙ୍କା ରାଜ୍ୟ ସରକାର ଦେବେ ଓ କେନ୍ଦ୍ର ସରକାର ତିନି ଲକ୍ଷ ଟଙ୍କା ଦେଉ। ମୁଖ୍ୟମନ୍ତ୍ରୀ ଏକ ଲକ୍ଷ ଟଙ୍କା ଦେବାକୁ ପଦକ୍ଷେପ ନିଅନ୍ତୁ ଓ ବାକି ଟଙ୍କା ଦେବାକୁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାନ୍ତୁ ବୋଲି ଶ୍ରୀ ମିଶ୍ର ଚିଠିରେ ଲେଖିଛନ୍ତି। ଶ୍ରୀ ମିଶ୍ର ଆହୁରି ଲେଖିଛନ୍ତି, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କେତେ ଜଣ କୋଭିଡରେ ମୃତ୍ୟୁ ବରଣ କରିଛନ୍ତି। ତା’ର ଯାଞ୍ଚ କରି ସଠିକ ତଥ୍ୟ ବାହାରକରି ସହାୟତ ଦିଅନ୍ତୁ।।

କୋଭିଡ୍‌ ମୃତକଙ୍କୁ ସହାୟତା ଦେବାକୁ ପୂର୍ବରୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୫୦ହଜାର ଟଙ୍କା ଲେଖାଏଁ ସହାୟତା ଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ରାଜ୍ୟରେ କୋଭିଡ୍ ମହାମାରୀରେ ମୃତ ବ୍ୟକ୍ତିମାନଙ୍କୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି(ଏସଡିଆରଏଫ୍‌)ରୁ ସହାୟତା ପ୍ରଦାନ କରିବାକୁ ରାଜ୍ୟ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ରଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos