କରୋନା ଆଳରେ ଲାଗି ପାରିବନି ୧୪୪ ଧାରା !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମାଜିକ ଦୂରତ୍ୱ ଆଳରେ ଲାଗି ପାରିବନି ୧୪୪ ଧାରା। ଜିଲ୍ଲା ମାଜିଷ୍ଟ୍ରେଟ୍ କିମ୍ବା ପୁଲିସ କମିଶନର ଏହାକୁ ଜାରି କରିପାରିବେନି । ସାମାଜିକ ଦୂରତ୍ୱ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଅପରେସନାଲ୍ ଗାଇଡ ଲାଇନ୍ସରେ ଆଜି ଏନେଇ ଉଲ୍ଲେଖ କରାଯାଇଛି। ଏନେଇ କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି। ଯେଉଁଥିରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। କରୋନା ଭାଇରସ୍ ବ୍ୟାପିବା ପରେ ବିଭିନ୍ନ ଜିଲ୍ଲାରେ ୧୪୪ […]

j-9098-1

Tapas Behera
  • Published: Tuesday, 17 March 2020
  • , Updated: 17 March 2020, 04:07 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମାଜିକ ଦୂରତ୍ୱ ଆଳରେ ଲାଗି ପାରିବନି ୧୪୪ ଧାରା। ଜିଲ୍ଲା ମାଜିଷ୍ଟ୍ରେଟ୍ କିମ୍ବା ପୁଲିସ କମିଶନର ଏହାକୁ ଜାରି କରିପାରିବେନି । ସାମାଜିକ ଦୂରତ୍ୱ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଅପରେସନାଲ୍ ଗାଇଡ ଲାଇନ୍ସରେ ଆଜି ଏନେଇ ଉଲ୍ଲେଖ କରାଯାଇଛି। ଏନେଇ କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି। ଯେଉଁଥିରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି।

କରୋନା ଭାଇରସ୍ ବ୍ୟାପିବା ପରେ ବିଭିନ୍ନ ଜିଲ୍ଲାରେ ୧୪୪ ଧାରା ଜାରି ହୋଇଛି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଆଶଙ୍କା ବଢ଼ିଛି। ଯାହାକୁ ନେଇ ସାମଜିକ ଦୂରତ୍ୱ କମିଟି ପକ୍ଷରୁ ଆଜି ସ୍ପଷ୍ଟ କରିବା ସହ କଣ କରାଯିବ ଏବଂ କରାଯିବନି ସେ ନେଇ ବି ଉଲ୍ଲେଖ ରହିଛି । ବ୍ୟକ୍ତିଗତ, ପରିବାର, ଗୋଷ୍ଠୀ, କାର୍ଯ୍ୟ କ୍ଷେତ୍ରରେ କଣ କରାଯିବ ଏବଂ କଣ କରାଯିବନି ସେ ନେଇ କମିଟି ନିଷ୍ପତ୍ତି ନେଇଛି । ଅତି ଆବଶ୍ୟକ କରୁଥିବା ହିତାଧିକାରୀ ଯେପରି ବୟସ୍କ, ନିରାଶ୍ରୟ ଏବଂ ରୋଗଗ୍ରସ୍ତ ହିତାଧିକାରୀଙ୍କ ଘରେ ପିଡିଏସ୍ ସାମଗ୍ରୀ ପହଞ୍ଚାଯିବାକୁ ପରାମର୍ଶ ଦେଇଛନ୍ତି କମିଟି।

ଏଟିଏମ୍ କାଉଣ୍ଟର୍, ପିଡିଏସ୍ ସାମଗ୍ରୀ ମିଳୁଥିବା ଦୋକାନ ଗୁଡ଼ିକୁ ନିୟମିତ ବିଷୋଧନ କରିବା ନେଇ ଏଥିରେ ପରାମର୍ଶ ଦିଆଯାଇଛି।  ସେହିଭଳି ଅତ୍ୟାବଶ୍ୟକ ସାମଗ୍ରୀ ମିଳୁଥିବା ଦୋକାନ, ହାଟ ଓ ସୁପର ମାର୍କେଟ ବନ୍ଦ ହେବନି।

 

କିନ୍ତୁ ଏକସଙ୍ଗେ ୨୦ରୁ ୩୦ ଲୋକ ଯେପରି ନରହିବେ ସେ ନେଇ କର୍ତ୍ତୃପକ୍ଷ ଧ୍ୟାନ ଦେବେ। କରୋନା ବ୍ୟାପିବା ପରେ ଗଞ୍ଜାମ, ଜଗତସିଂହପୁର, ଭଦ୍ରକ, କନ୍ଧମାଳ, ଗଜପତି ଭଳି କିଛି ଜିଲ୍ଲାରେ ୧୪୪ ଜାରି ହୋଇଛି ।

 

Related story