ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଣିକି କିଛି ନିର୍ଦ୍ଦିଷ୍ଟ ମାମଲାରେ କନଷ୍ଟେବଳମାନେ ତଦନ୍ତ ସହ ଅଭିଯୁକ୍ତଙ୍କୁ ଗିରଫ କରିପାରିବେ। ଏ ନେଇ ପୁଲିସ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ପୁଲିସ ଡିଜି ଆର.ପି. ଶର୍ମା କହିଛନ୍ତି।
ଡିଜିପି ଶ୍ରୀ ଶର୍ମା କହିଛନ୍ତି, “ଆଇପିସିର କେତେକ ଧାରା ଯେଉଁଥିରେ, ୩ ବର୍ଷରୁ କମ୍ ଜେଲଦଣ୍ଡର ବ୍ୟବସ୍ଥା ରହିଛି, ସେସବୁ ମାମଲାର ତଦନ୍ତ କନଷ୍ଟେବଳମାନେ କରିପାରିବେ। ଓଡ଼ିଶା ପୁଲିସରେ ଥିବା ଗ୍ରାଜୁଏଟ କନଷ୍ଟେବଳ ଓ କ୍ରାଇମ ଇଣ୍ଟେଲିଜେନ୍ସ ହାବିଲଦାରମାନଙ୍କୁ ଏହି କ୍ଷମତା ମିଳିବ। ଓଡ଼ିଶା ପ୍ରିଭେନସନ୍ ଅଫ୍ ଗ୍ୟାମ୍ବଲିଂ ଆକ୍ଟ,, ଓଡ଼ିଶା ଫାୟାର ୱାର୍କ୍ସ ଆଣ୍ଡ ଲାଉଡସ୍ପିକର ରେଗୁଲେସନ୍ ଆକ୍ଟ ଭଳି ସାଧାରଣ ମାମଲାଗୁଡ଼ିକର ତଦନ୍ତ କନଷ୍ଟେବଳମାନେ କରିପାରିବେ। ତେବେ ଏମାନଙ୍କ ପାଇଁ ପ୍ରଥମେ ଟ୍ରେନିଂ ବ୍ୟବସ୍ଥା କରାଯିବ। ଏହାଦ୍ୱାରା ଥାନାରେ ବଢୁଥିବା ମାମଲାର ସଂଖ୍ୟାକୁ କମ୍ କରାଯାଇ ପାରିବ।”
https://youtu.be/0iZ-abs1nD8
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଶେଷରେ ନବୀନଙ୍କୁ ବି ଛାଡ଼ିଲେନି ପାଣ୍ଡିଆନ, କହିଲେ ଓଡ଼ିଶାରେ ଓଡ଼ିଆ କହିବା ଜରୁରୀ
ବିଜେଡିର ପ୍ରତିଷ୍ଠା ଦିବସର ଠିକ୍ ଦିନକ ପୂର୍ବରୁ ଏଭଳି ପୋଷ୍ଟ କରାଗଲା କାହିଁକି? ସକ୍ରିୟ ରାଜନୀତିରୁ ସନ୍ୟାସ ନେଇଥିବା ପାଣ୍ଡିଆନ କ’ଣ ପୁଣିଥରେ ବିଜେଡିରେ ସକ୍ରିୟ ହୋଇ ଆଗକୁ ଆସିବାକୁ ଚାହୁଁଛନ୍ତି କି?
Miscellaneous
ସରକାରୀ ଯୋଜନାରୁ ବାଦ୍ ପଡ଼ିବେ ଅଯୋଗ୍ୟ ଚାଷୀ: ପ୍ରକୃତ ଚାଷୀ ଖୋଜିବାକୁ ନୂଆ ବର୍ଷରୁ ପଞ୍ଜୀକରଣ
ପୁରୁଣା ସରକାରରେ ଅଣଚାଷୀ ଓ ଦଳୀୟ ଭିତ୍ତିରେ ଚାଷୀଙ୍କ ପାଇଁ ସରକାରୀ ଯୋଜନା ବାଣ୍ଟିବା ଏକ ବଡ଼ ପ୍ରସଙ୍ଗ ଥିଲା।
Crime
ପୁଲିସ ସ୍ତ୍ରୀକୁ ମାରି ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ
ମୃତ ମହିଳା କନଷ୍ଟେବଲ କଟକ ସାଇବର ଥାନାରେ କାର୍ଯ୍ୟ କରୁଥିଲେ।
Crime
ଡିଡିଟାଲ ଆରେଷ୍ଟର ମିଛ ଫାଶରେ ପଡ଼ିଗଲେ ପୂର୍ବତନ ସେନା ଅଧିକାରୀ, ଭୟରେ ଦେଇଦେଲେ ୧ କୋଟି
ଡିଜିଟାଲ ଆରେଷ୍ଟ ନେଇ ଲୋକଙ୍କୁ ସଚେତନ କରାଯାଉଥିବା ସତ୍ତ୍ୱେ ଅନେକ ସମୟରେ ସେମାନେ ଭୟଭୀତ ହୋଇ ନିଜ ଟଙ୍କା ହରାଉଛନ୍ତି।
Crime
ଆର୍ମି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣାରେ ଦାୟର ଜନସ୍ୱାର୍ଥ ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ
ସେନା କର୍ମଚାରୀଙ୍କୁ ଥାନାରେ କିପରି ବ୍ୟବହାର ପ୍ରଦର୍ଶନ କରାଯିବ, ସେନେଇ ରାଜ୍ୟ ସରକାର ଜାରି କରିଥିବା ଏସଓପିକୁ କଡ଼ାକଡ଼ି ପାଳନ କରିବାକୁ ହାଇକୋର୍ଟ କହିଛନ୍ତି।