ଚିକିତ୍ସାଧୀନ ଅବସ୍ଥାରେ କଏଦୀଙ୍କ ମୃତ୍ୟୁ

କୋଣାର୍କ(ସଞ୍ଜୟ ପତି):ଗତକାଲି ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କଏଦୀଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ମୁନାବର ବିଶ୍ୱାଳ। ତାଙ୍କ ଘର ଅସ୍ଥରଙ୍ଗର ବଳଭଦ୍ରପୁର ଅଞ୍ଚଳରେ। ମୁନାବର ତାଙ୍କ ମାଆଙ୍କୁ ହତ୍ୟା କରି ୨୦୧୫ ମସିହାରୁ ପୁରୀ ଜିଲ୍ଲା ନିମାପଡ଼ା ସବ୍ ଜେଲ୍‌ରେ ସଜ୍ଜା କାଟୁ ଥିଲେ। ଗତକାଲି ମୁନାବାରଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା। ତାଙ୍କୁ ନିମାପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଭୁବନେଶ୍ୱରର କ୍ୟାପିଟାଲ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ବିଳମ୍ବିତ ରାତିରେ […]

dead-,..

dead-,..

Tapaswini Nayak
  • Published: Saturday, 01 September 2018
  • Updated: 01 September 2018, 06:02 AM IST

Sports

Latest News

କୋଣାର୍କ(ସଞ୍ଜୟ ପତି):ଗତକାଲି ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କଏଦୀଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ମୁନାବର ବିଶ୍ୱାଳ। ତାଙ୍କ ଘର ଅସ୍ଥରଙ୍ଗର ବଳଭଦ୍ରପୁର ଅଞ୍ଚଳରେ।
ମୁନାବର ତାଙ୍କ ମାଆଙ୍କୁ ହତ୍ୟା କରି ୨୦୧୫ ମସିହାରୁ ପୁରୀ ଜିଲ୍ଲା ନିମାପଡ଼ା ସବ୍ ଜେଲ୍‌ରେ ସଜ୍ଜା କାଟୁ ଥିଲେ।
ଗତକାଲି ମୁନାବାରଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା। ତାଙ୍କୁ ନିମାପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଭୁବନେଶ୍ୱରର କ୍ୟାପିଟାଲ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।
ମୁନାବରଙ୍କ ଅସୁସ୍ଥତା ସମ୍ପର୍କରେ ତାଙ୍କ ପରିବାର ଲୋକଙ୍କୁ ପୁଲିସ୍‌ ଜଣାଇ ନଥିବା ଅଭିଯୋଗ ହୋଇଛି। ତାଙ୍କର ଜଣେ ସମ୍ପର୍କୀୟ ଭାଇ ଏହି ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos