ସିଏଏ-ଏନଆରସି ବିରୁଦ୍ଧରେ ବିଶାଳ ସମାବେଶ,ନେତୃତ୍ୱ ନେଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ନାଗରିକତା ସଂଶୋଧନ ଆଇନ(ସିଏଏ) ସମେତ ଏନଆରସି ଓ ଏନପିଆରକୁ ବିରୋଧ କରି ରାଜଧାନୀ ଭୁବନେଶ୍ୱରରେ ‘ଆମେ ଭାରତବାସୀ’ ବ୍ୟାନର ତଳେ କଂଗ୍ରେସ ନେତୃତ୍ୱରେ ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଛି। ବାମଦଳ ସମେତ ମୋଟ ୧୮ଟି ସଂଗଠନ ଏହି ସମାବେଶରେ ସାମିଲ ହୋଇ କେନ୍ଦ୍ରରେ କ୍ଷମତାସୀନ ନରେନ୍ଦ୍ର ମୋଦି ସରକାରଙ୍କ କାର୍ଯ୍ୟକୁ ଏକଛତ୍ରବାଦ ଓ ସମ୍ବିଧାନବିରୋଧୀ ବୋଲି କହିଥିଲେ। ଆଜି ପୂର୍ବାହ୍ନରେ ରାମ ମନ୍ଦିର ଛକ ନିକଟସ୍ଥ ପ୍ରଦର୍ଶନୀ ପଡ଼ିଆ ନିକଟରେ […]

caa-1

caa-1

Tapas Behera
  • Published: Thursday, 30 January 2020
  • Updated: 30 January 2020, 10:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ନାଗରିକତା ସଂଶୋଧନ ଆଇନ(ସିଏଏ) ସମେତ ଏନଆରସି ଓ ଏନପିଆରକୁ ବିରୋଧ କରି ରାଜଧାନୀ ଭୁବନେଶ୍ୱରରେ ‘ଆମେ ଭାରତବାସୀ’ ବ୍ୟାନର ତଳେ କଂଗ୍ରେସ ନେତୃତ୍ୱରେ ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଛି। ବାମଦଳ ସମେତ ମୋଟ ୧୮ଟି ସଂଗଠନ ଏହି ସମାବେଶରେ ସାମିଲ ହୋଇ କେନ୍ଦ୍ରରେ କ୍ଷମତାସୀନ ନରେନ୍ଦ୍ର ମୋଦି ସରକାରଙ୍କ କାର୍ଯ୍ୟକୁ ଏକଛତ୍ରବାଦ ଓ ସମ୍ବିଧାନବିରୋଧୀ ବୋଲି କହିଥିଲେ।

ଆଜି ପୂର୍ବାହ୍ନରେ ରାମ ମନ୍ଦିର ଛକ ନିକଟସ୍ଥ ପ୍ରଦର୍ଶନୀ ପଡ଼ିଆ ନିକଟରେ ବିକ୍ଷୋଭକାରୀମାନେ ଏକଜୁଟ ହୋଇ ପିଏମଜି ଛକ ଅଭିମୁଖେ ଏକ ବିଶାଳ ସମାବେଶରେ ଆସିଥିଲେ। ଲୋଏର ପିଏମଜିରେ ଏକଜୁଟ ହେବାପରେ ବିକ୍ଷୋଭକାରୀମାନେ ‘ସମ୍ବିଧାନ ବଞ୍ଚାଅ-ଗଣତନ୍ତ୍ର ବଞ୍ଚାଅ-ଦେଶ ବଞ୍ଚାଅ’ ନାଁରେ ଆୟୋଜିତ ସମାବେଶରେ ଭାରତୀୟ ସମ୍ବିଧାନର ଶପଥ ନେଇଥିଲେ। ସମାବେଶରେ ରାଜ୍ୟ କଂଗ୍ରେସର ବରିଷ୍ଠ ନେତାମାନଙ୍କ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ସଂଖ୍ୟାଲଘୁ ସମୁଦାୟ ବିଶେଷକରି ମୁସଲିମ ସମୁଦାୟର ଲୋକମାନଙ୍କୁ ଦେଖିବାକୁ ମିଳିଥିଲା। ଏହି ସମାବେଶରେ ବିଭିନ୍ନ ସଂଗଠନର ନେତାମାନେ କେନ୍ଦ୍ରରେ ବିଜେପି ସରକାରର ଷଡ଼ଯନ୍ତ୍ର ଓ ରାଜ୍ୟରେ କ୍ଷମତାସୀନ ବିଜେଡିର ଦୋମୁହାଁ ନୀତିକୁ କଡ଼ା ଭାଷାରେ ସମାଲୋଚନା କରିଥିଲେ। ଓଡ଼ିଶାରେ ଏନପିଆର ଲାଗୁକୁ ବିରୋଧ କରି ମଧ୍ୟ ଏକ ଦାବିପତ୍ର ଓଡ଼ିଶା ସରକାରଙ୍କ ଉଦ୍ଦେଶ୍ୟରେ ଦିଆଯାଇଛି। ଆଉ ଏନପିଆରକୁ ସଂସଦରେ ବିରୋଧ କରିବା ପାଇଁ ଓଡ଼ିଶା ସରକାରଙ୍କୁ ଅନୁରୋଧ କରାଯାଇଛି।
ଏହି ଆନ୍ଦୋଳନରେ ବିଭିନ୍ନ ମୁସଲିମ ସଂଗଠନ, ଆଦିବାସୀ ସଂଗଠନ, ଖ୍ରୀଷ୍ଟିୟାନ ସମୁଦାୟ ସମେତ ବାମଦଳକୁ ମିଶାଇ ମୋଟ ୧୮ଟି ସଂଗଠନ ସାମିଲ ହୋଇଥିଲେ

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ଜୟଦେବ ଜେନା, ସୁରେଶ ରାଉତରାୟଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ ନେତାମାନେ ଉପସ୍ଥିତ ଥିଲେ।
ଏହି ସମାବେଶରେ ସାମିଲ ହେବାକୁ କୋରାପୁଟ ଓ ମାଲକାନଗିରି ଅଞ୍ଚଳର ବହୁ ଆଦିବାସୀଙ୍କୁ ପାରମ୍ପରିକ ବେଶଭୂଷାରେ ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos