କୁନ୍ଦୁଲି ଘଟଣା ନେଇ ଆସନ୍ତାକାଲିଠୁ ଆନ୍ଦୋଳନ କରିବ କଂଗ୍ରେସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୁନ୍ଦୁଲି ଘଟଣାକୁ ନେଇ କଂଗ୍ରେସ ଆନ୍ଦୋଳନ ଲାଗି ସଜବାଜ ହେଉଛି। ଆସନ୍ତାକାଲି ଦଳ ପକ୍ଷରୁ ଭୁବନେଶ୍ୱରରେ ଆନ୍ଦୋଳନ କରାଯିବ। ପରେ କଟକ, ରାଉରକେଲା ଓ ସମ୍ବଲପୁରରେ ମଧ୍ୟ ରାସ୍ତାକୁ ଓହ୍ଲାଇବ କଂଗ୍ରେସ। ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ କଂଗ୍ରେସ SC ମୋର୍ଚ୍ଚା ଅଧ୍ୟକ୍ଷ କୃଷ୍ଣ ଶଗରିଆ ଏହି ସୂଚନା ଦେଇଛନ୍ତି। ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି,“ ଆଇନ ତା ବାଟରେ ଯିବ କହି ତଦନ୍ତକୁ ବାଟବଣା ପାଇଁ […]

ct5

Rakesh Mallick
  • Published: Sunday, 18 February 2018
  • , Updated: 18 February 2018, 03:28 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୁନ୍ଦୁଲି ଘଟଣାକୁ ନେଇ କଂଗ୍ରେସ ଆନ୍ଦୋଳନ ଲାଗି ସଜବାଜ ହେଉଛି। ଆସନ୍ତାକାଲି ଦଳ ପକ୍ଷରୁ ଭୁବନେଶ୍ୱରରେ ଆନ୍ଦୋଳନ କରାଯିବ। ପରେ କଟକ, ରାଉରକେଲା ଓ ସମ୍ବଲପୁରରେ ମଧ୍ୟ ରାସ୍ତାକୁ ଓହ୍ଲାଇବ କଂଗ୍ରେସ। ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ କଂଗ୍ରେସ SC ମୋର୍ଚ୍ଚା ଅଧ୍ୟକ୍ଷ କୃଷ୍ଣ ଶଗରିଆ ଏହି ସୂଚନା ଦେଇଛନ୍ତି।

ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି,“ ଆଇନ ତା ବାଟରେ ଯିବ କହି ତଦନ୍ତକୁ ବାଟବଣା ପାଇଁ ସରକାର ପ୍ରୟାସ କରୁଛନ୍ତି। କୋର୍ଟ ତତ୍ତ୍ୱାବଧନରେ SIT ତଦନ୍ତ କହି ଏପର୍ଯ୍ୟନ୍ତ ସରକାର ଚିଠି ଲେଖି ନାହାନ୍ତି।”

କୃଷ୍ଣ ଶଗରିଆଙ୍କ ଅଭିଯୋଗର ଜବାବ ରଖିଲା ବିଜେଡି। ଏନେଇ ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି,“SIT ତଦନ୍ତ ପାଇଁ ସରକାର କୋର୍ଟଙ୍କୁ ଜଣାଇ ସାରିଛନ୍ତି। ନିଷ୍ପତ୍ତି ହାଇକୋର୍ଟ କରିବେ। କଂଗ୍ରେସର ଅଭିଯୋଗ ଭିତ୍ତିହୀନ।”

Related story