ଗଞ୍ଜାମ ସ୍ଥିତି ଗମ୍ଭୀର; ଦ୍ରୁତ ଗତିରେ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ଦିନକୁ ଦିନ ବେକାବୁ ହେବାରେ ଲାଗିଛି। ଦୈନିକ ୨ଶହରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହେଉଥିବାରୁ ଏହି ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଗଲାଣି । ଲଗାତର  ଭାବେ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ବଢ଼ି ଚାଲିଛି । ବିଭିନ୍ନ ପ୍ରକାର କଟକଣା ସତ୍ତ୍ୱେ ଜିଲ୍ଲାରେ କମୁନି ଲୋକାଲ୍ ସଂକ୍ରମଣ। ହଟସ୍ପଟ୍ ଜିଲ୍ଲା ଗଂଜାମରୁ ଗତକାଲି ଚିହ୍ନଟ ହୋଇଛନ୍ତି ସର୍ବାଧିକ ୨୪୬ ପଜିଟିଭ । ରାଜ୍ୟରେ […]

ganjam-1-1

ganjam-1-1

Niharika Rout
  • Published: Friday, 17 July 2020
  • Updated: 17 July 2020, 08:11 AM IST

Sports

Latest News

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ଦିନକୁ ଦିନ ବେକାବୁ ହେବାରେ ଲାଗିଛି। ଦୈନିକ ୨ଶହରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହେଉଥିବାରୁ ଏହି ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଗଲାଣି । ଲଗାତର  ଭାବେ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ବଢ଼ି ଚାଲିଛି । ବିଭିନ୍ନ ପ୍ରକାର କଟକଣା ସତ୍ତ୍ୱେ ଜିଲ୍ଲାରେ କମୁନି ଲୋକାଲ୍ ସଂକ୍ରମଣ।

ହଟସ୍ପଟ୍ ଜିଲ୍ଲା ଗଂଜାମରୁ ଗତକାଲି ଚିହ୍ନଟ ହୋଇଛନ୍ତି ସର୍ବାଧିକ ୨୪୬ ପଜିଟିଭ । ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୫ ହଜାର ୩୯୨ରେ ପହଞ୍ଚିଥିବା ବେଳେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪,୮୬୭ ଆକ୍ରାନ୍ତ ବାହାରିଛନ୍ତି । ସେପଟେ କରୋନାରେ ଗଂଜାମରେ  ମୃତ୍ୟୁ ସଂଖ୍ୟା ୪୮ରେ ପହଞ୍ଚିଥିବାବେଳେ ବେଳେ ରାଜ୍ୟରେ ଏହି ସଂଖ୍ୟା ୭୯କୁ ବୃଦ୍ଧି ପାଇଛି ।

ଗଂଜାମ ଜିଲ୍ଲାରେ ବେକାବୁ  ହୋଇପଡ଼ିଥିବା ସଂକ୍ରମଣ ରୋକିବାକୁ ଲଢ଼େଇକୁ ଅଧିକ ତୀବ୍ର କରିଛି ପ୍ରଶାସନ । କୋଭିଡ୍ ରେଡ୍ ଜୋନ୍‌ରେ ଥିବା ଗାଁଗୁଡ଼ିକରେ ଡୋର ଟୁ ଡୋର ସ୍କ୍ରିନିଂ ଆରମ୍ଭ ହୋଇଛି । ଛତ୍ରପୁର ଉପଖଣ୍ଡର ୭ ଏନଏସିକୁ ୬ଦିନ ପାଇଁ ସମ୍ପୂର୍ଣ୍ଣ  ଶଟଡାଉନ୍‌ ଘୋଷଣା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos