ଏଣିକି ୪୦୦ ଟଙ୍କାରେ କରୋନା ଟେଷ୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବରୁ  ଘରୋଇ  ଲ୍ୟାବ୍‌ରେ  କରୋନା ଟେଷ୍ଟ କରି ସାଧାରଣ ଲୋକ ଅଧିକ ଖର୍ଚ୍ଚାନ୍ତ ହେଉଥିବା ବେଳେ ଏବେ ଆଉ ରହିବନି ଏହି ସମସ୍ୟା। ସମସ୍ତଙ୍କୁ ସୁହାଇଲା ଭଳି  ଫି ନିର୍ଦ୍ଧାରଣ କରିଛନ୍ତି ରାଜ୍ୟ ସରକାର। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି  ଅନୁଯାୟୀ,  ଘରୋଇ ଲ୍ୟାବ୍‌ରେ RTPCR ଟେଷ୍ଟ ପାଇଁ ସର୍ବାଧିକ ୪୦୦ ଟଙ୍କା ଦେବାକୁ ପଡ଼ିବ। GST ସହ ଟେଷ୍ଟ ଫି ମିଶି ଏହି ଟଙ୍କା ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର। […]

test

test

Niharika Rout
  • Published: Wednesday, 02 December 2020
  • Updated: 02 December 2020, 01:56 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବରୁ  ଘରୋଇ  ଲ୍ୟାବ୍‌ରେ  କରୋନା ଟେଷ୍ଟ କରି ସାଧାରଣ ଲୋକ ଅଧିକ ଖର୍ଚ୍ଚାନ୍ତ ହେଉଥିବା ବେଳେ ଏବେ ଆଉ ରହିବନି ଏହି ସମସ୍ୟା। ସମସ୍ତଙ୍କୁ ସୁହାଇଲା ଭଳି  ଫି ନିର୍ଦ୍ଧାରଣ କରିଛନ୍ତି ରାଜ୍ୟ ସରକାର।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି  ଅନୁଯାୟୀ,  ଘରୋଇ ଲ୍ୟାବ୍‌ରେ RTPCR ଟେଷ୍ଟ ପାଇଁ ସର୍ବାଧିକ ୪୦୦ ଟଙ୍କା ଦେବାକୁ ପଡ଼ିବ। GST ସହ ଟେଷ୍ଟ ଫି ମିଶି ଏହି ଟଙ୍କା ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର।

ଏହାଦ୍ୱାରା ସାଧାରଣ ଲୋକ ଆଶ୍ୱସ୍ତ ହୋଇଛନ୍ତି।   ସରକାରୀ ଭାବେ କରୋନା ଟେଷ୍ଟ କରିବାକୁ ଚାହୁଁ ନ ଥିବା ଲୋକ ନିଜ ଇଚ୍ଛା ଅନୁଯାୟୀ ଘରୋଇ ଲ୍ୟାବ୍‌ରେ କରୋନା ଟେଷ୍ଟ କରିବା ସହ ଏହାର ଅଧିକ ଭାର ସେମାନଙ୍କ ପକେଟ ଉପରେ ମଧ୍ୟ ପଡ଼ିବ ନାହିଁ ବୋଲି ଆଲୋଚନା ହେଉଛି।

ସୂଚନାଯୋଗ୍ୟ,  ପ୍ରଥମେ RTPCR ଟେଷ୍ଟ ପାଇଁ ସରକାର ୨୨ ଶହ ଟଙ୍କା ସ୍ଥିର କରିଥିଲେ । ଜିଏସଟିକୁ ମିଶାଇ ବିଭିନ୍ନ ଘରୋଇ ଲ୍ୟାବ ଓ ହସ୍ପିଟାଲ ରୋଗୀଙ୍କଠାରୁ ୨୪ଶହରୁ ୨୬ ଶହ ଟଙ୍କା ଯାଏଁ ନେଉଥିଲେ । ଏହାପରେ ସରକାର RTPCR ଟେଷ୍ଟର ମୂଲ୍ୟ ୧୨ ଶହ ଟଙ୍କାକୁ ହ୍ରାସ କରିଥିଲେ । ଏହାପରେ RTPCR ଟେଷ୍ଟ ମୂଲ୍ୟ ନିର୍ଦ୍ଦାରଣ ନିମନ୍ତେ ସୁପ୍ରିମକୋର୍ଟରେ ମଧ୍ୟ ଆବେଦନ ହୋଇଥିଲା।

ଟେଷ୍ଟ ବାବଦରେ ୨୬ ଶହରୁ ଅଧିକ ଟଙ୍କା ନିଆଯିବା , ରୋଗୀଙ୍କଠାରୁ ଏକପ୍ରକାର ଲୁଟ୍ ବୋଲି ଜଣେ ଆଇନଜୀବୀ ନିଜ ଆବେଦନରେ ଉଲ୍ଲେଖ କରିଥିଲେ । ଏପରିକି ଟେଷ୍ଟର ମୂଲ୍ୟ ସର୍ବାଧିକ ୪ ଶହ ଟଙ୍କା କରିବାକୁ କହିଥିଲେ । ଏହା ଉପରେ ଶୁଣାଣି କରି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ଏ ସଂକ୍ରାନ୍ତରେ  ନୋଟିସ କରିଥିଲେ ।

ଏବେ ଏହି ଟେଷ୍ଟର ସର୍ବାଧିକ ମୂଲ୍ୟ ୪ ଶହ ଟଙ୍କା ରହିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos