୨୫ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ରାଜ୍ୟର ଏକ ଉପକୂଳବର୍ତ୍ତୀ ଜିଲ୍ଲାରେ ସାଧାରଣ ସଭାରେ ଯୋଗ ଦେବେ। ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନୂଆଦିଲ୍ଲୀରେ ସୂଚନା ଦେଇଛନ୍ତି। ନୂଆଦିଲ୍ଲୀ ଗସ୍ତରେ ଆସିଥିବା ବେଳେ ପିସିସି ସଭାପତି ଏହି ସୂଚନା ଦେଇଛନ୍ତି। ତେବେ କେଉଁ ଜିଲ୍ଲାକୁ ରାହୁଲ ଯିବେ, ତାହା ନିରଞ୍ଜନ କହି ନାହାନ୍ତି। ଗତ ବର୍ଷ ସେପ୍ଟେମ୍ବର ମାସରେ ପିସିସି ସଭାପତି କହିଥିଲେ ଯେ ରାହୁଲ […]

rahul

Jitendra Garnayak
  • Published: Monday, 07 January 2019
  • , Updated: 07 January 2019, 05:45 PM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ରାଜ୍ୟର ଏକ ଉପକୂଳବର୍ତ୍ତୀ ଜିଲ୍ଲାରେ ସାଧାରଣ ସଭାରେ ଯୋଗ ଦେବେ। ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନୂଆଦିଲ୍ଲୀରେ ସୂଚନା ଦେଇଛନ୍ତି। ନୂଆଦିଲ୍ଲୀ ଗସ୍ତରେ ଆସିଥିବା ବେଳେ ପିସିସି ସଭାପତି ଏହି ସୂଚନା ଦେଇଛନ୍ତି। ତେବେ କେଉଁ ଜିଲ୍ଲାକୁ ରାହୁଲ ଯିବେ, ତାହା ନିରଞ୍ଜନ କହି ନାହାନ୍ତି।

ଗତ ବର୍ଷ ସେପ୍ଟେମ୍ବର ମାସରେ ପିସିସି ସଭାପତି କହିଥିଲେ ଯେ ରାହୁଲ ଗାନ୍ଧି ଅକ୍ଟୋବର ମାସରେ ଥରେ ଓ ତା’ପରେ ନଭେମ୍ବର ମାସରେ ପୁଣି ଥରେ ଓଡ଼ିଶା ଆସିବେ।

ରାହୁଲ ଗତ ଡିସେମ୍ବର ମାସରେ ମଧ୍ୟ ଆସିବେ ବୋଲି ଶୁଣାଯାଉଥିଲା।

ୟା ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଥର ଆସି ଓଡ଼ିଶାରେ ସରକାରୀ କାର୍ଯ୍ୟକ୍ରମ ସହିତ ଦଳୀୟ ସମାବେଶରେ ଯୋଗ ଦେଇ ଯାଇ ସାରିଲେଣି।

ଗତମାସରେ ସେ ଭୁବନେଶ୍ୱର ଆସିଥିଲେ ଓ ଚଳିତ ମାସ ୫ ତାରିଖରେ ବାରିପଦା ଆସିଥିଲେ। ଜାନୁଆରୀ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ପୁଣି ଓଡ଼ିଶା ଆସିବେ। ଏହି ଗସ୍ତ ବେଳେ ସେ ବଲାଙ୍ଗିରରେ ଏକ ସମାବେଶରେ ଯୋଗ ଦେବେ।

https://youtu.be/_A4zYVnY8k0

Related story