ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ମୋଦି ଆଜି ଓଡ଼ିଶା ଗସ୍ତରେ ଆସୁଥିବା ବେଳେ କଂଗ୍ରେସ ଆଜି ଦିନକୁ ବିଶ୍ୱାସଘାତ ଦିବସ ଭାବେ ପାଳନ କରୁଛି। ଭୁବନେଶ୍ୱର ଏଡିଏମ୍ କାର୍ଯ୍ୟାଳୟ ସମ୍ମୁଖରେ ବିଶ୍ୱାସ ଘାତକ ଦିବସ ଭାବେ ବିକ୍ଷୋଭ କରିଛି କଂଗ୍ରେସ। ଗତ ୪ ବର୍ଷ ମଧ୍ୟରେ ବିଜେପି ସରକାର ନିଜ ସମସ୍ତ ପ୍ରତିଶ୍ରୁତି ପାଳନରେ ବିଫଳ ବୋଲି ଅଭିଯୋଗ କରିଛି କଂଗ୍ରେସ। ଖୋଦ୍ ପ୍ରଧାନମନ୍ତ୍ରୀ ନିଜେ ଦେଇଥିବା କୌଣସି ପ୍ରତିଶ୍ରୁତି ପୂରଣ କରିନାହାନ୍ତି। ପ୍ରତ୍ୟେକ ଭାରତୀୟଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଜମା କରିବା ହେଉ କି ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା କଥା ହେଉ, ଏନ୍‌ଡିଏ ସରକାର ନିଜ ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛି। ଚାଷୀ ସଂକଟରେ ପଡ଼ିଥିବା ବେଳେ ଦେଶର ସୁରକ୍ଷା ପ୍ରତି ମଧ୍ୟ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଦୁର୍ବଳ ହୋଇଛି ଦେଶର ଅର୍ଥନୀତି।</p> <p>ସେହିପରି ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁଙ୍କ ଉପରେ ବଢ଼ିଛି ଅତ୍ୟାଚାର। ମୋଦି ନିଜ ପ୍ରତିଶ୍ରୁତି ପୂରଣ କରିନଥିବାରୁ ସାରା ଦେଶରେ କଂଗ୍ରେସ ବିଶ୍ୱାସଘାତ ଦିବସ ପାଳନ କରୁଥିବା କହିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।